ଓଡ଼ିଶା ତାଜା ନ୍ୟୁଜ(୨୩ ଜୁଲାଇ ଶନିବାର) ନୂଆଗାଁ :- ରାଜ୍ୟରେ ଅଧିକ ସଂଖ୍ୟକ କଳାକାରଙ୍କୁ କଳାକାର ଭତ୍ତା ପ୍ରଦାନ କରିବା ପାଇଁ ପ୍ରସ୍ତାବ ଥିଲେ ମଧ୍ୟ ଏ ଦିଗରେ କି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଧାନସଭାରେ ଅଣତାରକା ପ୍ରଶ୍ନ ସଂଖ୍ୟା ୨୮୨୨ ରେ ପ୍ରଶ୍ନ କରିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।
ଏହାର ଉତ୍ତର ରେ ଓଡ଼ିଆ ଭାଷା ,ସାହିତ୍ୟ, ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ଵିନୀ କୁମାର ପାତ୍ର କହିଥିଲେ ଯେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ରାଜ୍ୟର ୫୦ ହଜାର କୃତି କଳାକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଲକ୍ଷ ଧାର୍ଯ୍ୟ କରିଛନ୍ତି ।
ସେଥି ମଧ୍ୟରୁ ରାଜ୍ୟର ପ୍ରାୟ ୩୩,୧୮୭ ଜଣ ବିଭିନ୍ନ ବର୍ଗର କୃତି କଳାକାର ମାନଙ୍କ ସପକ୍ଷରେ ପ୍ରତ୍ୟେକ ଙ୍କୁ ମାସିକ ୧୨୦୦ ଟଙ୍କା ହାରରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଅବଶିଷ୍ଟ ଲକ୍ଷ ପୂରଣ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଚୟନ ପ୍ରକିୟା ଜାରୀ ରହିଛି ।














