No Result
View All Result
ଓଡ଼ିଶା ତାଜା ନ୍ୟୁଜ(୨୧ ଜୁଲାଇ ଗୁରୁବାର)ପାରଳାଖେମୁଣ୍ଡି :- ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାରକୁ ବର୍ଜନ ଓ ପରିବେଶ ସ୍ୱଚ୍ଛତାକୁ ନେଇ ବିଦ୍ୟାଳୟ ପରିସରରେ ସଫେଇ ଓ ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଏନ୍ ସି ସି ଛାତ୍ରୀ ମାନଙ୍କୁ ପ୍ଲାଷ୍ଟିକର ଅପକାରିତା ଏବଂ ପ୍ଲାଷ୍ଟିକର ବହୁଳ ବ୍ୟବହାର ଦ୍ବାରା ପ୍ରାଣୀମାନଙ୍କ ସହ ପରିବେଶର କିପରି କ୍ଷତି ହୁଏ ଏବଂ ପ୍ଲାଷ୍ଟିକ ପ୍ରୟୋଗ ନ କରିବା ବିଷୟରେ ଉଦବୋଧନ ଦେଇଥିଲେ।
ଏନ୍ ସି ସି ଏ ଏନ୍ ଓ ତଥା ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା କ୍ୟାପ୍ଟନ ଅନିତା କୁମାରୀ ପାତ୍ରଙ୍କ ନେତୃତ୍ବରେ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତାକୁ ନେଇ ଏକ ରାଲି ସହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଏବଂ ଅଣ କର୍ମଚାରୀ ବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

No Result
View All Result