ଓଡିଶା ତାଜା ନ୍ୟୁଜ୍ (୨୩ ତାରିଖ ୨୦୨୦ ଶନିବାର ) – ପାରଳଖେମୁଣ୍ଡି ,ଗଜପତି :– ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟ ଗ୍ରାମରେ ନିର୍ମାଣ ଧୀନ ଥିବା ଏକ କୋଠା ଘରର ଛଅ ଫୁଟ ତଳେ ଥିବା ଏକ ସୁଡ଼ଙ୍ଗ ରୁ ଜିନିଷ ଆଣିବାକୁ ଯାଇ ସୁଡ଼ଙ୍ଗ ରେ ଫସି ଜଣଙ୍କ ପରେ ଜଣେ ଏଭଳି ୩ ଭାଇଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ବିକ୍ରମ ମାଝୀ (୩୫), ସଞ୍ଜୀବ ମାଝୀ (୨୭), ଓ ଜିତୁ ମାଝୀ ( ୨୫) । ଘଟଣା ରୁ ପ୍ରକାଶ ଯେ, ଶୁକ୍ରବାର ରାତ୍ର ପ୍ରାୟ ୯ ଘଣ୍ଟା ସମୟରେ ସେମାନେ ବସ ବାସ କରୁଥିବା ଘର ଭିତରେ ଛଅ ଫୁଟ ତଳେ ଏକ ସୁଡ଼ଙ୍ଗ ରହିଛି ।
ସୁଡ଼ଙ୍ଗ ଭିତରୁ କିଛି ଜିନିଷ ବାହାର କରିବା ପାଇଁ ପ୍ରଥମେ ମଝିଆ ଭାଇ ସଞ୍ଜୀବ ଯାଇ ଥିଲା ସେ ସେଠାରେ ଅଚେତ ହୋଇ ରହିଯିବାରୁ ତାକୁ ଉଦ୍ଧାର କରିବା ପାଇଁ ବିକ୍ରମ ଯାଇ ସେ ମଧ୍ୟ ଅଚେତ ହୋଇ ସେଠାରେ ରହିଯାଇଥିଲା ଏ ଦୁଇ ଜଣଙ୍କୁ ଉଦ୍ଧାର କରିବାକୁ ସାନ ଭାଇ ଜିତୁ ମଧ୍ୟ ସୁଡ଼ଙ୍ଗ ଭିତରେ ଅଚେତ ହୋଇ ରହବା ଦେଖି ଭଉଣୀ ତାରକା ମାଝୀ ମାଙ୍କୁ ଜଣାଇ ଥିଲା ।
ବାପା ଜୁଆନ ମାଝୀ ଓ ପରିବାର ଲୋକେ ରଶି ଲଗାଇ ସୁଡ଼ଙ୍ଗ ଭିତରୁ ତିନି ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ୍ କୁ ନେଇଥିଲେ ସେଠାରେ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁ ତାଙ୍କୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଶ୍ୱାସ ରୁଦ୍ଧ ଯୋଗୁଁ ୩ ଭାଇଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ଅଡବା ପୋଲିସ ମୃତ ଦେହକୁ ଜବତ କରି ବେବଛେଦ ପାଇଁ ପଠାଇ ତଦନ୍ତ ଜାରୀ ରଖିଛି । ( ରିପୋର୍ଟ୍ – ଗରୁଡ଼ ଧ୍ଵଜ ଚୌଧୁରୀ )
odishatazanews.com, whatsApp – 9938341180, ph.7008991872, facebook – odishatazanews,ଲାଇକ୍ ଓ ସେୟାର କରନ୍ତୁ –Mail, odishatazanews1@gmail.com