No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୬ ଜୁଲାଇ ମଙ୍ଗଳବାର/ପାରଳାଖେମୁଣ୍ଡି :- ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଅସ୍ଥାୟୀ ରାସ୍ତା ନିର୍ମାଣ କଲା ବ୍ଲକ ପ୍ରଶାସନ l ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚୁଡଙ୍ଗପୂରୁ ପଂଞ୍ଚାୟତ ଝରଣପୂର ନିକଟରେ ରହିଛି ଗଜେଲ ନାଳ । ଯେଉଁ ନାଳ ଦେଇ ପ୍ରତ୍ୟେକ ଦିନ ୨୦ ଖଣ୍ଡ ଗ୍ରାମବାସୀ ବିଭିନ୍ନ କାମ ନେଇ ଯାତାୟାତ କରନ୍ତି । ଏହି ନାଳ ଠାରୁ ରାଇପଙ୍କା ମାତ୍ର ୮କିମି ଓ ରାୟଗଡ଼ା ଜିଲ୍ଲା ପଦ୍ମପୁର ହେଉଛି ମାତ୍ର ୧୪କିମି ରାୟଗଡ଼ା ଜିଲ୍ଲାର ବ୍ୟବସାୟୀମାନେ ନିଜ ପରିବାର ପ୍ରତିପୋଷଣ ପାଇଁ ଚୁଡ଼ଙ୍ଗପୁର, ଅନ୍ତରବା, ଝରଣପୁର, ଶିଆଳିଲଟି ଭଳି ବିଭିନ୍ନ ଗ୍ରାମ ବୁଲି ବାଣିଜ୍ୟ ବ୍ୟବସାୟ କରନ୍ତି । ରାସ୍ତା ଭଲ ନଥିବାରୁ ଗାଡ଼ି ଠେଲି ମୁଣ୍ଡରେ ଭାର ବୋହି ନାଳ ପାର ହୁଅନ୍ତି ।
ଖାଲି ସେତିକି ନୁହେଁ ବରଂ ବିଦ୍ୟାଳୟକୁ ମଧ୍ଯ କୁନି କୁନି ଛାତ୍ର ଛାତ୍ରୀ ମାନେ ଜୀବନକୁ ବାଜି ଲଗାଇ ବିଦ୍ୟାଳୟକୁ ପାଠ ପଢିବା ପାଇଁ ପ୍ରତ୍ୟେକ ଦିନ ଯିବା ଆସିବା କରନ୍ତି । ବର୍ଷା ହେଲେ ପାଠ ପଢା ବନ୍ଦ । ଏହି ଖବର ଆମେ ସମାଜ ଖବର କାଗଜରେ ୨୩ ତାରିଖରେ ପ୍ରକାଶ କରିଥିଲୁ ଏବଂ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ଏ ସଂପର୍କରେ ଅବଗତ କରିଥିଲୁ । ସେ କହିଥିଲେ ତୁରନ୍ତ ଏହି ସମସ୍ୟାର ପଦକ୍ଷେପ ନେଇ ରାସ୍ତା ନିର୍ମାଣ କରାଯିବ । ଖବର ପ୍ରସାରଣ ହେବାର ୨୪ଘଣ୍ଟା ମଧ୍ୟରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦେଶ କ୍ରମେ ବ୍ଲକ୍ ପ୍ରଶାସନ ପକ୍ଷରୁ ଠିକାଦାରଙ୍କୁ କହି ଦୁଇଟି କଂକ୍ରିଟ ପାଇପ(ପୋଲ) ଅସ୍ଥାୟୀ ଭାବେ ପକାଯାଇ ରାସ୍ତା ନିର୍ମାଣ କରାଯାଇଛି । ହେଲେ କାଦୁଆ ରାସ୍ତା ମରାମତି କରାଯାଇନି । ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ଅଞ୍ଚଳବାସୀ ପ୍ରସଂଶା କରିଛନ୍ତି ।
No Result
View All Result