No Result
View All Result
ଓଡ଼ିଶା ତାଜା ନ୍ୟୁଜ (୯ ଅଗଷ୍ଟ ମଙ୍ଗଳବାର ) ପାରଳାଖେମୁଣ୍ଡି :- ସମ୍ବିଧାନ ଓ ଦେଶକୁ ରକ୍ଷା କରିବା ସମେତ ସମସ୍ତ ଖାଦ୍ୟ ସାମଗ୍ରୀ ଉପରୁ ଜିଏସଟି ପ୍ରତ୍ୟାହାର, ବାସହୀନ କୁ ଘର ଡିହ ଯୋଗାଇଦେବା ,ସବୁ ଫସଲର ଏମ ଏସ ପି ପାଇଁ ଆଇନ ଗତ ବେବସ୍ଥା କରିବା ପ୍ରମୁଖ ଦାବିକୁ ନେଇ ଓଡ଼ିଶା କୃଷକ ସଭା, ଓଡ଼ିଶା ଖେତ ମଜଦୂର ୟୁନୀୟନ୍, ସିଆଇଟିୟୁ , ବିକେଏମୟୁ ଶତାଧିକ ସମର୍ଥକ ଦଣ୍ଡମଲାସାହି ସ୍ଥିତ ସିପିଆଇମ୍ କାର୍ଯ୍ୟାଳୟରୁ ଓଡ଼ିଶା କୃଷକ ସଭାର ଜିଲ୍ଲା ସମ୍ପାଦକ ଦଣ୍ଡପାଣି ରଇତଙ୍କ ନେତୃତ୍ୱରେ ଏକ ଶୋଭଯାତ୍ରାରେ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ଓ ଆଇନ ଅମାନ୍ୟ ଆନ୍ଦୋଳନ କରିଥିଲେ l
ଏହି ଆନ୍ଧଳନ ରେ ଅନ୍ୟମାନଙ୍କ ମଧ୍ୟରେ ବିକେଏମ ୟୁର ଜିଲ୍ଲା ମଣ୍ଡଳୀ ସଦସ୍ୟ ଜେନା ସୁବାସ ଚନ୍ଦ୍ର ରାଓ ସିଆଇଟିୟୁ ର କାର୍ଯ୍ୟକାରୀ ସଦସ୍ୟ ଶ୍ରୀନିବାସ ବେହେରା, ରାଉତ ଚନ୍ଦ୍ରଶେଖର ଦେଓ, କୃଷକ ଶୋଭାର ସଦସ୍ୟ ଏମ.ବା ଙ୍ଗାରି, ଖେତ ମଜଦୂର ସଂଘର ସଦସ୍ୟ ମଦେସ ଶବର ଏବଂ ଖେତ ମଜଦୂର ୟୁନିୟନର ସଦସ୍ୟ ବସାନ ଶବର ପ୍ରମୁଖ ଏହି ଆଇନ ଅମାନ୍ୟ ଆନ୍ଦୋଳନ ରେ ଭାଗ ନେଇଥିଲେ l

No Result
View All Result