No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ଅଗଷ୍ଟ ରବିବାର )ପାରଳାଖେମୁଣ୍ଡି :- ସ୍ଵାଧୀନତା ର ୭୫ବର୍ଷ ଆଜାଦି କା ଅମୃତ ମହୋତ୍ସବ କାଳରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ବରେ ଜିଲ୍ଲାରୁ ବାଲ୍ୟ ବିବାହ ଉଚ୍ଛେଦ, ନିଶାମୁକ୍ତ ଜିଲ୍ଲା ନିମନ୍ତେ, ଶତ ପ୍ରତିଶତ କରୋନା ପାଇଁ ଟୀକା ଓ ଅମୃତ ସରୋବରରେ ଜନ ଭାଗିଦାରିକୁ ପ୍ରୋତ୍ସ।ହିତ କରିବା ନିମନ୍ତେ ଏକ ମାନବ ଶୃଙ୍ଖଳ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଏବଂ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତିରେ ପଦଯାତ୍ରା ଓ ଶପଥ ପାଠରେ ପ୍ରାୟ ଏକ ଲକ୍ଷ ଲୋକ ସ୍ବତ ପ୍ରବୃତ୍ତ ଭାବେ ଜଡ଼ିତ ଥିଲେ । ଏହି ମାନବ ଶୃଙ୍ଖଳ ଫରେଷ୍ଟ ଗେଟ ଠାରୁ ଆରମ୍ଭ ହୋଇ ପୁରୁଣା କୋର୍ଟ ଛକ ଏବଂ ପୁରୁଣା କୋର୍ଟ ଛକ ଠାରୁ ଗାନ୍ଧୀ ଛକ ଏବଂ ପେଲେସ ଷ୍ଟ୍ରିଟ ଦେଇ ଏସ କେ ସି ଜି କଲେଜ ଛକ ପର୍ଯ୍ୟନ୍ତ ଲମ୍ବିଥିଲା । ଏହି ମାନବ ଶୃଙ୍ଖଳରେ ପାଖାପାଖି ୭୦୦୦ ବ୍ୟକ୍ତି ବିଶେଷ ଯୋଗ ଦେଇଥିବା ବେଳେ ଏହି ଶୃଙ୍ଖଳା ଟି ପ୍ରାୟ ୭ କିଲୋମିଟର ଯାଏଁ ଲମ୍ବିଥିଲା ।
ଏଥିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ପୋଲିସ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ପାରଳାଖେମୁଣ୍ଡି ପୌର ପରିଷଦର ଅଧିକାରୀ ଓ କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡି କର୍ମୀ, ଏ ଏନ ଏମ୍ , ଆଶା କର୍ମୀ, ଚାଇଲଡ଼ ଲାଇନ କର୍ମକର୍ତ୍ତା, ୱାନ ଷ୍ଟପ ସେଣ୍ଟରର କର୍ମକର୍ତ୍ତା, କୁଳ ସମାଜର ନେତା, ବିଭିନ୍ନ ସଂସ୍କୃତିକ ଗୋଷ୍ଠୀର କଳାକାର ବୃନ୍ଦ, ଗଜପତି କିନ୍ନର ସମାଜର ସଦସ୍ୟ ତଥା ଜନ ସାଧାରଣ ପ୍ରଭୃତି ଯୋଗ ଦେଇଥିଲେ । ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନେ ଯଥା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ବିନୋଦିନି ମହାବିଦ୍ୟାଳୟ, ରାଜତାରା ଜୁନିୟର ମହାବିଦ୍ୟାଳୟ, ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ, ମହାରାଜା ଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ, ମହେନ୍ଦ୍ରଗିରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ସେଣ୍ଟ ଜୋସେଫ ଉଚ୍ଚ ବିଦ୍ୟାଳୟ, ଗୀତାଞ୍ଜଳି ପବ୍ଲିକ ସ୍କୁଲ, ପ୍ରିୟଦର୍ଶନି କନଭେଣ୍ଟ ସ୍କୁଲ ,
ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିର, ସରସ୍ୱତୀ ଶିଶୁ ଵିଦ୍ୟାମନ୍ଦିର , ସେଞ୍ଚୁରିଆନ ପବ୍ଲିକ ସ୍କୁଲ, ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ଏବଂ ଯାଜପୁର ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ । ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ.ତିରୁପତି ରାଓ, ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ରୋମାଞ୍ଚଳ ଖମାରି, ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପାରଳାଖେମୁଣ୍ଡି ପୌର ପାଳିକା ଜୁବୁଲି ଚରଣ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମିନତୀ ଦେଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ।
ଅଳକା ସାହୁ, ଜିଲ୍ଲା ନିର୍ଯୁକ୍ତି ଅଧିକାରୀ ସୌଭାଗ୍ୟ ରଞ୍ଜନ ତ୍ରିପାଠୀ ପ୍ରମୁଖ ଏକ ସଂକୀର୍ତ୍ତନ ଦଳ ସହିତ ମାନବ ଶୃଙ୍ଖଳ ତିଆରି କରି ଥିବା ପ୍ରତ୍ୟେକ ଭାଗିଦାରୀଙ୍କ ପାଖରେ ପଦ ଯାତ୍ରା ମାଧ୍ୟମରେ ଦୀର୍ଘ 3 କିଲୋମିଟର ଅତିକ୍ରମ କରି ଉତ୍ସ।ହିତ କରିବା ସହ ବାର୍ତ୍ତା ପହଞ୍ଚାଇଥିଲେ । ଏହି କାର୍ଯ୍ୟକ୍ରମ ଟି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଙ୍କ ତତ୍ୱାବଧାନରେ UNFPA ର ଜିଲ୍ଲା ସଂଯୋଜିକା ସଂଯୁକ୍ତା ତ୍ରିପାଠୀ, ଏକ୍ସନ ଏଡର ଜିଲ୍ଲା ସଂଯୋଜକ ବିକାଶ କୁମାର ମେହେର, ପରିଚାଳନା କରିଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଚାଇଲଡ଼ ଲାଇନ ନୀତି ଆୟୋଗର ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନର ଗାନ୍ଧୀ ଫେଲୋ ଓ ପ୍ରତିନିଧି ଏବଂ ପ୍ରେମ UNFPA ର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।
ଠିକ ଏହି ସମୟରେ ଜିଲ୍ଲାର ପ୍ରତ୍ୟେକ ଗ୍ରାମ, ପଞ୍ଚାୟତ ଏବଂ ପଞ୍ଚାୟତ ସମିତିରୁ ଉପରୋକ୍ତ ବାର୍ତ୍ତାକୁ ସମସ୍ତ ଙ୍କ ପାଖରେ ପହଞ୍ଚାଇବା ସହ ଜିଲ୍ଲାର ପ୍ରତ୍ୟେକ ଜନ ସାଧାରଣ ଙ୍କୁ କିପରି ସଚେତନତା କରାଯିବା ପାଇଁ ଓ ନିଜର ଯୋଗଦାନ ପାଇଁ ପଞ୍ଚାୟତ ସମିତି ସ୍ତରରେ ବ୍ଳକ ଅଧ୍ୟକ୍ଷ ଅଧ୍ୟକ୍ଷାଙ୍କ ନେତୃତ୍ୱରେ, ପଞ୍ଚାୟତ ସ୍ତରରେ ସରପଞ୍ଚଙ୍କ ନେତୃତ୍ୱରେ ଏବଂ ଗ୍ରାମାଞ୍ଚଳରେ ୱାଡ଼ ସଭ୍ୟ ଙ୍କ ନେତୃତ୍ୱରେ ପଦଯାତ୍ରା କରିବା ସହ ଶପଥ ପାଠ କରାଯାଇଥିଲା । ଯେଉଁ ଥିରେ କି ପ୍ରତ୍ୟେକ ବ୍ଳକ ଓ ବ୍ଳକ ଉନ୍ନୟନ ଅଧିକାରୀ ଏବଂ ଶିଶୁ ବିକାଶ ଓ ପ୍ରକଳ୍ପ ଅଧିକାରିଣୀ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଞ୍ଚାୟତିରାଜ ସଭ୍ୟ, ମହିଳା ସୁପରଭାଇଜର, ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ଜନ ସାଧାରଣ ଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
No Result
View All Result