No Result
View All Result
୦୮ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍ଗାଲୋର :-> ଗତ ଅନେକ ବର୍ଷ ଧରି ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଓଡିଶା ବାହାରେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ଉଦ୍ୟମ ଜାରି ରଖିଛି । ଶ୍ରୀହଜଗନ୍ନାଥ ସଂସ୍କୃତି ହେଉ ଅବା ଓଡ଼ିଶା ଓ ଓଡିଶାର ବରପୁତ୍ର ମାନଙ୍କର ସମ୍ବାଦ ହେଉ ଆଗାମୀ ପିଢ଼ିଙ୍କ ପାଖରେ ପହଞ୍ଚାଇବାର ପ୍ରଚେଷ୍ଟା ଅନୁଷ୍ଠାନ କରିଆସିଛି । ଏହି ପରିପ୍ରେକ୍ଷୀରେ ଗତ ୬ତାରିଖ ଦିନ ଏକ ପ୍ରାସଙ୍ଗିକ ସାହିତ୍ୟ ଆଲୋଚନା ଓ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନେକ ବିଶେଷ ଲେଖକ ଓ ଲେଖିକା ଆଲୋଚନାରେ ସହଭାଗିତା କରି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ପୁରୋଧା ଓ ପୂର୍ବତନ ବୈଜ୍ଞାନିକ ଶ୍ରୀ କାର୍ତ୍ତିକ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନୁଷ୍ଠାନର ଅଧ୍ୟକ୍ଷ ଓ ବୈଜ୍ଞାନିକ ଡ଼ଃ ଶରତ ଚନ୍ଦ୍ର ଦାଶ, ଶ୍ରୀମତୀ ସୌଭାଗିନୀ ରାୟ, ଡ଼ଃ ପାର୍ଥସାରଥୀ ଅଜୟ ବାରିକ,
ଓଡିଶା ଗୀତିକବିତା ସଂସଦର ସମ୍ପାଦକ ଶ୍ରୀଯୁକ୍ତ ପ୍ରେମଚାନ୍ଦ ମହାନ୍ତି, ଶ୍ରୀଯୁକ୍ତ ବିଜୟ କୃଷ୍ଣ ନନ୍ଦ, ଶ୍ରୀମତୀ ସ୍ନେହା ମିଶ୍ର, ଶ୍ରୀମତୀ ଡଲି ମହାପାତ୍ର, ଶ୍ରୀ ପ୍ରଦୀପ ମହାପାତ୍ର, ଶ୍ରୀମତୀ ବିଶ୍ୱଭାରତୀ ଦାଶ, ଶ୍ରୀଯୁକ୍ତ ବାଲ୍ମୀକି ନାୟକ, ଶ୍ରୀମତୀ ମମତା ନାୟକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଆବାହକ ଓ ଅନୁଷ୍ଠାନର ସଭାପତି ଶ୍ରୀ ତାପସ ରାଜ୍ ମହାରଣାଙ୍କ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କବିତା ଓ ଗଳ୍ପ ପଠନ ସହିତ ଆଗାମୀ ସମୟରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କର ଶ୍ରାଦ୍ଧ ଶତବାର୍ଷିକୀ ଓ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ବୈଠକରେ ଆଲୋଚନା ସହିତ ଓଡ଼ିଆ ଖାଇବା ଓ ଛେନାପୋଡ଼ ପ୍ରବାସରେ ଓଡ଼ିଶାର ସ୍ମୃତିକୁ ମନେପକାଇଦେଇଥିଲା । ଆଗତ ଭବିଷ୍ୟତରେ ଓଡିଶା ସାହିତ୍ୟ ସଂସ୍କୃତିକୁ ବିଶ୍ଵଦରବାରରେ ପ୍ରତିଷ୍ଠା କରାଇବା ପାଇଁ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ପ୍ରଚେଷ୍ଟାରତ ରହିବ ବୋଲି ଅନୁଷ୍ଠାନର ସଦସ୍ୟ ମାନେ ଜଣାଇଛନ୍ତି ।
No Result
View All Result