ଓଡ଼ିଶା ତାଜା ନ୍ୟୁଜ (୨୪ ଜୁଲାଇ ରବିବାର) ଭୁବନେଶ୍ୱର :- ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି କୁ ସ୍ମରଣୀୟ କରିବା ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳ ଏବଂ ବିଜେଡ଼ି ବିଧାୟକ ଙ୍କ ମଧ୍ୟରେ କଳିଙ୍ଗ ଷ୍ଟାଡିୟମ ଠାରେ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ଵାବଧାନରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ଏହି ଉଦଘାଟନୀ ମ୍ୟାଚଟି ଶେଷ ପର୍ଯ୍ୟନ୍ତ ଅତ୍ୟନ୍ତ ରୋମାଞ୍ଚକର ଥିଲା । ବିଧାୟକଙ୍କ ଟିମ୍ ପରିଶେଷରେ ୨-୧ ଗୋଲ୍ ରେ ବିଜୟୀ ହୋଇଥିଲେ ।
ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପୂର୍ତ୍ତି ଉପଲକ୍ଷେ ଆଗାମୀ ଡ଼ିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟ ର ୧୪୭ ନିର୍ବାଚନ ମଣ୍ଡଳୀରେ ଯୁବ ବିଜେଡ଼ି ଏବଂ ଛାତ୍ର ବିଜେଡ଼ି ମଧ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବା ସହ ପରିଶେଷରେ ରାଜ୍ୟସ୍ତରୀୟ ଫାଇନାଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ ବୋଲି ଯୁବ ବିଜେଡ଼ି ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଡ଼ଃ ବ୍ୟୋମକେଶ ରାୟ ଏବଂ ଛାତ୍ର ବିଜେଡ଼ି ସଭାପତି ତଥା ମାନ୍ୟବର ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି ।
ଆଜିର ଏହି ଉଦଘାଟନୀ ମ୍ୟାଚରେ ବିଧାୟକଙ୍କ ଟିମ୍ ପକ୍ଷରୁ ମାନ୍ୟବର ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ମାନ୍ୟବର ବିଧାୟକ ଡ଼ଃ ଅରୁଣ ସାହୁ, ମାନ୍ୟବର ବିଧାୟକ ପ୍ରଣବ ବଳବନ୍ତରାୟ, ମାନ୍ୟବର ବିଧାୟକ ଦିବ୍ୟଶଙ୍କର ମିଶ୍ର, ମାନ୍ୟବର ବିଧାୟକ ରାଜେନ୍ଦ୍ର କୁମାର ସାହୁ, ମାନ୍ୟବର ବିଧାୟକ ଦେବେଶ୍ ଆଚାର୍ଯ୍ୟ, ମାନ୍ୟବର ବିଧାୟକ ବିଷ୍ଣୁବ୍ରତ ରାଉତରାୟ,
ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ମାନ୍ୟବର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା, ମାନ୍ୟବର ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ମାନ୍ୟବର ବିଧାୟକ ସ୍ଵରୁପ କୁମାର ଦାସ,ମାନ୍ୟବରବିଧାୟକ ଜଗନ୍ନାଥ ନାୟକ, ମାନ୍ୟବର ବିଧାୟକ ଶ୍ରୀ କିଶୋର ଚନ୍ଦ୍ର ନାୟକ,ମାନ୍ୟବର ବିଧାୟକ ଚନ୍ଦ୍ରମଣି କଁହର ପ୍ରମୁଖ ଭାଗ ନେଇଥିଲେ । ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଯୁବ ବିଜେଡ଼ି ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଡ଼ଃ ବ୍ୟୋମକେଶ ରାୟ,
ଛାତ୍ର ବିଜେଡ଼ି ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ,ଶୁଭେନ୍ଦୁ ମଙ୍ଗରାଜ, ବରିଷ୍ଠ ଉପସଭାପତି ଧୃତି ରଞ୍ଜନ ମାର୍ଥା, ଭୁବନେଶ୍ୱର ଜୋନ୍ ସଭାପତି ବିଜୟ କେତନ ସାହୁ,ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ନାୟକ, ବାଣୀ କଲ୍ୟାଣ ମହାନ୍ତି,କଟକ ଜିଲ୍ଲା ସଭାପତି ସ୍ମୃତି ରଂଜନ ନାୟକ, ବରଗଡ଼ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ସମ୍ପାଦକ ଅଫତାବ ଆଲମ ଖାନ୍,
ଛାତ୍ର ବିଜେଡ଼ି ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶ ରାଜ ସ୍ବାଇଁ, ବରିଷ୍ଠ ଉପସଭାପତି ଅଜିତ୍ କୁମାର ବେହେରା, ସାଧାରଣ ସମ୍ପାଦକ ଅବିନାଶ ମହାନ୍ତି, ସୁଜିତ ପାଲଟାସିଂ, ଦେବାଶିଷ ସ୍ବାଇଁ,ଟକଟକ ଜିଲ୍ଲା ସଭାପତି ଆସିଫ୍ ଅମିନ୍, ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ବଦୀପ ପ୍ରଧାନ ପ୍ରମୂଖ ଭାଗ ନେଇଥିଲେ ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଂଜନ ମିଶ୍ର ସୁଚନା ଦେଇଛନ୍ତି ।

© 2023 Odisha Taza News.