No Result
View All Result
ଓଡ଼ିଶା ତାଜା ନ୍ୟୁଜ(୨୩ ଜୁଲାଇ ଶନିବାର) ବରଗଡ଼ :- ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉକ୍ତ ଦିନ ତମାମ ପାଳନ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଅଗଷ୍ଟ ୧୫ ଦିନ ସକାଳ ୫ଟାରେ ରାମଧୂନ ଡ଼ାକବାଜି ଯନ୍ତ୍ର ଦ୍ବାରା ସହରରେ ବାଜିବ । ସେହିପରି ସକାଳ ୭ଟାରୁ ୭.୩୦ ମିନିଟ ମଧ୍ୟରେ ଜିଲ୍ଲା ର ସମସ୍ତ ଅନୁଷ୍ଠାନ ଗୁଡ଼ିକରେ ଜାତୀୟ ପତାକା ଉତ୍ତୋଳନ, ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ,ଜର୍ଜ ହାଇସ୍କୁଲ ପଡ଼ିଆରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ।
ଏହି ଠାରେ ସକାଳ ୯.୧୫ ମିନିଟ୍ ରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ପ୍ୟାରେଡ୍ ଅନୁଷ୍ଠିତ ହେବ। ପରେ ଜେଲ୍ ଅନ୍ତେବାସୀ ଓ ଚିକିତ୍ସାଳୟ ରେ ଫଳ ଓ ମିଷ୍ଟାନ୍ନ ମୁଖ୍ୟ ଅତିଥି ଙ୍କ ଦ୍ଵାରା ବଣ୍ଟନ କରାଯିବ। ସ୍ବାଧୀନତା ଦିବସ ଅବସରରେ ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍, ବକୃତା ଓ ପ୍ରବନ୍ଧ ପ୍ରତୀଯୋଗିତା ଆୟୋଜିତ ହେବ। ଏଥିପାଇଁ ବିଭିନ୍ନ ସ୍କୁଲ ଓ କଲେଜ ର ଅଧ୍ୟକ୍ଷ ଙ୍କୁ ଦାୟିତ୍ଵ ଦିଆଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଉପସ୍ଥିତ ସମସ୍ତ ଅଧିକାରୀ ଙ୍କୁ ଠିକ୍ ଭାବେ ଦାୟିତ୍ଵ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଏସପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଏବଂ ନବୀନ ପଟେଲ ଉପସ୍ଥିତ ଥିଲେ।
No Result
View All Result