No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୦ ଜୁଲାଇ ବୁଧବାର/ଭୁବନେଶ୍ୱର :- ସ୍ୱର୍ଗତ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ଦ୍ୱାରା ଇଂରାଜୀରେ ଅନୂଦିତ ‘ଶ୍ରୀମଦଭଗବଦ୍ଗୀତା’ର ନୂତନ ସଂସ୍କରଣକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଲୋକାର୍ପଣ କରିଛନ୍ତି । ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଲାଲ ଗୀତାର କାବ୍ୟିକ ଅନୁବାଦ ଏକ କଠିନ ବ୍ୟାପାର ଏବଂ ସ୍ୱର୍ଗତ ନିତ୍ୟାନନ୍ଦ ପାଣିଗ୍ରାହୀ ଏପରି ଏକ ସଫଳ ପ୍ରୟାସ କରିଥିବାରୁ ଖୁସି ବ୍ୟକ୍ତ କରିବା ସହ ସ୍ୱର୍ଗତ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଗୀତା ହେଉଛି ସଭ୍ୟତାର ସର୍ବଶ୍ରେଷ୍ଠ ଗ୍ରନ୍ଥ । ଏଥିରେ ସକଳ ପ୍ରଶ୍ନର ଉତ୍ତର ଅଛି । ଗୀତାର ବିକଳ୍ପ ନାହିଁ । ଶ୍ରୀମଦଭଗବଦ୍ଗୀତାର ବାଣୀର ପ୍ରସାରରେ ହିଁ ପୃଥିବୀରେ ଶାନ୍ତି ଆସିପାରିବ ବୋଲି ରାଜ୍ୟପାଳ ପ୍ରଫେସର ଲାଲ ପ୍ରକାଶ କରିଥିଲେ । ଉନ୍ମୋଚନ ଉତ୍ସବରେ ନ୍ୟାୟମୂର୍ତ୍ତି ବାସୁଦେବ ପାଣିଗ୍ରାହୀ, ନ୍ୟାୟମୂର୍ତ୍ତି ଆର. ଏନ୍. ବିଶ୍ୱାଳ, ବିନ୍ଧ୍ୟବାଳା ପାଣିଗ୍ରାହୀ, ବୈବସ୍ୱତ ପାଣିଗ୍ରାହୀ, ରାମନାଥ ପଣ୍ଡା, ଗୀତା ମହାଂତି ,ସ୍ୱାମୀ ଶିବ ଚିଦାନନ୍ଦ ମହାରାଜ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result