No Result
View All Result
ଓଡ଼ିଶା ତାଜା ନ୍ୟୁଜ (୬ ଅଗଷ୍ଟ ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାକୁ ବାଲ୍ୟ ବିବାହ ଓ ନିଶାମୁକ୍ତ କରିବା ନିମନ୍ତେ ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପ ହାତକୁ ନେଇଥିବାରୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ କୁ ହୃଦୟଜ୍ଞମ କରି ଜିଲ୍ଲାର ସମସ୍ତ ବ୍ଲକରେ ଏହି ଅଭିଯାନ କରି ଲୋକଙ୍କ ମଧ୍ୟରେ ସଚେତନତା କରିବା ପାଈଁ ନିର୍ଦ୍ଧେଶ ଦେଇଛନ୍ତି । ଆଜି ମୋହନା ବ୍ଲକର ପ୍ରଶାସନ ସହର ପରିକ୍ରମା କରି ଲୋକଙ୍କ ମଧ୍ୟରେ ନିଶାମୁକ୍ତ ସହ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ସଚେତନତା କରିଥିବା ଦେଖିବାକୁ ମିଳିଛି । ମୋହନା ବ୍ଲକ କାର୍ଯ୍ୟଳୟ ପରିସର ମଧ୍ୟରେ ବିଡ଼ିଓ କିଶୋର ଚନ୍ଦ୍ର ଦାସ, ଥାନା ଅଧିକାରୀ ସୁଜିତ କୁମାର ନାୟକ,
ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଶିଶୁ ବିକାଶ ଅଧିକାରିଣୀ ଲଳିତା ମଲ୍ଲିକ, ସ୍ଥାନୀୟ ସରକାରୀ ଚିକିତ୍ସାଳୟ ର ଡାକ୍ତର ଏବଂ ସମସ୍ତ ବିଭାଗୀୟ ଅଧିକାରୀ, ଅଙ୍ଗନବାଡି ଦିଦି, ଆଶା ଦିଦି ଙ୍କ ସମେତ ସ୍ଥାନୀୟ ମହାବିଦ୍ୟାଳୟ ଛାତ୍ରୀଙ୍କ ସମେତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ସମସ୍ତ ଅଧିକାରୀ ଯୋଗ ଦେଇ ଏହି ନିଶା ମୁକ୍ତ ଏବଂ ବାଲ୍ୟ ବିବାହ ମୁକ୍ତ କରିବା ଅଭିଯାନରେ ସାମିଲିହୋଇ ଶପଥ ପାଠ କରିବା ସହ ଏହି କୁକର୍ମ ଯେଉଁଠାରେ ଦେଖାଦିଏ ସେଠାରେ ବିରୋଧ ସହବିଭାଗ ର ଦୃଷ୍ଟିକୁ ଆଣିବା ପାଇଁ ଉପଦେଶ ଦେଇଥିଲେ।
ବିଶେଷ କରି ଏହି କୁକର୍ମ ଦ୍ରୁତ ଗତିରେ ଯୁବ ଗୋଷ୍ଟି ଉପରେ ବିଶେଷ ପ୍ରଭାବ ପଡିଛି ତାହାକୁ ରୋକିବା ନିମନ୍ତେ ନିଜେ ସକ୍ଷମ ବୋଲି ଥାନା ଅଧିକାରୀ ସୁଜିତ କୁମାର ନାୟକ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ମୋହନା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ଆଶିଷ କୁମାର ଶତପଥି, ଜିପିଇଓ ଖଗେଶ୍ୱର ଭୂୟାଁ, ଙ୍କ ସମେତ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହି ମୋହନା ବଜାର ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ ।

No Result
View All Result