No Result
View All Result
ଓଡ଼ିଶା ତାଜା ନ୍ୟୁଜ (୮ ଅଗଷ୍ଟ ସୋମବାର ) ନୟାଗଡ଼ :- ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ୫୦୦ରୁ ଉର୍ଦ୍ଧ୍ବ ବୃକ୍ଷରୋପଣ କରାଯାଇଛି । ଆଜି ନୟାଗଡ଼ ବ୍ଲକ୍ ପ୍ରତାପପ୍ରସାଦର ବିଭିନ୍ନ ଅଞ୍ଚଳ ତଥା ଇଟାମାଟିର ଶ୍ମଶାନରୁ କେନାଲ୍ ରୋଡ଼ର ଉଭୟ ପାର୍ଶ୍ଵରେ ପିଜୁଳି, ଶିଶୁ, ଅଁଳା, ଚାକୁଣ୍ଡା, ଶାଗୁଆନ, ଦେଵଦାରୁ, କୃଷ୍ଣଚୂଡ଼ା ଆଦି ଚାରାରୋପଣ କରାଯାଇଥିଲା ।
ପ୍ରବଳ ବର୍ଷା ସତ୍ତ୍ୱେ ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନଙ୍କ ମଧ୍ୟରେ ବୃକ୍ଷରୋପଣ ପାଇଁ ଢ଼େର୍ ଆଗ୍ରହ ଦେଖିବାକୁ ମିଳିଥିଲା । ଅନନ୍ୟା ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ ପାଇଁ ଏକ ଆଧୁନିକ ଗାତ ଖୋଳା ମେସିନ୍ ବ୍ୟବହାର କରା ଯାଉଥିବାର ଦେଖିବାକୁ ମିଳିଥିଲା । ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ବ୍ୟାପକ କରାଯିବ ବୋଲି ସୂଚନା ମିଳିଛି ।

No Result
View All Result