No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୯ ଜୁଲାଇ ମଙ୍ଗଳବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଉପଲଡା ରାଜସ୍ବ ସର୍କିଲର ରାଜସ୍ବ ନୀରିକ୍ଷକଙ୍କ ଠାରୁ ଭିଜିଲାନ୍ସ ବିଭାଗରୁ ଆସିଛି କହି ଧମକାଇ ୮୫ହଜାର ନେଇ ଚଂପଟ l ପ୍ରକୁତରେ ଟଙ୍କା ନେଇ ଚଂପଟ ମାରିଥିବା ବ୍ୟକ୍ତି ଜଣଙ୍କ ଆସିଲି ଭିଜିଲାନ୍ସ ନା ନକିଲିଭିଜିଲାନ୍ସ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି l ରିପୋର୍ଟ ପାଇବା ପରେ ଗୁରାଣ୍ଡି ଥାନା ପୋଲିସ ତଦନ୍ତ କରୁଛି6ଘଟଣାରୁ ପ୍ରକାଶ ଯେ ଭିଜିଲାନ୍ସ ବିଭାଗରୁ ଆସିଛି କହି କେବଳ ଜଣେ ମାତ୍ର ବ୍ୟକ୍ତି ଘୋରଇ ଭଡା ଗାଡିରେ ଆସି ଗୋଷାଣୀ ବ୍ଲକର ପଲଡା ରାଜସ୍ୱ ନିରୀକ୍ଷକଙ୍କ ଠାରୁ ୮୫,୦୦୦ ଟଙ୍କା ଠକି ରହିଲୁଟ କରୁଛନ୍ତି । ଏହିପରି ନକଲି ଭିଜିଲାନ୍ସଙ୍କ ଶୀକାର ହୋଇଛନ୍ତି ଉପଲଡା ରାସ୍ୱ ନିରୀକ୍ଷକ ପୁରୁଷେତ୍ତମ ବିଶ୍ୱାଳ। ଏନେଇ ସେ ଗୁରାଣ୍ଡି ଥାନାରେ ଲିଖତ ଅଭିଯୋଗ କରିଛନ୍ତି ।
ଏନେଇ ଗୁରାଣ୍ଡି ଥାନାଧିକାରୀ ରବିନ୍ଦ୍ର ନାଥ ପାତ୍ର ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛନ୍ତି । ଥାନାଧିକାରୀ କହିଛନ୍ତି ଅନୁସନ୍ଧାନରେ ଯାହା ସତ୍ୟତା ବାହାରିବ ନକଲି ଭିଜିଲାନ୍ସ ହେଉ କି ଅସଲି ଭିଜିଲାନ୍ସ ହେଉ ଯଦି ଅନ୍ୟାୟ ହୋଉଛି ମାନେ ଛଡା ଯିବନି ଓ କୋର୍ଟର ଦ୍ୱାରସ୍ଥ କରାଯିବ ବୋଲି କହିଛନ୍ତି । ତେବେ ଏଇଠି ଜନସାଧାରଣରେ ପ୍ରଶ୍ନ ଉଠୁଛି ରାଜସ୍ୱ ନୀରିକ୍ଷକ ଭିଜିଲାନ୍ସ ପ୍ରତି ଭୟ ରହିଲା କାହିଁକି ଓ ଭୟଭୀତ ହୋଇ ଟଙ୍କା ଦେବାର କାରଣ କଣ ? କିଛି ଭୂଲ କାର୍ଯ୍ୟ କରିଛନ୍ତି କି, ରାଜସ୍ୱ ନିରୀକ୍ଷକ ଯାହା ଫଳରେ କେହି ଗୋଟେ ବ୍ୟକ୍ତି ଅନୁସନ୍ଧାନ କରୁଥିଲା । ତାଙ୍କ ଭୂଲ କାର୍ଯ୍ୟକୁ ନେଇ, ଯାହା ଫଳରେ ସେ ନକଲି ଭିଜିଲାନ୍ସ ହୋଇ ତାଙ୍କ ଠାରୁ ଟଙ୍କା ହରିଲୁଟ୍ କରିବାରେ ସକ୍ଷମ ହୋଇପାରିଲା । ନକଲି ଭିଜିଲାନ୍ସଟି ଏକ ଘୋରେଇ ଭଡା ଗାଡିରେ ରାଜସ୍ୱ ନୀରୀକ୍ଷକ କାର୍ଯ୍ୟଳୟ ସମ୍ମୁଖକୁ ଆସି ତାଙ୍କ ଅଫିସ ପିଅନଙ୍କୁ ପଚାରିଥିଲା । ଆପଣଙ୍କ ଆର.ଆଇ କେଉଁଠି ଅଛନ୍ତି । ପିଅନ କହିଥିଲେ ସାର ଖାଇବସିଛନ୍ତି ।
ଖାଇବା ସରିବା ପରେ ରାଜସ୍ୱ ନିରୀକ୍ଷକ ନକଲି ଭିଜିଲାନ୍ସ ସହ ସାକ୍ଷାତ ହେବା ପରେ ସେ ବ୍ୟକ୍ତି କହିଥିଲେ ମୁଁ ଭିଜିଲାନ୍ସ ବିଭାଗରୁ ଆସିଛିଓ ଆପଣଙ୍କ ନାମରେ ଭିଜିଲାନ୍ସ ଅନୁସନ୍ଧାନ ଚାଲିଛି ବୋଲି ଡରାଇ ଧମକାଇ ଓ ବହୁ କଥା କହି ନିଜ ଘରୋଇ ଭଡା ଗାଡିରେ ବସେଇ ନାରାୟଣପୁରୁ ନେଇ ଯାଇଥିଲେ । ସେଠାରୁ ନିଜ ବନ୍ଧୁବର୍ଗଙ୍କୁ ଠାରୁ ୫୦,୦୦୦ ଟଙ୍କା ଆଣି ଦେଇଥିଲେ । ନକଲି ଭିଜିଲାନ୍ସକୁ ପୁଣି ସେଇ ଗାଡିରେ ବସି ପାଟିକୋଟା ଗ୍ରାମ ନିକଟକୁ ଆସିଥିଲେ । ସେଠାରୁ ପୁଣି ତାଙ୍କ ଅଫିସ କର୍ମଚାରୀ ଏଆରଆଇଙ୍କୁ ଆରଆଇ ଫୋନ ରି ଆଉ ୫୦,୦୦୦ ଟଙ୍କା ମାଗିଥିଲେ । କିନ୍ତୁ ଏଆରଆଇ ୩୫,୦୦୦ଟଙ୍କା ଧରି ନିଜ ବାଇକରେ ସେଞ୍ଚୁରିୟନ କଲେଜ ପାଖରେ ଉକ୍ତ ୩୫,୦୦୦ ଟଙ୍କା ନକଲି ଭିଜିଲାନ୍ସକୁ ଦେଇଥିଲେ ।
ରାଜସ୍ୱ ନିରୀକ୍ଷକକୁ ଉକ୍ତ ଭଡା ଗାଡିରେ ଆଣି ଉପଲଡା ରାଜସ୍ୱ ନୀରୀକ୍ଷକ କାର୍ଯ୍ୟଳୟ ସମ୍ମୁଖରେ ଛାଡି ଚାଲିଯାଇଥିଲେ । ଏନେଇ ସନ୍ଦେହ ହେବାରୁ ରାଜସ୍ୱ ନିରୀକ୍ଷକ ଗୁରାଣ୍ଡି ଥାନାକୁ ଆସି ଏକ ଲିଖିତ ଅଭିଯୋଗ ଦେଇଥିଲେ ଏହି ଅଭିଯୋଗକୁ ଭିତ୍ତି କରି ଗୁରାଣ୍ଡି ଥାନାଧିକାର ରବିନ୍ଦ୍ର ନାଥ ପାତ୍ର ଗୁରାଣ୍ଡି ପୋଲିସ କେସ୍- ନଂ ୫୭/୨୦୨୨ ୪୧୯/୪୨୦ରେ ଭାରତୀୟ ପିଙ୍ଗଲ କୋର୍ଡ ଧାରାରେ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛନ୍ତି । ଏନେଇ ପୁରସ୍ତମ ବିଶ୍ୱାଳ ନିଜେ ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ଫୋନ ମାଧ୍ୟମରେ ଜଣାଇଛନ୍ତି । ଉକ୍ତ ଘଟଣା ଫଳରେ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକର ସମସ୍ତ ସରକାରୀ କର୍ମଚାରୀ ମନରେ ନକଲି ଭିଜିଲାନ୍ସ ପ୍ରତି କୋକୁଆ ଭୟ ପସିଅଛି ବୋଲି ଜନ ସାଧାରଣରେ ଆଲୋଚନା ହେଉଅଛି । ଏନେଇ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ଆଲୋଚନା ମଧ୍ୟ ହେଉଛି

No Result
View All Result