No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୯ ଜୁଲାଇ ମଙ୍ଗଳବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ପ୍ରଶାସନ ର ସହଯୋଗ ରେ ଏବଂ ଜ଼ିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ୱରେ ଆକାଂକ୍ଷା ଜ଼ିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ଗଜପତି ଜ଼ିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ ପଦକ୍ଷେପ ସ୍ୱରୂପ “ଗଜପତି ଶିକ୍ଷା ଆରୋହଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟତଃ ଚଳିତ ରାଜ୍ୟ ମାଟ୍ରିକ ବୋର୍ଡ଼ ପରୀକ୍ଷାରେ ସରକାରୀ ବିଦ୍ୟାଳୟର ଏ୧ ଗ୍ରେଡ୍ ରଖିଥିବା ଛାତ୍ରଛାତ୍ରୀଙ୍କ ପ୍ରଧାନଶିକ୍ଷକ ଏବଂ ଏ୨ ଗ୍ରେଡ୍ରେରେ୧୦ପ୍ରତିଶତରୁଅଧିକ ଫଳ ଆଣିଥିବା ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସିଆରସିସି ଏଭଳି ମୋଟ ୪୫ ଜଣଙ୍କୁ ନେଇ ଦକ୍ଷତା ବିକାଶ ପାଇଁ ପଞ୍ଚ ଦିବସୀୟ ଏକ ଆବାସିକ ତାଲିମ ସହ ସହ ଏକ୍ସପୋଜର ପରିଦର୍ଶନ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ରାଜସ୍ଥାନର ଝୁଣୁଝୁଣୁ ଜ଼ିଲ୍ଲା ବଗଡ ଅନ୍ତର୍ଗତ ପିରାମଲ ସ୍କୁଲ ଅଫ ଲିଡରସିପ ଓ ଦିଲ୍ଲୀ ଗସ୍ତ ର କାର୍ଯ୍ୟକ୍ରମ ରହିଛି । ଏଥିରେ ଶିକ୍ଷା ବିଭାଗର ଅଧିକାରୀଙ୍କ ସମେତ ଜ଼ିଲ୍ଲା ମଙ୍ଗଳ ବିଭାଗର ଡବ୍ଲ୍ୟୁଇଓ ଏବିଇଓ: ଅଧିକାରୀ ମାନେ ଓ ସମଗ୍ର ଶିକ୍ଷା ପେଡ଼ାଗୋଜି ସଂଯୋଜକ ପ୍ରମୁଖ ମାନେ ଅଂଶଗ୍ରହଣ କରିବେ । ଜ଼ିଲ୍ଲାପାଳ ଶ୍ରୀ ପଣ୍ଡା , ସମସ୍ତ ଉପସ୍ଥିତ ପ୍ରଧାନଶିକ୍ଷକ ଓ ସିଆରସିସି: ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତ ଅଂଶଗ୍ରହଣ କାରୀଙ୍କୁ ମାଷ୍ଟର ଟ୍ରେନର ଭାବେ ପ୍ରସ୍ତୁତ କରାଯାଇ ଜ଼ିଲ୍ଲାରେ ଶିକ୍ଷାର ବିକାଶ କ୍ଷେତ୍ରରେ ନିଜକୁ ସାମିଲ କରିବା ଓ ନୂତନ ଶିକ୍ଷା କାର୍ଯ୍ୟଶୈଳୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଖିବାକୁ ଉପଦେଶ ଦେଇଥିଲେ ।
ଆଜିର କାର୍ଯ୍ୟକ୍ରମ ଶୁଭାରମ୍ଭ ପୂର୍ବରୁ କଲେକ୍ଟୋରେଟର ୪ର୍ଥ ନଂ ସମ୍ମିଳନୀ କକ୍ଷ ଠାରେ ଜ଼ିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ସମ୍ପୃକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ସମସ୍ତ ଅଂଶଗ୍ରହଣ କାରୀ ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିବା ସହ ଜ଼ିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ବିଭକ୍ତ ପ୍ରତ୍ୟେକ ଦଳ ୫ଟି ବିନ୍ଦୁ ବିସ୍ତୃତ ଭାବେ ପ୍ରଦାନ କରିବାକୁ କହିଥିଲେ । ପରେ ଜ଼ିଲ୍ଲାପାଳ ଶ୍ରୀ ପଣ୍ଡା , ସବୁଜ ପତାକା ଦେଖାଇ ଯାତ୍ରା-ବସର ଶୁଭାରମ୍ଭ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନୀତି ଆୟୋଗର ଆକାଂକ୍ଷା ଜ଼ିଲ୍ଲା ସହଯୋଗୀ କାର୍ଯ୍ୟକ୍ରମ , ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନର ଜ଼ିଲ୍ଲା ପ୍ରତିନିଧି ଗାନ୍ଧୀ ଫେଲୋ ଶ୍ରୀ ଆୟୁଷ ହର୍ଷ ଫରହାନ ଓ ଉପାସନା ପ୍ରମୁଖ ଉପସ୍ଥିତ ରହି ଆଜିର ଏହି ସମସ୍ତ ଅଭିଯାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

No Result
View All Result