No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୧ ଜୁଲାଇ ରବିବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଚାହାଳି ଜନଶକ୍ତି ନୋଡାଲ ହାଇସ୍କୁଲରେ ରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସି ଆର୍ ସି ସି ବିଭୂତି ଭୂଷଣ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର,ପ୍ରଧାନ ଶିକ୍ଷକ ବିପିନ ବିହାରୀ ଦାସ, ଶିକ୍ଷକ ଚିନ୍ତାମଣି ମିଶ୍ର ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।
ବିଦ୍ୟାଳୟ ର ସହକାରୀ ଶିକ୍ଷକ (ଏକ୍ସ କ୍ୟାଡ଼ର) ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀ ଙ୍କୁ ମାନପତ୍ର , ଉତ୍ତରୀୟ ଦେଇ ଅତିଥି ମାନେ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ମଧୁବନ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ସତ୍ୟ ନାରାୟଣ ସାହୁ ମାନପତ୍ର ପଠନ କରିଥିବା ବେଳେ ଧନ୍ୟବାଦ୍ ଅର୍ପଣ କରିଥିଲେ ଶିକ୍ଷକ ଅଶୋକ ପଣ୍ଡା ।

No Result
View All Result