ଓଡିଶା ତାଜା ନ୍ୟୁଜ୍ (୨୩ ତାରିଖ ୨୦୨୦ ଶନିବାର ) ଯାଜପୁର :– କେନ୍ଦୁଝର, ସ୍ବାମପାଟଣା,ଘଟଗାଁ ଗଦାଧରପୁର ଅଞ୍ଚଳର କିଛି ଶ୍ରମିକ ଯାଜପୁର,ବରୀ ବ୍ଲକର ବିଭିନ୍ନ ଗ୍ରାମରେ ପେଟପାଟଣା ସକାଶେ କାମଧନ୍ଦା କରବାକୁ ଯାଇଥିବା ବେଳେ କରୋନାମହାମାରୀର ତାଲାବନ୍ଦ ଯୋଗୁଁ ଫସି ଯାଇଥିଲେ !

ଏହି ଶ୍ରମିକ ମାନଙ୍କୁ ବରୀ ବିଡ଼ିଓ ଶ୍ରୀଯୁକ୍ତ ଶାଶ୍ୱତ ଜେନା,କେନ୍ଦୁଝର ଘଟଗାଁ ବିଡିଓ ଶ୍ରୀଯୁକ୍ତ ନାରାୟଣ ସାହୁ ,ବରିଷ୍ଠ ସାମ୍ବାଦିକ ମକୁନ୍ଦ ଚରଣ ନାୟକ,ଗଦାଧରପୁର ସରପଞ୍ଚ ସୁଦାମ ନାଏକ,ମ୍ୟାନେଜିଙ୍ଗ ଟ୍ରଷ୍ଟି ସମାଜସେବୀ ଇଂ. ବିମଲ ଦାସଙ୍କ ଚେଷ୍ଟା ତଥା ବିଭିନ୍ନ କର୍ମକର୍ତ୍ତା ମାନଙ୍କ ସହଯୋଗରେ ଶ୍ରମିକ ମାନଙ୍କୁ ତାଙ୍କ ଅଞ୍ଚଳକୁ ସୁରକ୍ଷିତ ଭାବରେ ପଠାଇବା ସହ ସୁରକ୍ଷାକୁ ଆଖି ଆଗରେ ରଖି ତାଙ୍କୁ ନୋଜମାସ୍କ୍, ଶୁଖିଲା ଖାଦ୍ୟ ଟ୍ରଷ୍ଟ ପକ୍ଷରୁ ଯୋଗାଇ ଦିଆଯାଇଥିଲା ! ଏହି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ଶ୍ରମିକ ମାନଙ୍କ ମନରେ ନିଜ ଗ୍ରାମକୁ ଫେରିବାର ଅହେତୁକ ଆନନ୍ଦ ସୃଷ୍ଟି ହୋଇଛି !
ଏହି ଦୁର୍ଦ୍ଦିନରେ ସମସ୍ତଙ୍କ ଜନ ହିତରେ ବିଭିନ୍ନ ସେବାମୂଳକ ଦିଗରେ ସବୁ ସମୟରେ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସେବାକାର୍ଯ୍ୟ ଜାରି ରହିବ ବୋଲି ଆଜୀବନ ସଭ୍ୟ ଉମାକାନ୍ତ ରାଉତ,ବିରେନ ରାଉତ, ଯୁବନେତା ତୁଷାର ଶାନ୍ତି, ବିଜୟ ସାହୁ, ସାଥୀ ପ୍ରକାଶ ଧଳ,ବଳରାମ ସାମଲ, ଶିବ ପ୍ରସାଦ ଦାସ,ଇଂ.ବିଶ୍ୱଜିତ ସାହୁ, କଣ୍ଠଶିଳ୍ପୀ ଇଂ. ଅମୀୟ ପଟ୍ଟନାୟକ,ସୁରଜ ବେହେରା,ପ୍ରଦ୍ୟୁମ୍ନ ପଣ୍ଡା, ବିକାଶ ସାହୁ, ନରେଶ ବେହେରା, ସରୋଜ ଦାସ, ଶଙ୍କର ସାହୁ,ଇଂ.ସେବକ ଶ୍ରୀକାନ୍ତ, ସୁବ୍ରତ ବାରିକ,ଦେବାଶିଷ ଧଳ,ସତ୍ୟବ୍ରତ ସମଲ ଓ ସମସ୍ତ ସଭ୍ୟବୃନ୍ଦ ଦୃଢ ପଦକ୍ଷେପ ନେଉଛନ୍ତି । ତେଣୁ ତ ସବୁରୀ ମୁହଁରେ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟର ଓଡିଶାରେ ନା କରିଛି । (ରିପୋର୍ଟ – ଇଂ.ସେବକ ଶ୍ରୀକାନ୍ତ)
odishatazanews.com, whatsApp – 9938341180, ph.7008991872, facebook – odishatazanews,ଲାଇକ୍ ଓ ସେୟାର କରନ୍ତୁ –Mail, odishatazanews1@gmail.com
















