No Result
View All Result
ସୁଫଳ ନ ମିଳିବା ପର୍ଯ୍ୟନ୍ତ ଏହିପରି କାର୍ଯ୍ୟକ୍ରମ ପ୍ରତି ବ୍ଲକରେ ଚାଲୁରହିବ ବୋଲି ମହାସଂଘର ସଭାପତି ଶୂନ୍ୟଜୟୀ ମିଶ୍ର ଜଣାଇଛନ୍ତି ।
ଡଃ.ଏନ୍ ତିରୁମାଲା ନାଏକ ୨୦୧୮ରେ ନୟାଗଡ଼ ଜିଲ୍ଲାପାଳ ଥିବା ସମୟରୁ ଜିଲ୍ଲାରେ ଶ୍ରମିକ ସମସ୍ୟା ଲାଗିରହିଥିଲା ।
ଓଡ଼ିଶା ତାଜା ନ୍ୟୁଜ୍/୧୮ ଜୁଲାଇ ସୋମବାର/ନୟାଗଡ଼ :- ଆଜିକୁ ୫ବର୍ଷ ହେଲା ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଳକର ନିର୍ମାଣ ଶ୍ରମିକ ମାନଙ୍କୁ ପଞ୍ଜିକୃତ ପ୍ରମାଣପତ୍ର ଦେବାରେ ଜିଲ୍ଲା ପ୍ରଶାସନିକ ସ୍ଥାଣୁତା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ଏହି ଦାୟିତ୍ବହୀନତା ବିରୁଦ୍ଧେ, ଆଜି ନୟାଗଡ଼ ଜିଲ୍ଲା ଶ୍ରମିକ ମହାସଂଘ ଓ କଳିଙ୍ଗ ନିର୍ମାଣ ଶ୍ରମିକ ମଞ୍ଚ ର କର୍ମକର୍ତ୍ତା ନୂଆଗାଁ ବ୍ଳକର ପ୍ରତିଷ୍ଠିତ ଠାକୁରାଣୀ ମା ରାମଚଣ୍ଡୀ ମନ୍ଦିରରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ଜିଲ୍ଲା ପ୍ରଶାସନିକ ମୁଖ୍ୟ ତଥା ଅଧିକାରୀ ମାନଙ୍କୁ ମା ରାମଚଣ୍ଡୀ ଉଚିତ୍ ମାର୍ଗ ପ୍ରଦର୍ଶନ କରାନ୍ତୁ ଓ ଜିଲ୍ଲାର ନିର୍ମାଣ ଶ୍ରମିକ ମାନଙ୍କର କଲ୍ୟାଣ ପ୍ରତି ଦୃଷ୍ଟି ଦିଅନ୍ତୁ ।
ଏହି ମହାନ୍ ଉଦ୍ଦେଶ୍ୟ ନେଇ ନିର୍ମାଣ ଶ୍ରମିକ ମଞ୍ଚ ଆଜି ପ୍ରଦୀପ ପ୍ରଜ୍ବଳନ କରି ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କୁ ଉଚିତ୍ ସେବା ଯୋଗାଇଦେବା ସହ ଜିଲ୍ଲା ର ସର୍ବାଙ୍ଗୀନ ବିକାଶରେ ସାହାଯ୍ୟ ସହଯୋଗ ର ହାତ ବଢ଼ାଇବା ପାଇଁ ବିନମ୍ର ନିବେଦନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରମ ଆୟୁକ୍ତ (ଓଡିଶା) ଡଃ.ଏନ୍ ତିରୁମାଲା ନାଏକ ୨୦୧୮ରେ ନୟାଗଡ଼ ଜିଲ୍ଲାପାଳ ଥିବା ସମୟରୁ ଜିଲ୍ଲାରେ ଶ୍ରମିକ ସମସ୍ୟା ଲାଗିରହିଥିଲା । ଏହି ପଞ୍ଜିକରଣ ଏବଂ ସହାୟତା ପଡ଼ିରହିଛି । ଯେତେ ଲିଖିତ ଅଭିଯୋଗ ଦାଖଲ କଲେ ମଧ୍ୟ ନା ଶ୍ରମ ଆୟୁକ୍ତ (ଓଡ଼ିଶା) ନା ଜିଲ୍ଲା ପ୍ରଶାସନ କେହି ହେଲେ ଏଥିପ୍ରତି ଦୃଷ୍ଟି ଦେଲେ ନାହିଁ ।
ଫଳତଃ ଶ୍ରମିକ ମାନେ ଅବହେଳିତ ଅବସ୍ଥାରେ ଦୁର୍ଦ୍ଦିନରେ କାଳାତିପାତ କଲେ । ରାଜ୍ୟ ଶ୍ରମ ଆୟୁକ୍ତ ଡଃ ନାଏକ, ଜିଲ୍ଲାପାଳ ଥିବାବେଳେ ଶ୍ରମିକ ମାନଙ୍କର ସାଇକେଲ, ଯନ୍ତ୍ରପାତି ଓ ନିରାପତ୍ତା ସାମଗ୍ରୀ, ଯାହାକି ସେଲ୍ ଟ୍ୟାକ୍ସ୍ ବିଭାଗର କ୍ଲିଅରାନ୍ସ ପରେ ଜିଲ୍ଲା ଶ୍ରମ ଅଧିକାରୀ ଶଚ୍ଚିଦାନନ୍ଦ ଜେନା, ଜିଲ୍ଲାପାଳ ଙ୍କ ଅନୁମୋଦନ ପାଇଁ ପଠାଇଥିଲେ, ତା’କୁ ଅନୁମୋଦନ ନ କରି ଅବହେଳିତ ଅବସ୍ଥାରେ ରଖିଦେଲେ । ପ୍ରଶାସନ ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀ ଗତ ୩୦/୬/୨୦୧୭ରେ ନୟାଗଡ଼ ଜିଲ୍ଲାର ନିର୍ମାଣ ଶ୍ରମିକ ମାନଙ୍କୁ ପଞ୍ଜିକୃତ କରିବା ପାଇଁ ୮ଟିବ୍ଲକ୍ ଓ ୪ଟି ଏନ୍.ଏ.ସିର ତାରିଖ ଧାର୍ଯ୍ୟ କରିଥିଲେ ।
ସେ ସବୁ କାଗଜରେ ରହିଗଲା । ପ୍ରଶାସନିକ ସ୍ଥାଣୁତା, ଅଧିକାରୀ ମାନଙ୍କ ଅଯୋଗ୍ୟତା ଯୋଗୁଁ, ଜିଲ୍ଲାର ନିରୀହ ନିର୍ମାଣ ଶ୍ରମିକ ମାନେ ଅବହେଳିତ ଅବସ୍ଥାରେ ରହିଗଲେ । ୨୦୧୮ ମସିହାରୁ କେତେ ଆନ୍ଦୋଳନ, ଧାରଣା ଏପରିକି କଳାପତାକା ଠାରୁ ଆରମ୍ଭ କରି ଲଣ୍ଠନ ଶୋଭାଯାତ୍ରା ମଧ୍ୟ ପ୍ରଶାସନିକ ବଡ଼ପଣ୍ଡା ମାନଙ୍କର ଅହଂକାର ଆଗରେ ବଳିପଡିଗଲେ,ପ୍ରଶାସନିକ ସ୍ଥାଣୁତା ବିରୁଦ୍ଧରେ ଏ ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ।



No Result
View All Result