No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୭ ଜୁଲାଇ ରବିବାର /ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆଦିବାସୀ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ୧୮ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, କମିଶନରଙ୍କ ନିକଟକୁ ପ୍ରେରଣ କରିଛନ୍ତି । ଶୁକ୍ରବାର ଦିନ ୧୧ଟା ସମୟରେ ମୋହନା ବ୍ଲକ ଅଞ୍ଚଳରେ ବସବାସ କରୁଥିବା ବହୁ ସଂଖ୍ୟକ ଆଦିବାସୀ ଏକତ୍ରିତ ହୋଇ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଏକ ସଭାର ଆୟୋଜନ କରିଥିଲେ । ସେମାନଙ୍କ ଦୀର୍ଘ ଦିନର ଦାବି ମଧ୍ଯରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ଦୁନିର୍ତି ଗ୍ରସ୍ଥ କାର୍ଯ୍ୟକଳାପରେ ଅତିଷ୍ଠ ଆଦିବାସୀମାନେ ଥାନା ଅଧିକାରୀଙ୍କ ବଦଳି, ଆଦିବାସୀ ନାବାଳିକ ଝିଅକୁ ଅପହରଣ ଘଟଣାରେ କେସ ରୁଜ୍ଜୁ ହେବା ପରେ ମଧ୍ୟ ପଦକ୍ଷେପ ଗ୍ରହଣ ନକରିବା,
ବିଭିନ୍ନ ସମୟରେ ଆଦିବାସୀ ଗ୍ରାମରେ ଚୋରୀ ହେବା କ୍ଷେତ୍ରରେ ଲିଖିତ ଅଭିଯୋଗ ସତ୍ତ୍ୱେ ନୀରବ ଦ୍ରଷ୍ଟା ସାଜିବା, ଅଣ ଆଦିବାସୀମାନଙ୍କ ମାରଣାତ୍ମକ ଆକ୍ରମଣର ଶିକାର ହୋଇଥିବା ଆଦିବାସୀମାନଙ୍କ ଗୁହାରୀ ସତ୍ତ୍ୱେ ଥାନାଧିକାରୀ ଚୁପ ରହିବା, ଆଦିବାସୀ ଯୁବତୀଙ୍କୁ ଅସଦାଚରଣ କରିବା, ବିନା ପ୍ରମାଣରେ ଆଦିବାସୀଙ୍କୁ ଗିରଫ କରିବା, ଆଦିବାସୀ ପଞ୍ଚାୟତ ପ୍ରତିନିଧିଙ୍କୁ ଦୁଃବ୍ୟବହାର କରିବା,ଜମିଜମା ବିବାଦରେ କାଳକ୍ଷେପଣ ନୀତି ଗ୍ରହଣ କରିବା, ବିଭିନ୍ନ କ୍ଷେତ୍ରରେ ଆଦିବାସୀ ଚାଷୀଙ୍କୁ ନ୍ୟାୟ ନଦେବା, ଆଦିବାସୀଙ୍କ ଜମିକୁ ଅଭିଯୋଗ ସତ୍ତ୍ଵେ ବେଆଇନ ଭାବେ ଜବରଦଖଲ କରି ରଖୁଥିବା ଅଣ ଆଦିବାସୀମାନଙ୍କୁ ସହଯୋଗ କରିବା, ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦିଆନଯିବା ଆଦି ପ୍ରମୁଖ ଦାବୀରେ ଶହ ଶହ ଆଦିବାସୀ ଏକତ୍ରିତ ହୋଇ ଏକ ସଭାର ଆୟୋଜନ କରିଥିଲେ ।
ଏହି ସଭାରେ ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ, ତହସିଲଦାର କିଶୋର ଚନ୍ଦ୍ର ଦାସ , ଅତିରିକ୍ତ ତହସିଲଦାର ଶୁଧାଂଶୁ ଭୂଷଣ ପଲାଇ, ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଏସଆଇ କୃଷ୍ଣଚନ୍ଦ୍ର ମଳିକ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଆଦିବାସୀମାନଙ୍କ ଦାବିଗୁଡିକୁ ଯଥାଶୀଘ୍ର ପୂରଣ କରିବାକୁ ଚେଷ୍ଟା କରାଯିବ ବୋଲି ଅଧିକାରୀମାନେ ମତବ୍ୟକ୍ତ କରିଥିଲେ । ଯଦି ଦାବିଗୁଡିକ ପୂରଣ କରିବାରେ ପ୍ରଶାସନ କାଳ କ୍ଷେପଣ ନୀତି ଅବଲମ୍ବନ କରେ ତେବେ ଅଞ୍ଚଳର ଆଦିବାସୀମାନଙ୍କ ପକ୍ଷରୁ ବିରାଟ ଆନ୍ଦୋଳନ ଆରମ୍ଭ ହେବ ବୋଲି ମତପ୍ରକାଶ ପାଇଥିଲା

No Result
View All Result