ଓଡିଶା ତାଜା ନ୍ୟୁଜ୍ (୨୩ ତାରିଖ ୨୦୨୦ ,ଶନିବାର) :– ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ୪ କରୋନା ପୋଜିଟିଭ୍ ଚିହ୍ନଟ ହେବା ନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହl ଆଜି ଏକ ଭିଡିଓ ବାର୍ତ୍ତାରେ ଜଣାଇବା ପରେ ଏ ଅଞ୍ଚଳ ର ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ଖେଳାଇ ଦେଇଛି । ଦୀର୍ଘ ମାସ ଧରି କରୋନl ମୁକ୍ତ ଗଜପତି ଜିଲ୍ଲା ଗ୍ରୀନ ଜୋନ୍ ରେ ଥିଲା । କିନ୍ତୁ ଆଜି ଜିଲ୍ଲାପାଳ ପାରଳଖେମୁଣ୍ଡି ନିର୍ବାଚନ ମଣ୍ଡଳର ତିନୋଟି ବ୍ଲକ ଗୁମ୍ମା, କାଶୀନଗର ଓ ଗୋଷଣି ବ୍ଲକ ରୁ ୪ ଜଣ କରୋନା ଚିହ୍ନଟ ହୋଇଛନ୍ତି । ଗୁମ୍ମା ବ୍ଲକ ବାଇଝାଲ୍ ପଞ୍ଚାୟତର ଆଶ୍ରୟଗଡ ଗ୍ରାମର ଜଣେ ୩୫ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇ ଥିବା ବେଳେ ସେ ନିକଟରେ ମୁମ୍ବାଇ ଫେରି ଥିଲେ ।
ତାଙ୍କୁ କେ.ସି.ପୁର ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ରଖାଯାଇ ଥିଲାଶ୍ ଗୁମ୍ମା ବ୍ଲକ କୁଜlସିଂ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଅନ୍ୟ ଜଣେ ୪୫ ବର୍ଷୀୟ ବ୍ୟକ୍ତି ଥଣ୍ଡା,ଖାସ, ଓ ଜ୍ଵର ହେବାରୁ ସେ ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟ କୁ ଯାଇଥିଲ ସେଠାରୁ ତାର ସ୍ୱାବ ନେଇ ପରୀକ୍ଷା ପାଇଁ ପଠାଯାଇଥିଲା ପୋଜେଟିଭ୍ ଆସିବା ପରେ ତାଙ୍କୁ କୋଭିଡ ହସ୍ପିଟାଲ୍ କୁ ପଥାଇଦିଆଯାଇଛି । କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳି ପଞ୍ଚାୟତର ମନ୍ତ୍ରୀଗୁଡା ଗ୍ରାମର ଜଣେ ବ୍ୟକ୍ତି ୫୦ ବର୍ଷ ଆନ୍ଧ୍ରପ୍ରଦେଶ ର ନେଲୁରୁରୁ ଆସିଥିଲେ ୧୬ ମାର୍ଚ୍ଚରୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ହୋମ କ୍ୱରାଣ୍ଟାଇନ ଥିଲେ ତାଙ୍କର ସ୍ୱାବ ଟେଷ୍ଟିଂ ପାଇଁ ପଠାଇଥିଲେ ତାଙ୍କର ରିପୋର୍ଟ୍ ପୋଜେଟିଭ୍ ଆସିବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲ୍ କୁ ପଠାଇ ଦିଆଯାଇଛି ।
ସେହିଭଳି ଗୋଷାଣୀ ବ୍ଲକ ଅନ୍ତର୍ଗତ ତାଟିପେଟି ପଞ୍ଚାୟତ ତାଟିପେଟି ଗ୍ରାମର ୩୬ ବର୍ଷୀୟ ବ୍ୟକ୍ତି ଆନ୍ଧ୍ର– ଓଡ଼ିଶା ମଧ୍ୟରେ ଅଟୋ ରିକ୍ସା ଚଳାଉଥିଲା ତାଙ୍କୁ ମଧ୍ୟ ହୋମ କ୍ୱରାଣ୍ଟାଇନ ଏପ୍ରିଲ ୩୦ ରୁ ୧୪ ମେ ପର୍ଯ୍ୟନ୍ତ ରହିଥିଲା ତାର ସ୍ୱାବ ଟେଷ୍ଟିଁ ପାଇଁ ପଠାଯାଇଥିଲା ପୋଜେଟିଭ୍ ରିପୋର୍ଟ ଆସିବା ପରେ ତାଙ୍କୁ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲ୍ କୁ ପଠାଇ ଦିଆଯାଇଛି । ଆକ୍ରାନ୍ତ ମୋଟ ଏହି ୪ ଜଣଙ୍କୁ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲ୍ ପଠାଯାଇ ଥିବା ବେଳେ ଏମାନଙ୍କ ସହ ସମ୍ପର୍କରେ ଆସିଥିବା ଆସିଥିବା ମୋଟ ୭ ଜଣଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ଆଇଶୋଲେଶନ ୱାର୍ଡ ରେ ରଖା ଯାଇଛି ବୋଲି ଜିଲ୍ଲା ପାଳ ଅନୁପମ ଶାହା କହିବା ସଙ୍ଗେ ସଙ୍ଗେଏ ସମସ୍ତ ଅଞ୍ଚଳ କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯିବ ବୋଲି କହିଛନ୍ତି । ( ରିପୋର୍ଟ୍ – ଗରୁଡ଼ ଧ୍ଵଜ ଚୌଧୁରୀ )
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com