No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୦ ଜୁଲାଇ ବୁଧବାର/ଭୁବନେଶ୍ୱର :- ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ସ୍ୱର୍ଗତା ରୁଚିକା ମହାନ୍ତିଙ୍କ ପରିବାରକୁ ନ୍ୟାୟ, ର୍ୟାଗିଂମୁକ୍ତ କ୍ୟାମ୍ପସ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା । ଏହି ପ୍ରସଙ୍ଗରେ ଶ୍ରୀ ନୱାଜ କହିଥିଲେ ଯେ, ରୁଚିକା ମହାନ୍ତିଙ୍କ ପରିବାରକୁ ନ୍ୟାୟ ଦାବିରେ ଛାତ୍ର କଂଗ୍ରେସ ପୂର୍ବରୁ ଯେତେବେଳ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲା, ମନ୍ତ୍ରୀ ନିଜକୁ କୋଭିଡ଼ ରୋଗୀ ବୋଲି କହି ଦାୟିତ୍ୱ ନିର୍ବାହ କାର୍ଯ୍ୟରୁ ଖସି ଯାଇଥିଲେ । ହେଲେ ଛାତ୍ର କଂଗ୍ରେସ ତାର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରଖିଥିଲା ।
ଏହାରି ମଧ୍ୟରେ ଉଚ୍ଚଶିକ୍ଷାମନ୍ତ୍ରୀ ରୁଚିକା ମହାନ୍ତିଙ୍କ ପ୍ରସଙ୍ଗରେ ପଦୁଟିଏ ନକହି ମୂକ ପାଲଟିଗଲେ । ଛାତ୍ର କଂଗ୍ରେସ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ସେଉ, କମଳା, ହର୍ଲିକ୍ସ, କଦଳୀ ନେଇ ତାଙ୍କ ଗେଟ୍ ପାଖରେ ଠିଆ ହୋଇଥିଲେ । ଇତି ମଧ୍ୟରେ ଓଡ଼ିଶାର ସବୁ ଶିକ୍ଷାନୁଷ୍ଠାନ ମାନଙ୍କରେ ର୍ୟାଗିଂ ଏକ ବିଜେଡ଼ି ପ୍ରଣୀତ ଯୋଜନା ହୋଇପଡ଼ିଛି । ସେଥିପାଇଁ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ନିଦାବିଷ୍ଣୁ ପାଲଟିଛନ୍ତି । ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ଦୃଷ୍ଟିରେ ରୋହିତ ପୂଜାରୀ ଜଣେ ଅଯୋଗ୍ୟ ଶିକ୍ଷାମନ୍ତ୍ରୀ ଯିଏକି ଦାୟିତ୍ୱ ନିର୍ବାହକୁ ଭୟ କରି ଆତ୍ମଗୋପନ କରୁଛନ୍ତି ।
ରୁଚିକାର ମା’କୁ ବିଜେବି କଲେଜ ଆଗରୁ ପୋଲିସ୍ ଶାଗୁଣା ଭଳି ଘୋଷାଡ଼ି ଘୋଷାଡ଼ି ନେଉଥିବା ବେଳେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଏହି ଦୃଶ୍ୟକୁ ଉପଭୋଗ କରୁଥିଲେ । ବିଜୁ ଛାତ୍ର ଜନତା ଦଳ ଏକଗୋଡ଼ାଣିଆ, ପରଶ୍ରୀକାତର, ବୋଲକରା ଛାତ୍ର ସଂଗଠନ । ଏହି ସଂଗଠନ କେବେବି ଛାତ୍ରଛାତ୍ରୀମାନଙ୍କର ସମସ୍ୟା ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିନାହିଁ । ବିଜୁ ଛାତ୍ର ଜନତା ଦଳ ପାଇଁ ରୁଚିକା ମହାନ୍ତି ମୃତ୍ୟୁ ପ୍ରସଙ୍ଗ ଏକ ଅପ୍ରସଙ୍ଗ ହୋଇପଡ଼ିଛି । ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ବିଜୁ ଛାତ୍ର ଜନତା ଦଳର ସମର୍ଥକ ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ର୍ୟାଗିଂ ଓ ଜୁଲମ କରୁଛନ୍ତି । ର୍ୟାଗିଂ ପୀଡ଼ିତ ଛାତ୍ରଛାତ୍ରୀମାନଙ୍କ ଆର୍ତ୍ତଚିତ୍କାର ଶୁଣିବାକୁ କେହି ନାହାଁନ୍ତି ।
ଏହି କାର୍ଯ୍ୟକ୍ରମରେ ରୋହିତ ପୂଜାରୀଙ୍କ ବାସଭବନ ସମ୍ମୁଖରୁ ପୋଲିସ୍ ବଳପୂର୍ବକ ୟାସିର ନୱାଜ ଏବଂ ଛାତ୍ରକଂଗ୍ରେସ କର୍ମକର୍ତ୍ତାମାନଙ୍କୁ ନେଇ ଅଟକ ରଖିଥିଲା । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ବାରମ୍ବାର ପ୍ରଶ୍ନପତ୍ର ପ୍ରଘଟ ହେଉଥିଲେ ମଧ୍ୟ ଏହାର ଭାଇସ ଚାନସେଲର ଏବଂ କର୍ମଚାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଅର୍ଥାତ୍ ଅସାଧୁ କର୍ମଚାରୀ କର୍ତ୍ତୃପକ୍ଷ ଭାଇସ୍ ଚାନସେଲର- ବିପଥଗାମୀ ଛାତ୍ରଛାତ୍ରୀମାନଙ୍କ ମଧୁଚନ୍ଦ୍ରିକାରେ ସେଠାରେ ପ୍ରଶ୍ନପତ୍ର ପ୍ରଘଟ ହେଉଛି ଏବଂ ସରକାରୀ ଏବଂ ବିଶ୍ୱବିଦ୍ୟାଳୟ ବଦନାମ ହେଉଛି । ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଛାତ୍ର କଂଗ୍ରେସ ଦାବୀ କରିଛି ।
ରୁଚିକା ମହାନ୍ତିଙ୍କ ପରିବାରକୁ ନ୍ୟାୟ, ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଉ । ତତ୍ସହିତ ର୍ୟାଗିଂ ରୋକିବା ପାଇଁ ର୍ୟାଗିଂ ନିଷେଧ ଆଇନ ଆଣିବା, ସରକାର ଏକ ୨୪ ଘଣ୍ଟିଆ ଟୋଲଫ୍ରି ନମ୍ବର ଜାରି କରିବା ପାଇଁ ଶ୍ରୀ ନୱାଜ ଦାବି କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ରଞ୍ଜିତ ପାତ୍ର, ଅଜୟ ସାହୁ, ନଳିନୀକାନ୍ତ ନାୟକ, ନିହାର ବେହେରା, ଦିପ୍ତୀରଞ୍ଜନ ପରିଡ଼ା, ସୁନିଲ ମାଟିଆ, ମହମ୍ମଦ ଗୁଲଫାମ, ବିଶ୍ୱଭୂଷଣ ମହାପାତ୍ର, ବିଭୂତି ଭୂଷଣ ମହାପାତ୍ର, ସାଗର ପଟ୍ଟନାୟକ, ରଞ୍ଜିତ ସେନାପତି, କାର୍ତ୍ତିକେଶ୍ୱର କାଣ୍ଡି, ଅରମାନନ୍ଦ ଜେନା, ଉଦିତ ପ୍ରଧାନ, ଅଜିତ ବାରିକ, ଶାହରୁଖ ଖାନ, ନିତେଶ ବେହେରା, ଆର୍ଯ୍ୟାନ ସାସମଲ, ମୁନା ପରିଡ଼ା, ରାଜଶ୍ରୀ ମହାନ୍ତି, ରାଜଲକ୍ଷ୍ମୀ ସାହୁ, ଶାଶ୍ୱତ ନନ୍ଦ, ସାମସଙ୍ଗ ଦାସ, ପ୍ରମୁଖ ଶହ ଶହ ଛାତ୍ରକଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

No Result
View All Result