ନବରଙ୍ଗପୁର ପୁଲିସକୁ ମିଳିଛି ବଡ଼ ସଫଳତା : ୩ ସାଇବର ଠକଙ୍କୁ ବାନ୍ଧିଲା ପୁଲିସ୍‌

ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ବୁଧବାର ) ନବରଙ୍ଗପୁର :- ନବରଙ୍ଗପୁର ପୁଲିସକୁ ମିଳିଛି ବଡ଼ ସଫଳତା । ବିଭିନ୍ନ ସମୟରେ ଫୋନ୍ କରି ଲୋକଙ୍କୁ ଠକୁଥିବା ୩ ସାଇବର ଠକଙ୍କୁ ଗିରଫ କରିଛି ପୁଲିସ୍‌ । ମାଷ୍ଟରମାଇଣ୍ଡକୁ ମଧ୍ୟ ପୁଲିସ ବାନ୍ଧିଛି । ନବରଙ୍ଗପୁର ଟାଉନ୍‌ର ପି.ଉମାମହେଶ୍ୱର ରାଓ ସାଇବ ଠକଙ୍କ ଜାଲରେ ଫସାଇ ଯାଇଥିଲେ । ସାଇବର ଠକମାନେ ଫୋନ୍ କରି ତାଙ୍କଠାରୁ ୩୨ ହଜାର ଟଙ୍କା ଠକି ନେଇଥିଲେ । ଗତ ୬ ତାରିଖରେ ଶ୍ରୀ ରାଓ ଏନେଇ ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ମାମଲାର ତଦନ୍ତ ପାଇଁ ନବରଙ୍ଗପୁର ଏସ୍‌ପିଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ପୁଲିସ ପ୍ରଥମେ ଫୋନ୍ କଲ୍ ଆସିଥିବା ନମ୍ୱରକୁ ଟ୍ରାକ୍ କରିଥିଲା ।

ମୋବାଇଲ୍ ନମ୍ୱର ଟ୍ରାକିଂ ବେଳେ ତିନି ଅଭିଯୁକ୍ତଙ୍କୁ ନୟାଗଡରୁ ଗିରଫ କରିବାରେ ସଫଳ ହୋଇଥିଲା ପୁଲିସ !. ଗିରଫ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ମାଷ୍ଟର ମାଇଣ୍ଡ ହେଉଛନ୍ତି ଖୋର୍ଦ୍ଧା ଅଞ୍ଚଳର ଅମୀୟ କୁମାର ପ୍ରଧାନ । ତାଙ୍କର ସହଯୋଗି ହେଉଛନ୍ତି ସୋରଡାର କାର୍ତ୍ତିକ ରାଉତରାୟ ଓ ଶିଖରପୁର ଅଞ୍ଚଳର ଶ୍ରୀଧର ବରାଡ ବୋଲି ପୁଲିସ ସୂଚନା ଦେଇଛି । ଅଭିଯୁକ୍ତଙ୍କଠାରୁ ପୁଲିସ୍ ୬ଟି ସିମ୍‌କାର୍ଡ, ୬ଟି ମୋବାଇଲ ଫୋନ, ୩ଟି ଏଟିଏମ କାର୍ଡ, ଗୋଟିଏ ପାନ କାର୍ଡ, ୩ଟି ଆଧାର କାର୍ଡ ଓ ୫୨ ହଜାର ଜବତ କରିଛି ନବରଙ୍ଗପୁର ପୁଲିସ !.