ଓଡ଼ିଶା ତାଜା ନ୍ୟୁଜ୍/୧୮ ଜୁଲାଇ ସୋମବାର/ରଣପୁର : ବିଜେପି ତଥା ଏନଡିଏ ସମର୍ଥୀତ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତି ନିର୍ବାଚନ ରେ ବିଜୟୀ କରବା ଉଦେଶ୍ୟ ରେ ରଣପୁର ବିଜେପି ତରଫରୁ ବଡଦାଣ୍ଡ ରେ ବଜାର ପରିକ୍ରମା ଓ ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଦୀପ ପ୍ରଜ୍ୱଳନ ସହ ପୁଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଳିଛି।
ଏହି ଅବସରରେ ଶତାଧିକ ବିଜେପି କର୍ମୀ ବଡଦାଣ୍ଡ ରେ ଏକ ଶୋଭାଯାତ୍ରା ରେ ବଜାର ପରିକ୍ରମା ସହ ଜଗନ୍ନାଥ ମନ୍ଦିର ନିକଟରେ ପହଁଚିଥିଲେ । ସେଠାରେ ଏକତ୍ରୀତ ହୋଇ ପ୍ରଦୀପ ପ୍ରଜ୍ୱଳନ ସହ ରାଷ୍ଟ୍ର ର ହିତ ଦୃଷ୍ଟି ରୁ ଶ୍ରୀମତି ମୁର୍ମୁ ଙ୍କୁ ଦଳମତ ନିର୍ବଶେଷ ରେ ଓଡିଶା ର ସମସ୍ତ ବିଧାୟକ ଓ ସାଂସଦ ସମର୍ଥନ କରିବାକୁ ନିବେଦନ କରିଥିଲେ ।
ଓଡିଶା ର ଜଣେ ଆଦିବାସୀ ମହିଳା ଙ୍କୁ ବିଜେପି ପ୍ରାର୍ଥୀ କରିଥିବାରୁ ଏହା ଆମ ପ।ଇଁ ସବୁଠୁ ବଡ ଗର୍ବ ଓ ଗୌରବ ର ବିଷୟ ବୋଲି କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ପୁର୍ବତନ ମନ୍ତ୍ରୀ ସୁରମା ପାଢୀ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋପାଳପୁର ଜୋନ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମିକାନ୍ତ ତରାଇ ଓ ବହୁ ବିଜେପି ସମର୍ଥୀତ ସରଂପଚ,ସମିତିସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

© 2023 Odisha Taza News.