No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ଜୁଲାଇ ଗୁରୁବାର) ମାଲକାନଗିରି :- ମାଲକାନଗିରି ଜିଲ୍ଲା ମହାବିଦ୍ୟାଳୟର ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ଶତକଡା ୭୭ ମାର୍କ ରଖି କାବ୍ୟା ମୁର୍ମୁ ସମଗ୍ର ଜିଲ୍ଲାରେ ଟପ୍ପର ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସମୁଦାୟ ୫୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୨ ଜଣ ପାସ୍ ହୋଇଥିବା ବେଳେ ୧୯ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ, ରଞ୍ଜନ କୁମାର ସ୍ବାଇଁ,
ବି. ଗୁପ୍ତେଶ୍ୱର ରାଓ, ଆରତୀ ଲୁଗୁନ, ପତନ କୁମାର ବେହେରା, ପ୍ରଦୀପ ଓରାମ, ପ୍ରମିୟ କୁମାର ମହାନ୍ତି, ମନୋରଞ୍ଜନ ପରିଡା ସମେତ ଅନ୍ୟ ମାନେ ଉପସ୍ଥିତ ରହି କାବ୍ୟା ମୁର୍ମୁଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ତାଙ୍କର ଏହି ସଫଳତା ପାଇଁ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

No Result
View All Result