No Result
View All Result
ନୂଆ ବସ୍ଷ୍ଟାଣ୍ଡରେ ବସ ରଖ, ଅନ୍ୟତ୍ର ପାର୍କିଂ କଲେ କାର୍ଯ୍ୟାନୁଷ୍ଠାନ
ଓଡ଼ିଶା ତାଜା ନ୍ୟୁଜ (୨୮ଜୁଲାଇ ଗୁରୁବାର) ବରଗଡ଼ :- ଗତ ଦୁଇଦିନ ଧରି ବରଗଡ଼ ଘରୋଇ ବସ୍ ମାଲିକ ସଂଘ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ନୂଆଁ ବସଷ୍ଟାଣ୍ଡ କୁ ବସ ସ୍ଥାନାନ୍ତର କରିବା ବିବାଦରେ ନିରିହ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଗତ ୨୬ ତାରିଖରେ ଜିଲ୍ଲାପାଳ ଙ୍କ ଆଦେଶ କ୍ରମେ ପୈାର ପରିଷଦ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ କୁ ତାରବାଡ ଦେଇ ଘେରିବାକୁ କାର୍ଯ୍ୟ ଆରମ୍ଭ କରିଥିଲେ। ବସ ଗୁଡିକ ନୂତନ ବସ୍ ଷ୍ଟାଣ୍ଡ ରୁ ଚାଲିବ ବୋଲି କହିଥିଲେ। ତେବେ ବସ୍ ମାଲିକ ସଂଘ ପକ୍ଷରୁ ନୂତନ ବସ୍ ଷ୍ଟାଣ୍ଡ ରେ ବିଭିନ୍ନ ଅସୁବିଧା ଦର୍ଶାଇ ୧୫ଦଫା ଦାବି ପୁରଣ ପାଇଁ ଗତକାଲି ଠାରୁ ବସ ଚଳାଚଳ ବନ୍ଦ କରିଦେଇଛନ୍ତି। ଫଳରେ ଯାତ୍ରୀମାନେ ବହୁ ହଇରାଣ ର ସମ୍ମୁଖୀନ ହେଉଛନ୍ତି।
ଆଜି ପୁଣି ନୂତନ ବସ୍ ଷ୍ଟାଣ୍ଡ ରାସ୍ତା ଅବରୋଧ ହଟାଇବାକୁ କଂସେଇ ଦୋକାନ ଗୁଡ଼ିକୁ କେନାଲ ରାସ୍ତା ରୁ ହଟେଇ ଥିଲେ। ସେହିପରି ଆଜି ଜିଲ୍ଲାପାଳ ନୂତନ ନିର୍ଦେଶନାମା ଜାରି ପରେ ବରଗଡ଼ ସହରରେ ଘରୋଇ ବସଷ୍ଟାଣ୍ଡ ବିବାଦ ତୀବ୍ର ହେବାରେ ଲାଗିଛି। ନିର୍ମାଣ କାର୍ଯ୍ୟରେ ତୃଟି ଅଭିଯୋଗ କରି ସ୍ଥାନୀୟ ଘରୋଇ ବସ ମାଲିକ ସଂଘ ସେଠାରୁ ଯାତ୍ରୀବାହୀ ବସ ଚଳାଚଳ ନ କରିବାକୁ ଅଡି ବସିଛନ୍ତି । ଅନ୍ୟପକ୍ଷରେ ଗତ ମଙ୍ଗଳବାରରୁ ପୁରୁଣା ବସଷ୍ଟାଣ୍ଡରେ ପ୍ରଶାସନ ବ୍ୟାରିକେଡ ଦେବା ଆରମ୍ଭ କରିଛି।
ଏହାର ପ୍ରତିବାଦରେ ବସ ମାଲିକ ସଂଘ ବୁଧବାରରୁ ବସ ଧର୍ମଘଟ ଜାରି ରଖିଛି। ଏଭଳି ସ୍ଥଳେ ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ ନୂଆ ବସଷ୍ଟାଣ୍ଡରେ ଯାତ୍ରୀବାହୀ ଗାଡି ପାର୍କିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଗାଡି ପାର୍କିଂ କଲେ ମୋଟରଯାନ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ତାଙ୍କ ପତ୍ରସଂଖ୍ୟା – ୭୫(ଆରଇଏସ୍)ରେ ଏହା ଉଲ୍ଲେଖ କରିଛନ୍ତି । ସେହିପରି ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତି (ନଂ-୧୩୮୦)ରେ ପୁରୁଣା ଘରୋଇ ବସଷ୍ଟାଣ୍ଡରେ ଯାତ୍ରୀବାହୀ ଗାଡି ପାର୍କିଂ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
No Result
View All Result