odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ପାରଳଖେମୁଣ୍ଡି ,ରିପୋର୍ଟ / ଗରୁଡ଼ ଧ୍ଵଜ ଚୌଧୁରୀ (ଓଡିଶା ତାଜା ନ୍ୟୁଜ୍ )୨୨ ମଇ, ଶୁକ୍ରବାର :- ଗଜପତି ଜିଲ୍ଲା କାଶୀନଗର ବ୍ଲକ ରେ କାର୍ଯ୍ୟ ରତ ବିଭିନ୍ନ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ସେମାନଙ୍କର ଏକ ମାସର ଦରମା ୪,୮୩,୭୫୧(ଚାରି ଲକ୍ଷ୍ୟ ତେୟା- ଅସି ହଜାର ସାତଶହ ଏକାବନ) ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ନିର୍ଦ୍ଦେଶ କ୍ରମେ କାଶୀନଗର ବ୍ଲକ ର ବିଭିନ୍ନ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଗୋଟିଏ ଦିନର ଦରମା ଅର୍ଥ ରାଶି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିବା ଶିକ୍ଷକ ମାନେ ହେଲେ ପ୍ରାଥମିକ,
ଉଚ୍ଚ ପ୍ରାଥମିକ, ଶିକ୍ଷା ସହାୟକ, ଗଣ ଶିକ୍ଷକ ଜିଲ୍ଲା ପରିଷଦ ଶିକ୍ଷକ, ଏକ୍ସ କେଡେର ଶିକ୍ଷକ ଏବଂ ବ୍ୟକ୍ତିଗତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ଦାନ କରି ଥିଲେ । ଏହିପରି ସମୁଦାୟ ୪,୮୩,୭୫୧ ଟଙ୍କାର ଏକ ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । କାଶୀନଗର ବ୍ଲକ ଶିକ୍ଷାଧିକାରୀ ଏହି ଚେକ୍ କୁ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟର ପ୍ରଧାନ ଶକ୍ଷକ ବୃଷକେତୁ ଦାଶ, ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଙ୍କୁ ପ୍ରଦାନ କରିଥିଲେ ।
ଦାନ ରାଶି ସଂଗ୍ରହରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଟି. କିଶୋର କୁମାର,ଜାମି କାରେୟା ଓ ମିନା କୁମାରୀ ବେହେରା ସହାୟତା କରିଥିଲେ । ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା ବିଭାଗର ଅନାନ୍ୟ କର୍ମଚାରୀ ମାନଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ସାଧୁ ବାଦ ଜଣାଇଥିଲେ ।