No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ ସୋମବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲର ସଫଳତାରେ ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇଛି । ସିବିଏସଇଦ୍ଵାରାପ୍ରକାଶ ପାଇଥିବା ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଇଶ୍ରିତା ମିଶ୍ର ୯୩.୬ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗୌତମ ଚରିତ ୯୩.୨ ପ୍ରତିଶତ,ପୂର୍ଣ୍ଣିମା ପଟ୍ଟନାୟକ ୯୨.୪ ପ୍ରତିଶତ , ରୋଜାଲିନ ପଣ୍ଡା ୯୦.୮ ପ୍ରତିଶତ ଏବଂ ବିବେକ ପାତ୍ର ୯୦.୬ ପ୍ରତିଶତ ନମ୍ବର ରଖିଛନ୍ତି ।
ସେହିପରି ଦଶମ ଶ୍ରେଣୀ ପରୀକ୍ଷାରେ ରାହୁଲ ଗୌଡ଼ ୯୮.୮ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତନିଶା ପାତ୍ର୯୮.୨ ପ୍ରତିଶତ , ଆଶିଷପାଣିଗ୍ରାହୀ ୯୩.୪ ପ୍ରତିଶତ , ଶ୍ରୀସାଇ ଶ୍ରୀନିବାସ ପଣ୍ଡା ୯୩ପ୍ରତିଶତ ନମ୍ବର ରଖିଛନ୍ତି।ଦଶମ ଶ୍ରେଣୀ ପରୀକ୍ଷାରେମୋଟ ୧୧୩ଜଣ ପରୀକ୍ଷାର୍ଥୀଙ୍କମଧ୍ୟରୁ ୧୪ଜଣ ପରୀକ୍ଷାର୍ଥୀ ୯୦ପ୍ରତିଶତରୁ ଅଧିକା ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।ଶତ ପ୍ରତିଶତ ସଫଳତା ହାସଲ କରିଥିବାରୁ ସମସ୍ତ ବିଦ୍ୟାର୍ଥୀ
ମାନଙ୍କୁ ବିଦ୍ୟାଳୟର ଭାଇସ୍ ପ୍ରେସିଡେଣ୍ଟ ଡି.ଏନ୍.ରାଓ, ପ୍ରିନ୍ସିପାଲ୍ ଶ୍ରୀମତୀ ସୁନୀତା ପାଣିଗ୍ରାହୀ, ଆଞ୍ଚଳିକନିର୍ଦ୍ଦେଶକ ସମ୍ବିତପାତ୍ର ,ପ୍ରଶାସନିକ ଅଧିକାରୀ ପ୍ରଦୀପ ପଣ୍ଡା ,ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ବୃନ୍ଦ ବିଦ୍ୟାର୍ଥୀମାନଙ୍କୁଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ବଳ ଭବିଷ୍ୟତ ନିମନ୍ତେ କାମନା କରିଛନ୍ତି ।

No Result
View All Result