ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅଂଚଳରେ ଦୁର୍ବଳ ନେଟୱାର୍କର ସୁଦୃଢୀକରଣ ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ତାଜା ନ୍ୟୁଜ(୨୧ ଜୁଲାଇ ଗୁରୁବାର) ଭୁବନେଶ୍ୱର :- ରାଜ୍ୟର ବିଭିନ୍ନ ସ୍ଥାନରେ ମୋବାଇଲ ନେଟୱାର୍କର ଆବଶ୍ୟକତା ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏସବୁର ପୂର୍ଣ୍ଣ ଉପଯୋଗ ଆଦି ପ୍ରସଙ୍ଗରେ ଏକ ଜରୁରୀ ବୈଠକ ଇଲେ କେଫ୍ରାନିକ୍ସ ଏବଂ ସୂଚନାପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ସବୁସ୍ଥାନରେ ବିଶେଷ କରି ଦୁର୍ଗମ ଅଞ୍ଚଳରେ କିଭଳି ଅବିରତ ମୋବାଇଲ ନେଟୱାର୍କ ସେବା ମିଳିପାରିବ ଏବଂ ଜନସାଧାରଣ ତୁରନ୍ତ ମୋବାଇଲ ନେଟୱାର୍କ ସେବାକୁ ହାତପାହାନ୍ତାରେ ପାଇପାରିବେ ସେଥି ନିମନ୍ତେ ମନ୍ତ୍ରୀ ଶ୍ରୀ ବେହେରା ବୈଠକରେ ଗୁରୁତ୍ୱାରୋପ କରିଥିଲେ ।

ଏଥିସହିତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅଂଚଳରେ ଦୁର୍ବଳ ନେଟୱାର୍କର ସୁଦୃଢୀକରଣ ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଶିମିଳିଝର ଜଳପ୍ରପାତ ପର୍ଯ୍ୟଟନ ଅଞ୍ଚଳରେ ପ୍ରାୟ ୧୦ ହଜାର ଆଦିବାସୀ ବସବାସ କରୁଥିବାବେଳେ ଏହି ଅଞ୍ଚଳକୁ ତୁରନ୍ତ ମୋବାଇଲ ସେବା ଯୋଗାଇଦେବା ଉପରେ ମନ୍ତ୍ରୀ ଟେଲିକମ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଧୁନିକ ଜ୍ଞାନ କୌଶଳର ଉପଯୋଗ କରି ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଟେଲିକମ୍ୟìନିକେସନ କ୍ଷେତ୍ରରେ ଓଡ଼ିଶା କିଭଳି ସଫଳତାର ଶୀର୍ଷକୁ ପହଂଚିପାରିବ ସେଥିନେଇ ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ।

ଓଡ଼ିଶା ମୋବାଇଲ୍ ଟାୱାର, ଅପ୍ଟିକାଲ ଫାଇବର କେବୁଲ ଓ ଟେଲିକମ୍ ଭିତ୍ତିଭୂମି ନୀତି-୨୦୧୭ର ସଂଶୋଧନ ଅଣାଯିବା ପରେ ବିଭିନ୍ନ ଭୂତଳ, ଊଦ୍ଧ୍ୱର୍, ଟେଲିଫୋନ୍ ଭିତ୍ତିଭୂମି ନିର୍ମାଣ ସମୟାନୁଭିତ୍ତିକ ତ୍ୱରାନ୍ୱିତ ହୋଇପାରିବ ବୋଲି ମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ଏହି ବୈଠକରେ ରଣପୁର ବିଧାୟକ , ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ବିଏସଏନଏଲ, ରିଲାଏନ୍ସ ଜିଓ, ଏଆରଟେଲ ଏବଂ ଭୋଡାଫୋନ ଆଦି ଟେଲିକମ ନେଟୱାର୍କ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଥିଲେ ।