No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୬ ଜୁଲାଇ ଶନିବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକଗୁଣ୍ଡିମା ଗ୍ରାମର ଏହି ଦୃଶ୍ୟ ଦେଖିଲେ ଆପଣ ଙ୍କର ଆଖିରେ ଲୁହ ରହିବନି । ସରକାର ଙ୍କର ମାଳ ମାଳ ଯୋଜନା କିନ୍ତୁ ଏବେ ବି ଦୁଃଖ,କଷ୍ଟ ଆଉ ରୋଗରେ ପୀଡିତ ଥାଇ ବି ସରକାରଙ୍କର ଯୋଜନା ସାତ ସପନ ଭଳି ଲାଗୁଛି ତାଙ୍କୁ ଆମେ କହୁଛୁ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଗ୍ରାମପଞ୍ଚାୟତ ର ଗୁଣ୍ଡିମା ଗ୍ରାମର ଦାସ ଶବର ଙ୍କର କଥା । ଦୁଇବର୍ଷ ପୂର୍ବେ ତାଙ୍କର ସ୍ତ୍ରୀ ଙ୍କର ଦେହାନ୍ତ ହୋଇଯାଇଛି । ଏବେ ତିନି ଟି ସନ୍ତାନ କୁ ନେଇ ଜୀବନ କାଟୁଛନ୍ତି । ସେ ନିଜେ ଫାଲେରିୟା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡି ରହିଛନ୍ତି । ମେଡିକାଲ ରେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି ।
ଚାରି ପ୍ରାଣୀ କିପରି ଖାଇବେ ତାହା ତ ଅସୁବିଧା । ଏ ଭଳି ଖବର ପାଇ ସାହାଯ୍ୟ ର ହାତ ବଢ଼ାଇଛନ୍ତି ଭାରତୀୟ ମାନବାଧିକାର ପରିଷଦ ର ଜାତୀୟ କାର୍ଯ୍ୟ ରତ ସଭାପତି ତଥା ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳ ଙ୍କ ନେତୃତ୍ୱରେ ସାହାଯ୍ୟ ସହଯୋଗ ର ହାତ ବଢାଇଛନ୍ତି ଗଜପତି ଜିଲ୍ଲା ର ” ବି ଏଚ୍ ଆର୍ ସି ” ର ସଦଶ୍ୟ ଆହ୍ୱାନ ନାୟକ , ଫିଲିପ କୁମାର ରାଉଳ ,ତାଙ୍କର ଘରେ ପହଞ୍ଚି ରାସନ ସାମଗ୍ରୀ ତଥା ,ଚାଉଳ ଚୁଡା ବିସ୍କୁଟ୍ ଆଳୁ ପନିପରିବା ପ୍ରଦାନ କରିବା ସହ ସେହି ପରିବାର ର ଦାଶ ଶବର କି ପରି ଉତ୍ତମ ସ୍ୱାସ୍ଥ୍ୟ ,ପିଲାଙ୍କର ପାଇଁ ଉତ୍ତମ ଶିକ୍ଷା , ଘର ର ଆବାସ ଯୋଜନା , ଅନ୍ତୋଦୟ ଅର୍ଣପୂର୍ଣା ଯୋଜନା କି ପରି ପାଇବେ ସରକାର ଙ୍କୁ ନିବେଦନ କରିଛନ୍ତି ତାଙ୍କର ଏହି ଭଳି ମହତ କାର୍ଯ୍ୟ ପାଇଁ ଅଂଚଳର ବୁଦ୍ଧି ଯିବି ମାନେ ଅନେକ ପ୍ରଶଂଶା କରିଛନ୍ତି ।

No Result
View All Result