odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
କଟକ ,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ )୨୨ ମଇ, ଶୁକ୍ରବାର :- କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କରୋନା ସଂକ୍ରମିତ ମହିଳାଙ୍କ ପ୍ରସବ । ସମ୍ପୃକ୍ତ ପ୍ରସୂତୀଙ୍କ ସଂସ୍ପର୍ଶରେ ଆସିବା ପରେ ଏବେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର କିଛି ଡାକ୍ତର ଓ କର୍ମଚାରୀ କ୍ୱାରେଣ୍ଟାଇନରେ ଯିବେ ବୋଲି କୁହାଯାଉଛି ।
ସମ୍ପୃକ୍ତ ମହିଳାଙ୍କ ଘର ପୁରୀ ଜିଲ୍ଲାରେ ଓ ସେ ସୁରତରୁ ଫେରିଥିଲେ । ଉଭୟ ମା’ ଓ ନବଜାତ ଶିଶୁଙ୍କୁ ଭୁବନେଶ୍ୱରର ଏକ କରୋନା ହସ୍ପିଟାଲକୁ ପଠାଯିବାକୁ ସ୍ଥିର କରାଯାଇଛି । ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଉଭୟ ମା ଓ ଶିଶୁ ଭୁବନେଶ୍ୱର ଯିବେ ବୋଲି ଏସସିବିରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି ।