odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ଭୁବନେଶ୍ୱର,ରିପୋର୍ଟ/ ଅଭିମନ୍ୟୁ (ଓଡିଶା ତାଜା ନ୍ୟୁଜ୍ )୨୧ ମଇ,ଗୁରୁବାର :– ବିଧାନସଭାରେ ସନ୍ତ୍ରାସବାଦ ବିରୋଧୀ ଦିବସ ପାଳନ ଅବସରରେ ସଚିବ ଶ୍ରୀ ଦାଶରଥୀ ଶତପଥୀ, ଭା.ପ୍ର.ସେ ବିଧାନସଭା ସଚିବାଳୟର କର୍ମଚାରୀ ମାନଙ୍କୁ ଶପଥ ପାଠ କରାଉଛନ୍ତି । ଏହି ମର୍ମରେ COVID-19 ପାଇଁ ସାମାଜିକ ଦୁରତ୍ଵ ନିୟମ ଅନୁପାଳନ କରାଯାଇଥିଲା ।
ଆମ୍ଭେ ଭାରତୀୟ ନାଗରିକ ମାନେ ଆମ ଦେଶ ର ଅହିଂସା ଓ ସହନଶିଳତା ର ପରମ୍ପରା ଉପରେ ଦୃଢ ବିଶ୍ବାସ ରଖି ଏଥି ସହିତ ନିଷ୍ଠା ପୂର୍ବକ ଶପଥ ନେଉଛୁ ଯେ ଆମ୍ଭେ ଆମର ସମସ୍ତ ଶକ୍ତି ସହିତ ଆତଙ୍କବାଦ ଏବଂ ହିଂସା ର ବିରୋଧ କରିବୁ ଆମ୍ଭେମାନେ ସମାଜ ମଧ୍ୟରେ ସାମାଜିକ ସଦ୍ ଭାବେ ଏବଂ ବୁଝାମଣା ତଥା ଶାନ୍ତି ବଜାୟ ରଖିବା ପାଈଁ ଏବଂ ମାନବ ଜୀବନ ଓ ମୂଲ୍ୟବୋଧ ପ୍ରତି ବିପଦ ସୃଷ୍ଟି କରୁଥିବା ବିଭେଦକାରୀ ଶକ୍ତି ମାନଙ୍କ ସହ ସଂଗ୍ରାମ କରିବାକୁ ଶପଥ ନେଉଛୁ ।