ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଜାତୀୟ ଅନସୁଚୀତ ଜନଜାତି ଆୟୋଗ ର ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ ଦୁଇ ଦିନିଆ ପୁରୀ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିଛନ୍ତି । ଗତକାଲି ଅଧ୍ୟକ୍ଷ ଶ୍ରୀ ଆର୍ଯ୍ୟ ସର୍କିଟ ହାଉସ ଠାରେ ପହଞ୍ଚିବା ପରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ତାଙ୍କୁ ଓ ଅନ୍ୟ ସଦସ୍ୟ ମାନଙ୍କୁ ସ୍ବାଗତ କରିଥିଲେ । ପରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ଶ୍ରୀ ପରିଡା ପୁରୀ ଜିଲ୍ଲା ରେ ଅନସୁଚୀତ ଜନଜାତି ବିକାଶ, କଲ୍ୟାଣ ତଥା ଉନ୍ନୟନ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କମିଶନ ଙ୍କୁ ସୂଚନା ପ୍ରଦାନ କରିଥିଲେ ।















