• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଲ୍ଫ ଓଡ଼ିଆ ଆସୋସିଏସନର ପଞ୍ଚମ ବାର୍ଷିକ ଉତ୍ସବ ପାଳନ

Proprietor Abhimanyu Maharana by Proprietor Abhimanyu Maharana
July 18, 2022
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ଗଲ୍ଫ ଓଡ଼ିଆ ଆସୋସିଏସନର ପଞ୍ଚମ ବାର୍ଷିକ ଉତ୍ସବ ପାଳନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍/୧୭ ଜୁଲାଇ ରବିବାର /ଭୁବନେଶ୍ୱର :- ଗଲ୍ଫ ଓଡ଼ିଆ ଆସୋସିଏସନ (ଗଓଆ) ର ପଞ୍ଚମ ବାର୍ଷିକ ଉତ୍ସବ ଭୁବନେଶ୍ୱରଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗଓଆ ତରଫରୁ ଭୁବନେଶ୍ୱରଠାରେ ଏକ ବିଶାଳ ମହୋତ୍ସବର ଆୟୋଜନ କରାଯାଇଥିଲା । ଏହି ସମାବେଶରେ ମଧ୍ୟପ୍ରାଚ୍ୟସ୍ଥିତ ସାଉଦି ଆରବ, କାତାର, ଓମାନ, କୁଏତ, ବାହାରିନ, ୟୁଏଇ ଏବଂ ଆବୁଧାବିରେ ଅବସ୍ଥାପିତ ଶତାଧିକ ଗଓଆର ପ୍ରବାସୀ ଓଡ଼ିଆ ସଦସ୍ୟ ସେମାନଙ୍କର ପରିବାରବର୍ଗଙ୍କ ସହିତ ଆସି ଯୋଗ ଦେଇଥିଲେ ।

ବିଶେଷକରି କରୋନା ବାଧକତା ଯୋଗୁଁ ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ବାସ୍ତବ ଢଙ୍ଗରେ ବାର୍ଷିକ ଉତ୍ସବ ମନାଯାଉଥିବାରୁ ଗଓଆର ସଦସ୍ୟ ଓ ଶୁଭେଚ୍ଛୁ ମାନଙ୍କ ମଧ୍ୟରେ ଅଫୁରନ୍ତ ଆନନ୍ଦ, ଅଦମ୍ୟ ଉତ୍ସାହ, ଅନନ୍ୟ ଉଲ୍ଲାସ ଏବଂ ଅବିସ୍ମରଣୀୟ ଉନ୍ମାଦନା ଦେଖିବାକୁ ମିଳିଥିଲା । ଆମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ସଭାକାର୍ଯ୍ୟ ଶୁଭାରମ୍ଭ ହୋଇଥିଲା । ପ୍ରାରମ୍ଭରେ ଗଓଆର ବରିଷ୍ଠ ସଦସ୍ୟ ବିଦ୍ୟା ଭୂଷଣ ମହାନ୍ତି ଆଗନ୍ତୁକ ପ୍ରତିନିଧି ମାନଙ୍କୁ ସ୍ଵାଗତ ସମ୍ଭାଷଣ ଜଣାଯାଇଥିଲେ ।

ସମାବେଶକୁ ସମ୍ବୋଧନ କରି ଗଲ୍ଫ ଓଡ଼ିଆ ସମାଜର ସଭାପତି ଅଜୟ କୁମାର ଦାସ, ମାତୃ ପ୍ରଦେଶ ଓଡ଼ିଶାର ସାମଗ୍ରିକ ବିକାଶ ନେଇ ଗଓଆର ମହତ୍ ଉଦ୍ଦେଶ୍ୟ ଓ ସ୍ଥିରିକୃତ ଭବିଷ୍ୟତ ମାର୍ଗପନ୍ଥା ସଂପର୍କରେ ସୂଚନା ଦେଇଥିଲେ । ‘ସେବା ହିଁ ସର୍ବୋପରି ‘ ଶୀର୍ଷକ ଲକ୍ଷ୍ୟକୁ ଆଧାରକରି ଗଓଆ ଗତ ପାଞ୍ଚ ବର୍ଷ ଧରି ମଧ୍ୟପ୍ରାଚ୍ୟର ରାଷ୍ଟ୍ର ଗୁଡିକରେ ଓଡ଼ିଶାର ମହାନ ସାମାଜିକ ଓ ସାଂସ୍କୃତିକ ଐତିହ୍ୟକୁ ପ୍ରଚାର ଓ ପ୍ରସାର କରିଆସୁଥିବା ସେ ଦର୍ଶାଇଥିଲେ । ଗଓଆର ବିଭିନ୍ନ କାର୍ଯ୍ୟକ୍ରମରେ ସଦାସର୍ବଦା ଆକୁଣ୍ଠ ସମର୍ଥନ ଯୋଗାଇ ଆସୁଥିବାରୁ ଶ୍ରୀ ଦାସ ସାଇ ଆଶୀର୍ବାଦ ଇନଫ୍ରାଟେକ୍ ର ପରିଚାଳନା ନିର୍ଦ୍ଦେଶକ ସୁବୋଧ କୁମାର ରାଉତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସଭାରେ ଭାଷଣ ପ୍ରଦାନ କରି ମୁଖ୍ୟ ଅତିଥି ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଗଲ୍ଫ ଇଲାକାରେ ବ୍ରାଣ୍ଡ ଓଡ଼ିଶାକୁ ଲୋକପ୍ରିୟ କରିବାରେ ଗଓଆର ସାଧୁଉଦ୍ୟମକୁ ଭୂରୀଭୂରୀ ପ୍ରଶଂସା କରିଥିଲେ। ମୁଖ୍ୟତଃ କୋଭିଡ୍ କାଳରେ ଓଡ଼ିଶାର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପରିମଳ କ୍ଷେତ୍ରରେ ସହାୟତା ଯୋଗାଇ ଦେବା ନେଇ ସଭାପତି ଅଜୟ କୁମାର ଦାସଙ୍କର ସକ୍ରୀୟ ନେତୃତ୍ୱରେ ଗଓଆ ଟିମର ଉଲ୍ଲେଖନୀୟ ଯୋଗଦାନର ଶ୍ରୀ ଦ୍ବିବେଦୀ ସ୍ତୁତି ଗାନ କରିଥିଲେ ।

ନିଜର ଅଲୌକିକ ହାସ୍ୟରସ ପ୍ରତିଭା ଓ ପ୍ରତ୍ୟୁତ୍ପମନିତାର ଯାଦୁଗରି ପ୍ରଦର୍ଶନ ପୂର୍ବକ ସମ୍ମାନନୀୟ ଅତିଥି ବିଶିଷ୍ଟ ବ୍ୟଙ୍ଗ କବି ଜ୍ଞାନ ହୋତା ତାଙ୍କର ବକ୍ତବ୍ୟ ଦ୍ୱାରା ଉପସ୍ଥିତ ଦର୍ଶକ ମାନଙ୍କର ବେଶ୍ ମନୋରଞ୍ଜନ କରିଥିଲେ । ଗଓଆର ସମ୍ପାଦକ ପ୍ୟାରୀ ମୋହନ ମଲ୍ଲିକ ଏକ ପାୱାର ପଏଣ୍ଟ ଉପସ୍ଥାପନ ଜରିଆରେ ସଂଘର ବହୁବିଧ ସାମାଜିକ ସେବା କାର୍ଯ୍ୟ ସଂକ୍ରାନ୍ତରେ ବିବରଣୀ ପ୍ରଦାନ କରିଥିଲେ । ଇଜି ବ୍ୟାଙ୍କ ଲୋନ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ ସହଜ ଓ ସରଳ ଉପାୟରେ ବ୍ୟାଙ୍କ ଋଣ ପ୍ରାପ୍ତ କରିବାର ସୁତ୍ରାବଳୀ ଉପରେ ଆଲୋକପାତ କରିଥିଲେ ।

ଆସିସିଆଇ ବ୍ୟାଙ୍କର ପ୍ରତିନିଧି ମଣ୍ଡଳ ଯଥା ଓଡ଼ିଶା ଜୋନର ମୁଖ୍ୟ ପ୍ରଦୋଷ ରାଉତ, ଆନ୍ତର୍ଜାତିକ ବ୍ୟାପାରର ଦାୟିତ୍ବାଧିକାରୀ ରମଣଦୀପ ସିଂହ ଏବଂ ମାର୍କେଟିଂ ମ୍ୟାନେଜର ରାଜେଶ ପଟ୍ଟନାୟକ ପ୍ରମୁଖଙ୍କୁ ଗଓଆକୁ ବ୍ୟାଙ୍କ୍ ନିରବିଛିନ୍ନ ଭାବେ ସାହାଯ୍ୟ କରି ଆସୁଥିବାରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଗଓଆର ବାର୍ଷିକ ସମାରୋହ ପାଳନ ଅବସରରେ ଓଡ଼ିଶାର ସଂସ୍କୃତି ଜଗତର ମହାନ ତାରକା ମାନଙ୍କୁ ନେଇ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଉତ୍ସବର ମୁଖ୍ୟ ଆକର୍ଷଣ ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ, ଆର୍.ଏସ. କୁମାର, ଜ୍ୟୋତିର୍ମୟୀ ନାୟକ ଏବଂ ମୌସୁମୀ ଦାସଙ୍କର ସୁମଧୁର ଓ ସୁଲଳିତ ସଙ୍ଗୀତ ଗାୟନ ଥିଲା । ଉଦୀୟମାନ ଓଡ଼ିଶୀ ନୃତ୍ୟଶିଳ୍ପୀ ବେଦାଂଶି ଦାସଙ୍କ ଦ୍ଵାରା ପ୍ରସ୍ତୁତ ଉଚ୍ଚକୋଟୀର ନୃତ୍ୟ ତାଙ୍କର ସୃଜନଶୀଳ କଳାଚାତୁର୍ଯ୍ୟର ସ୍ୱାକ୍ଷର ବହନ କରୁଥିଲା । ଗଓଆର ସାଂସ୍କୃତିକ ସଂପାଦକ ବନ ବିହାରୀ ମହାନ୍ତି ସାଂସ୍କୃତିକ ପ୍ରସ୍ତୁତି ଗୁଡ଼ିକର ଉତ୍ତମ ଉପସ୍ଥାପନାକୁ ତଦାରଖ କରିଥିଲେ । ସୁଦକ୍ଷ ଉପସ୍ଥାପିକା ଅଙ୍କିତା ମହାନ୍ତି ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂଯୋଜନା କରିଥିଲେ।

ବାର୍ଷିକ ଉତ୍ସବର ସମଗ୍ର ଆୟୋଜନକୁ ଦକ୍ଷତାର ସହିତ ପରିଚାଳନା ଓ ସଫଳ କାର୍ଯ୍ୟାନ୍ଵୟନ କରିବାରେ ଗଓଆର ଅଗ୍ରଣୀ ସଂଗଠକ ମଣ୍ଡଳୀ ଯଥା ଅଜୟ କୁମାର ଦାସ, ପ୍ୟାରୀ ମୋହନ ମଲ୍ଲିକ, ବିଦ୍ୟା ଭୂଷଣ ମହାନ୍ତି, ବନବିହାରୀ ମହାନ୍ତି, ଅଜିତ ଜେନା, ଜୟନ୍ତ ମହାପାତ୍ର, ମୁସ୍ତାଫା ବେଗ, ଦେବାଶିଷ ରାଉତ, ପ୍ରତାପ ନାୟକ, ବିନୋଦ ବିହାରୀ ସାହୁ, ଶିଶିର ମୁଣ୍ଡ୍, ଏସ କେ ମହାପାତ୍ର, ଦୀନବନ୍ଧୁ ସାମଲ, ବିବେକ ଶିଲ୍ଲେ, ସରୋଜ ପାତ୍ର,ସରୋଜ ଦାସ, ବିପ୍ଳବ ହୋତା ଏବଂ ସନ୍ତୋଷୀ ହୋତା ପ୍ରମୁଖ ପ୍ରଭାବଶାଳୀ ଭୂମିକା ନିର୍ବାହ କରିଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

June 21, 2026
ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

June 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version