ଓଡ଼ିଶା ତାଜା ନ୍ୟୁଜ (୭ ଅଗଷ୍ଟ ରବିବାର ) ପାରଳାଖେମୁଣ୍ଡି :– ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ନୂଆଗଡ଼ ଓ ଗୁମା ବ୍ଲକ ର ବିଭିନ୍ନ ଅଞ୍ଚଳରେ ପ୍ରକୃତି ର ତାଣ୍ଡବ ରଚି ଭୂସ୍ଖଳନ ହୋଇଥିଲା । ଅନେକ ସ୍ଥାନରେ ରାସ୍ତା ଅବରୋଧ ସହ ଶହଶହ ହେକ୍ଟର ଜମିରେ ମାଟି ପଥର ପାଣି ଜମି ତଳି ପକାଇ ଥିବା ଚାଷଜମି ନଷ୍ଟ ହୋଇଯାଇଥିଲା । ସେଥିରୁ ବାଦ ପଡ଼ିନଥିଲା ଖଜୁରୀପଦା ପଞ୍ଚାୟତର ବିଭିନ୍ନ ସ୍ଥାନ । ସୂଚନା ଅନୁସାରେ ଲଘୁଚାପ ଜନିତ ବର୍ଷା ଦ୍ୱାରା ଖଜୁରୀପଦା ନିକଟବର୍ତୀ ପାତ୍ରଖମ୍ବାର ନାମକ କେନାଲ ରୁ ମାଟି ଅତଡ଼ା ଖସି କେନାଲ କୁ ସଂଯୋଗ ହୋଇଥିବା ୨ ଟି ଶାଖା ନାଳ ସମୁର୍ଣ୍ଣ ନଷ୍ଟ ହେବା ସହ ୨ ରୁ ୩ଟି ଜମି ମାଟି ଅତଡ଼ା ଖସି ଧାନ ତଳି ନଷ୍ଟ ହୋଇଯାଇଛି ।
ଭୁଶୁଡି ପଡିଥିବା ସଂଯୋଜିତ ଦୁଇ ନାଳ ରେ ଯେଉଁ ପାଣି ଆସୁଥିଲା ସେଥିରେ ଶହଶହ ଏକର ଚାଷ ଜମି ରେ ପାଣି ମଡ଼ାଇ ଚାଷ କରାଯାଉଥିଲା । ଏହା ଦ୍ବାରା ଚାଷୀ ମାନେ ଉପକୃତ ହେଉଥିଲେ । ପେଟକୁ ଦ୍ଵିମୁଠା ଦାନା ଯୋଗାଡ଼ କରିପାରୁଥିଲେ । ତେବେ ଅତଡ଼ା ଖସି ନାଳ ଭାଙ୍ଗିଯିବା ଫଳରେ ଜମିକୁ ପାଣି ର ଅଭାବ ଦେଖାଦେଇଛି ।
ବର୍ତ୍ତମାନ ବର୍ଷା ଜଳ କୁ ଭରସା । ପ୍ରାୟ କୋଡ଼ିଏ ବର୍ଷ ତଳେ ଉକ୍ତ କେନାଲ ଓ ପାର୍ଶ୍ୱ ବର୍ତ୍ତୀ ସଂଯୋଜିତ ୨ଟି ନାଳ ତିଆରି କରାଯାଇଥିଲା । କିଛି ବର୍ଷ ପୂର୍ବରୁ କେନାଲ ର ଦୁଇ ପାର୍ଶ୍ୱ ରେ ଥିବା ନାଳ ଦୁଇଟି ଭଙ୍ଗାଯାଇ ପୁନଃ ନିର୍ମାଣ କାର୍ଯ୍ୟ ହୋଇଥିଲା । ପ୍ରତିବର୍ଷ ମଧ୍ୟ ସରକାରଙ୍କ ଅର୍ଥ ରୁ ମରାମତି କରାଯାଉଛି । କିନ୍ତୁ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏମିତି ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳର ଗାତନ ରଇତ, କାର୍ତ୍ତିକ ମଣ୍ଡଳ, ଗାମୀ ରଇତ, ସାଇବୁରି ମଣ୍ଡଳ,ଜଳନ୍ତି ରଇତ, କାମଦେବ ମଣ୍ଡଳ ଆଦି । ବର୍ତ୍ତମାନ ସେହି ନାଳ ଦ୍ବୟ ବର୍ଷା ପାଣିରେ ମାଟି ଭୁଶୁଡିବା ସହ ସମ୍ପୂର୍ଣ ଧୋଇହୋଇଯାଇଛି । ତେବେ ପ୍ରଶାସନ ସେହି ପାଶ୍ୱବର୍ତୀ ଦୁଇ ନାଳର ପୁନରୁଦ୍ଧାର କରିବାକୁ ଦାବି କରିଛନ୍ତି ।