ଏହା ଓଡ଼ିଶାରେ ଆକାଶ ବାଇଜୁସ୍ର ପଂଚମ କ୍ଲାସରୁମ ସେଂଟର ହୋଇଥିବାବେଳେ, ଏହାର ଅନ୍ୟ ସେଂଟରଗୁଡିକ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ଅବସ୍ଥିତ ରହିଛି । ବାଲେଶ୍ୱର ମଲ୍ଲୀକାଶପୁର ପ୍ରୁଫ୍ ରୋଡସ୍ଥିତ ଏସ୍ବିଆଇ ନିକଟସ୍ଥ ନାଲମଗଂଜରେ ଦି ଲ୍ୟାଣ୍ଡମାର୍କ ବିଲ୍ଡିଂର ପଂଚମ ମହଲାରେ ଅବସ୍ଥିତ ଏହି ଆକାଶ ବାଇଜୁସ୍ ସେଂଟର ଇଞ୍ଜିନିୟରିଂ, ଡାକ୍ତରୀ ଏବଂ ଫାଉଣ୍ଡେସନ ସ୍ତର ପାଠ୍ୟକ୍ରମ ନିମନ୍ତେ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପୂରଣ କରିବା ସହିତ ସେମାନଙ୍କ ମୂଳଦୁଆ ସୁଦୃଢ କରିବ ଏବଂ ସେମାନଙ୍କୁ ଅଲିମ୍ପିଆଡ ଭଳି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଦିଗରେ ସହାୟତା କରିବ । ନୂଆ ସେଂଟର ଉଦ୍ଘାଟନ ସମ୍ପର୍କରେ ପ୍ରକାଶ କରି ଶ୍ରୀ ଅଜୟ ବାହାଦୁର ସିଂ, ରିଜିଓନାଲ ଡାଇରେକ୍ଟର, ଆକାଶ ବାଇଜୁସ୍ କହିଛନ୍ତି ଯେ,
“ବାଲେଶ୍ୱରରେ ଏହି ନୂଆ କ୍ଲାସରୁମ୍ ସେଂଟର ଅଲିମ୍ପିଆଡରେ ସଫଳତା ହାସଲ କରିବା ଦିଗରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବିଶେଷ ସହାୟକ ହୋଇପାରିବ ଏବଂ ସେମାନଙ୍କୁ ଡାକ୍ତର ଓ ଆଇଆଇଟିଆନ୍ ହେବାକୁ ପ୍ରସ୍ତୁତ କରି ଗଢିତୋଳିବ । ସମ୍ପ୍ରତି ଆକାଶ ବାଇଜୁସ୍ ନିଜର ସର୍ବଭାରତୀୟ ନେଟୱାର୍କ ସେଂଟରଗୁଡିକ ଜରିଆରେ ସମଗ୍ର ଦେଶରେ ଗୁଣାତ୍ମକ ଶିକ୍ଷା ଯୋଗାଉଥିବା ନେଇ ସୁପରିଚିତ ହୋଇଛି । ଆମ ଶିକ୍ଷା ବିଷୟବସ୍ତୁ ଏବଂ ଆମ ଶିକ୍ଷା ପଦ୍ଧତିଗୁଡିକର ପ୍ରଭାବୀ ଦିଗ ଆକାଶକୁ ଅଣ୍ଡରଗ୍ରାଜୁଏଟ ମେଡିକାଲ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମ ନିମନ୍ତେ ଯୋଗ୍ୟତା ହାସଲ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୟତମ ଶୀର୍ଷ ପସନ୍ଦରେ ପରିଣତ କରିଛି, ଯାହା ବହୁ ଛାତ୍ରଛାତ୍ରୀ ଏଥିପାଇଁ ମନୋନୀତ ହେବା ବିଷୟରୁ ପ୍ରତିପାଦିତ ହେଉଛି ।” ଶ୍ରୀ ସିଂ ଆହୁରି ମଧ୍ୟ କହିଛନ୍ତି ଯେ, “ଓଡ଼ିଶାରେ ଆମର ଉପସ୍ଥିତି ପରିବ୍ୟାପ୍ତ କରିବା ଆମ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ ହୋଇଛି ।© 2023 Odisha Taza News.