ଓଡ଼ିଶା ତାଜା ନ୍ୟୁଜ୍/୧୬ ଜୁଲାଇ ଶନିବାର/ଚଣ୍ଡିଖୋଲ :- ଜାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାହାଦୁର ନଗର ଉଞ୍ଚ ବିଦ୍ୟାଳୟରେ ଶିକ୍ଷକ ପ୍ରମୋଦ ଦାସ ଙ୍କ ଉପସ୍ଥିତିରେ ବିଦ୍ୟଳୟ ର ଛାତ୍ରଛାତ୍ରୀ ମାନେ ଶାବଳ ଓ ହାତୁଡ଼ି ଧରି କାମ କରୁଥିବା ଦୃଷ୍ୟ ଏବେ ସାମନା କୁ ଆସିଛି ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ସ୍କୁଲ ମରାମତି କାର୍ଯ୍ୟ କରୁଛନ୍ତି କୁନି କୁନି ପିଲା । ପ୍ରଧାନ ଶିକ୍ଷକ ସାଜିଛନ୍ତି ଠିକାଦାର ।
ଗଣଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ମଣ୍ଡଳ ଶିକ୍ଷା ଅଧିକାରୀ ବଡ଼ଚଣା ଅଧୀନରେ ଥିବା ବାହାଦୂରନଗର ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଯାହା ଚାରିନଗଳ ଗ୍ରାମପଞ୍ଚୟତରେ ଅବସ୍ଥିତ। ଏଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଦାସ ସାଜିଛନ୍ତି ଠିକାଦାର ଏବଂ କୁନି କୁନି ଛାତ୍ର ଛାତ୍ରୀଙ୍କୁ ସଜାଇ ଦେଇଛନ୍ତି ଶ୍ରମିକ ।
ଯାହା ବିଦ୍ୟାଳୟ ମରାମତି କାର୍ଯ୍ୟ ପିଲାଙ୍କୁ ଲଗାଇ କରିବା ସହ ପ୍ରଧାନ ଶିକ୍ଷକ ନିଜେ ଚେୟାର ପକାଇ ନିଜର ଠିକା କାର୍ଯ୍ୟକୁ ପରଖୁଛନ୍ତି । ଏଭଳି ପ୍ରଧାନ ଶିକ୍ଷକଙ୍କୁ ଭାଷାରେ କଣ କୁହାଯାଇ ପାରିବ ଆପଣ ମାନେ ବିଚାର କରନ୍ତୁ, ଏବଂ ରାଜ୍ୟ ସହ ଯାଜପୁର ଜିଲ୍ଲାର ଶିକ୍ଷା ବ୍ୟବସ୍ଥା କଥା ମଧ୍ୟ ବିଚାର କରନ୍ତୁ ।

















