No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୧ ଜୁଲାଇ ରବିବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଜିଗିନି ପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଦକ୍ଷ ଇଂରାଜୀ ଶିକ୍ଷକ ରବି ନାରାୟଣ ଖଣ୍ଡୁଆଳ ଙ୍କୁ ବିଦ୍ୟାଳୟ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ବିଦ୍ୟାଳୟ ପରିଚାଳନା କମିଟି ଚେୟାର ପର୍ସନ ପିଙ୍କି ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବ ରେ ଅତିଥି ଭାବେ ସି ଆର୍ ସି ସି କୈଳାସ ଚନ୍ଦ୍ର ନାୟକ,ରବି ନାରାୟଣ ଖଣ୍ଡୁଆଳ,ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ମିଶ୍ର,
ଶିକ୍ଷକ ଗୌରାଙ୍ଗ ଚରଣ ଯାନୀ ଙ୍କ ସମେତ ସମସ୍ତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ଯୋଗଦେଇଥିଲେ।ଦକ୍ଷ ଇଂରାଜୀ ଶିକ୍ଷକ ରବି ନାରାୟଣ ଖଣ୍ଡୁଆଳ ଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର ,ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ଶିକ୍ଷକ ପ୍ରସନ୍ନ କୁମାର ମିଶ୍ର ଏବଂ ଗୌରାଙ୍ଗ ଚରଣ ଯାନୀ ଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଶିକ୍ଷକ ଶ୍ରୀନିବାସ ରଥ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ପରେଶ କୁମାର ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।ଅବସର ଗ୍ରହଣ କରିଥିବା ରବି ନାରାୟଣ ଖଣ୍ଡୁଆଳ ଜଣେ ଦକ୍ଷ ଇଂରାଜୀ ଶିକ୍ଷକ ଏବଂ ଛାତ୍ର ବତ୍ସଳ ଶିକ୍ଷକ ଭାବେ ନୂଆଗାଁ ବ୍ଲକ୍ ରେ ପରିଚିତ।

No Result
View All Result