ଓଡିଶା ତାଜା ନ୍ୟୁଜ୍ (୨୩ ତାରିଖ ୨୦୨୦ ଶନିବାର ) ନବରଙ୍ଗପୁର ଜିଲ୍ଲା :– ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ଗ୍ରାମପଞ୍ଚାୟତର ଅନକାବେଡ଼ା, ସନ୍ଧିମୁଣ୍ଡା, ଚାନ୍ଦଗିରି ଓ ବେହେରାମୁଣ୍ଡା ଗ୍ରାମପଞ୍ଚାୟତର ବାବୁରିଆ ,ସାଲେବିଡ଼ି ଗ୍ରାମରେ ଗତ ମେ ୫ ତାରିଖ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହା ଦ୍ୱାରା ଶତାଧିକ ପରିବାର କ୍ଷତିଗ୍ରସ୍ତ ହୋଇଥିଲେ, ଗମନାଗମନ ଓ ବିଜୁଳି ସଂଯୋଗ ବାଧାପ୍ରାପ୍ତ ହୋଇଥିଲା ।
ଏହାର ଅନୁଧ୍ୟାନ କରି କ୍ଷତି ପୂରଣ ପ୍ରଦାନ ସକାଶେ ଓଡ଼ିଶା ସ୍ବତନ୍ତ୍ର ରିଲିଫ କମିଶନର ଏବଂ ନବରଙ୍ଗପୁର ଜିଲାପାଳ ଙ୍କୁ ମାନ୍ୟବର ବିଧାୟକ ଝରିଗାଁ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ଚିଠି ମାଧ୍ୟମରେ ଅବଗତ କରାଇଥିଲେ । ଆଜି ମାନ୍ୟବର ବିଧାୟକ ଉକ୍ତ ଗ୍ରାମଗୁଡିକ ଗସ୍ତରେ ଯାଇ ଜନସାଧାରଣଙ୍କ ସମସ୍ୟା ପଚାରି ବୁଝିଥିଲେ । ଏହି ଗସ୍ତ ସମୟରେ ସ୍ଥାନୀୟ ସରପଞ୍ଚ ଭବୋ ପୂଜାରୀ, ତ୍ରିନାଥ ଦାସ,ପୁରୁନ ସିଂ ସିହ୍ନା , ଯୁଗେଶ୍ୱର ନାଗ , କୁମୁଦ ମନହୀର , ରାମ ମନହୀର,ପବିତ୍ର କଚିମ ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ-ଯୁବରାଜ ଜଗତ )
odishatazanews.com, whatsApp – 9938341180, ph.7008991872, facebook – odishatazanews,ଲାଇକ୍ ଓ ସେୟାର କରନ୍ତୁ –Mail, odishatazanews1@gmail.com













