ସେକ୍ସ କରିବା ବେଳେ ହେଉଛି କି ଯନ୍ତ୍ରଣା…? ଆସନ୍ତୁ ଜାଣିବା ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ – ପୁରୁଷମାନଙ୍କୁ କେଉଁ ଲାଇଫଷ୍ଟାଇଲ ପରିବର୍ତ୍ତନ କରିବାକୁ ପଡିବ

ଓଡ଼ିଶା ତାଜା ନ୍ୟୁଜ(୨୩ ଜୁଲାଇ ଶନିବାର) ନୂଆଦିଲ୍ଲୀ :- ପ୍ରତିଦିନର ଡାଏଟ ଯେତିକି ଆବଶ୍ୟକ ବିବାହିତ ପୁରୁଷମାନଙ୍କ ପାଇଁ ସେତିକି ଜରୁରୀ ହୋଇଥାଏ ଶାରୀରିକ ସମ୍ପର୍କ । କିନ୍ତୁ ଅନେକ ସମୟରେ ଏମିତି ପରିସ୍ଥିତି ଏବଂ ଯନ୍ତ୍ରଣା ଅନୁଭୂତ ହୁଏ ଯାହା ଦ୍ୱାରା ରୋମାଣ୍ଟିକ ମୁହୂର୍ତ୍ତ ଏବଂ ଖୁସି ଜୀବନ ମଧ୍ୟ କଷ୍ଟଦାୟକ ପାଲଟିଯାଏ । ଶାରୀରିକ ସମ୍ବନ୍ଧ ରଖିବା ସମୟରେ କିଛି ବିବାହିତ ପୁରୁଷ ଖୁବ ଜୋରରେ ଯନ୍ତ୍ରଣା ଅନୁଭବ କରିଥାନ୍ତି । ତେବେ ଲାଜରେ ଏହି ସମସ୍ୟା ବିଷୟରେ ସମ୍ପର୍କୀୟ କିମ୍ବା ଡାକ୍ତରଙ୍କୁ ମଧ୍ୟ କହିପାରନ୍ତି ନାହିଁ ।

ସାଧାରଣତଃ ଶାରୀରିକ ସମ୍ବନ୍ଧ ସମୟରେ କେବଳ ମହିଳାଙ୍କୁ ଯନ୍ତ୍ରଣା ହୁଏ ବୋଲି ଆମେ ଜାଣନ୍ତି । କିନ୍ତୁ ଏହା ପ୍ରକୃତରେ ଭୁଲ । ଫିଜିକାଲ ହେବା ବେଳେ ପୁରୁଷମାନଙ୍କୁ ମଧ୍ୟ ପ୍ରବଳ କଷ୍ଟ ହୋଇଥାଏ । ତେବେ କାହିଁକି ପୁରୁଷମାନଙ୍କୁ ଯନ୍ତ୍ରଣା ଅନୁଭବ ହୁଏ…? ଏହା ପଛରେ ଥିବା କାରଣ ଆପଣଙ୍କ ଖରାପ ଜୀବନଶୈଳୀ ସହ ସମ୍ପୃକ୍ତ ରହିଛି । ତେବେ ଆସନ୍ତୁ ଜାଣିବା ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପୁରୁଷମାନଙ୍କୁ କେଉଁ ଲାଇଫଷ୍ଟାଇଲ ପରିବର୍ତ୍ତନ କରିବାକୁ ପଡିବ ।

୧. ସ୍ୱଚ୍ଛତା :- ସୁସ୍ଥ ରହିବାର ପ୍ରଥମ ଉପାୟ ସ୍ୱଚ୍ଛତା ବୋଲି ଜଣାଯାଏ । ଯଦି କୌଣସି ବିବାହିତ ପୁରୁଷ ନିଜ ପ୍ରାଇଭେଟ ପାର୍ଟକୁ ସପା ସୁତୁରା ନ କରନ୍ତି, ତେବେ ଏହାଦ୍ୱାରା ଆଲର୍ଜି ହୋଇପାରେ । ଏହାବ୍ୟତୀତ ବ୍ୟକ୍ତିଙ୍କୁ ଇନଫେକ୍ସନ ସହିତ କାଛୁ କୁଣ୍ଡିଆ ଭଳି ବିଭିନ୍ନ ରୋଗର ସାମନା ମଧ୍ୟ କରିବାକୁ ପଡିପାରେ । କିଛି ଲୋକଙ୍କୁ ଏମିତି ଅସୁବିଧା ହୋଇଥାଏ ଯାହା ପାଇଁ ଶାରୀରିକ ସମ୍ବନ୍ଧ ରଖିବା ସମୟରେ ଯନ୍ତ୍ରଣା ଅନୁଭବ କରିଥାନ୍ତି ପୁରୁଷ ।

୨. ଯୌନ ସଂକ୍ରମଣ :- ଅନେକ ସମୟରେ ବିବାହିତ ପୁରୁଷ ବାହାରେ ଅନୈତିକ ସମ୍ପର୍କ ରଖିଥାନ୍ତି । ଫଳରେ ସେମାନଙ୍କୁ ଯୌନ ସଂକ୍ରମଣର ଶିକାର ହେବାକୁ ପଡିଥାଏ । ସେକ୍ସ ସମୟରେ ଏହା ମଧ୍ୟ ଯନ୍ତ୍ରଣାର ଏକ କାରଣ ହୋଇପାରେ । ତେବେ ଏଥିପାଇଁ ଅସୁରକ୍ଷିତ ଯୌନ ସମ୍ପର୍କରୁ ନିଜକୁ ଦୂରେଇ ରଖନ୍ତୁ ।

୩. ପ୍ରୋଷ୍ଟେଟ ଡିଜିଜ :- ହେଲଥ ଏକ୍ସପର୍ଟଙ୍କ କହିବା ଅନୁସାରେ, ଯେଉଁ ବିବାହିତ ପୁରୁଷମାନଙ୍କୁ ପ୍ରୋଷ୍ଟେଟ ଡିଜିଜ ରହିଥାଏ, ସେମାନଙ୍କୁ ଶାରୀରିକ ସମ୍ବନ୍ଧ ରଖିବା ସମୟରେ ଯନ୍ତ୍ରଣା ଅନୁଭବ କରିବାକୁ ପଡିଥାଏ । ଏହି ରୋଗର ମୂଳ କାରଣ ସୁଜନ୍ ହୋଇପାରେ । ଯଦି ଆପଣଙ୍କ ପରିସ୍ରା ସମୟରେ ଜଳାପୋଡା ଅନୁଭବ କରନ୍ତି, ତେବେ ମାମଲା ବିପଦ ପୂର୍ଣ୍ଣ ବୋଲି ଜାଣି ନିଅନ୍ତୁ । ତେଣୁ ଏଥିରୁ ମୁକ୍ତି ପାଇଁ ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।