୧୯୦୫ ମସିହାରେ ଏହି ତାରିଖରେ କଲିକତାର ଟାଉନ୍ ହଲ୍ରେ ଆୟୋଜିତ ସ୍ୱଦେଶୀ ଆନ୍ଦୋଳନରେ ବିଦେଶୀ ବସ୍ତ୍ର ବର୍ଜନ କରି ସ୍ୱଦେଶୀ ବସ୍ତ୍ର ପରିଧାନ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ଏଣୁ ଭାରତର କଳା ସଂସ୍କୃତିକୁ ରୁଦ୍ଧିମନ୍ତ କରିଥିବା ହସ୍ତତନ୍ତ କଳାକୁ ସର୍ବଜନବିଦିତ କରିବା ତଥା ସଂରକ୍ଷିତ କରି ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିନଟିକୁ ସର୍ବଭାରତ ସ୍ତରରେ ଜାତୀୟ ହସ୍ତତନ୍ତ ଦିବସ ରୂପେ ପାଳନ କରାଯାଉଛି । ଏହାର ମୂଳଲକ୍ଷ ହେଉଛି ଏହି କ୍ଷେତ୍ର ସହ ଜଡ଼ିତ ଅଗଣିତ ବୁଣାକାରଙ୍କ ମନରେ ସ୍ୱାଭିମାନ ଜାଗ୍ରତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ବୃତ୍ତିକୁ ଓ ସେମାନଙ୍କ ଦ୍ୱାରା ଉତ୍ପାଦିତ ବସ୍ତ୍ରକୁ ସୁଦୂରପ୍ରସାରୀ କରାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ା
ଆଜି ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ା ଓଡ଼ିଶା ହସ୍ତତନ୍ତର ଆଦିଭୂମି ଭାବେ ବିଶ୍ୱପ୍ରସିଦ୍ଧ ବୋଲି ସେ ପ୍ରକାଶ କରିଥିଲେ । ବୁଣାକାର ଓ କାରିଗରମାନଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ସମୃଦ୍ଧି କାମନା କରିଥିଲେ । ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଭୁବନେଶ୍ୱର(କେନ୍ଦ୍ର ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ସଂପର୍କରେ ବକ୍ତବ୍ୟ ରଖିଥିଲେ । ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଓଡ଼ିଶାର ଗର୍ବ ଓ ଗୌରବ ଅନେକ ସନ୍ଥକବିର, ଜାତୀୟ ଓ ରାଜ୍ୟ ପୁରସ୍କାରପ୍ରାପ୍ତ ବୁଣାକାରଙ୍କ ସହ ଅନେକ ବୁଣାକାର ଭାଇଭଉଣୀ ଯୋଗଦେଇଛନ୍ତି । ଏହି ଜାତୀୟ ହସ୍ତତନ୍ତ ଦିବସରେ ନିରବଚ୍ଛିନ୍ନ ଭାବେ ୭୫ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ବୁଣାକାରଙ୍କ ସେବାରେ କାର୍ଯ୍ୟରତ ଥିବା ପଦ୍ମନାଭପୁର ତନ୍ତୁବାୟ ସହଯୋଗ ସମିତି, ବ୍ରହ୍ମପୁର, ଗଞ୍ଜାମ, ସଦରଥାନା ତନ୍ତୁବାୟ ସହଯୋଗ ସମିତି, ଖୋର୍ଦ୍ଧା ଏବଂ ଖୋର୍ଦ୍ଧା ତନ୍ତୁବାୟ ସହଯୋଗ ସମିତି, ଖୋର୍ଦ୍ଧାଙ୍କୁ ପ୍ରତ୍ୟେକ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସେହିପରି ବିଗତ ତିନି ବର୍ଷର ହାରାହାରି ବ୍ୟବସାୟକୁ ଆଧାର କରି ସର୍ବାଧିକ ହସ୍ତତନ୍ତ ବସ୍ତ୍ର ବ୍ୟବସାୟ କରିଥିବା ଗମିଲୋ ତନ୍ତୁବାୟ ସହଯୋଗ ସମିତି, ଆଠଗଡ଼, 
© 2023 Odisha Taza News.