ଓଡ଼ଗାଁ ଏନ୍.ଏସି ଅନ୍ତର୍ଗତ ରାମସାଗର ପାର୍କ ବୁଲି ଦେଖିବା ସହ ପାର୍କର ଅବସ୍ଥିତି ଓ ସୌନ୍ଦଯ୍ୟକରଣ କାର୍ୟ୍ୟ ଦେଖି ଖୁସିବ୍ୟକ୍ତ କରିଥିଲେ । ବିଶେଷ କରି ପାର୍କ ମଧ୍ୟରେ ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ ପାର୍କର ସୌନ୍ଦର୍ୟ୍ୟକୁ ଦ୍ବିଗୁଣିତ କରୁଛି ବୋଲି କହିଥିଲେ । ଖୁବ ଶ୍ରୀଘ୍ର ବୋଟିଙ୍ଗ ବ୍ୟବସ୍ଥା ଆରମ୍ଭ ହେବା ଶୁଣି ପ୍ରୀତ ମଧ୍ୟ ହୋଇଥିଲେ । ସନ୍ଧ୍ୟା ସମୟରେ ବିଦ୍ୟୁତ ମାଧ୍ୟମରେ ଜଳ କ୍ରୀଡା କାର୍ୟ୍ୟକ୍ରମକୁ ଖୁବ ଉପଭୋଗ କରିଥିଲେ ସମସ୍ତ ବିଧାୟକ ।
ମିନିଷ୍ଟାଡିୟମ ପରିସର ପରିଦର୍ଶନ କରିବା ସହ ଷ୍ଟାଡିୟମ ମଧ୍ୟରେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ନିର୍ମିତ ପାଦଚଲା ରାସ୍ତାକୁ ଦେଖି ନୟାଗଡ଼ ବିଧାୟକଙ୍କ କାର୍ୟ୍ୟକ୍ରମକୁ ଖୁବ ପ୍ରଶଂସା କରିଥିଲେ । ଖୋଲା ବ୍ୟାୟାମଶାଳା, କ୍ରୀଡା ନିମନ୍ତେ ନେଟ ମାଧ୍ୟମରେ ଅଭ୍ୟାସ ଆଦି ଆଧୁନିକୀକରଣ କାର୍ୟ୍ୟକ୍ରମ ଓଡ଼ଗାଁ ଅଞ୍ଚଳରେ କ୍ରୀଡାପ୍ରେମୀମାନଙ୍କୁ ଅଧିକ ଉତ୍ସାହିତ କରିବ ବୋଲି କହିଥିଲେ । ବୁଢାବୁଢ଼ୀଆଣି ପର୍ୟ୍ୟଟନସ୍ଥଳରେ ୱାଚ ଟାୱାର ଉପରୁ ପ୍ରାକୃତିକ ନୈସର୍ଗିକ ଶୋଭାରାଜି ଦେଖି ଆତ୍ମବିଭୋର ହୋଇ ପଡିଥିଲେ ।
ଅନ୍ୟମାନଙ୍କ ପାଇଁ ଓଡ଼ଗାଁ ବ୍ଲକର କାର୍ୟ୍ୟଶୈଳୀ ପ୍ରେରଣାଦାୟକ ଓ ଦୃଷ୍ଟାନ୍ତମୂଳକ ହେବ ବୋଲି କହିଥିଲେ, ଏହି ଗସ୍ତ ସମୟରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ,ଛାତ୍ର ନେତା ଅମ୍ରିତ ପ୍ରିୟଦର୍ଶନ ପଣ୍ଡା, ବରୁଣ କୁମାର ସାହୁ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।
© 2023 Odisha Taza News.