No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୫ ଜୁଲାଇ ଶୁକ୍ରବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ୫ ଟି ରେ ରୂପାନ୍ତରିତ ହୋଇଥିବା ଗାତେରୀ ହାଇସ୍କୁଲ ପରିଦର୍ଶନ କରିଛନ୍ତି ପ୍ରଶାସକ ଏବଂ ଲୋକ ପ୍ରତିନିଧି । ନୂଆଗାଁ ବ୍ଲକ୍ ବିଡ଼ିଓ ପ୍ରମୋଦ କୁମାର ନାୟକ, ତହସିଲଦାର ପ୍ରଳୟା ନନ୍ଦ ଶତପଥୀ,ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ସରପଞ୍ଚ ସସ୍ମିତା ସାହାଣୀ,ସମିତି ସଭ୍ୟା ହରପ୍ରିୟା ଦାସ ପ୍ରମୁଖ ବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।
ଏପରିକି ବିଡ଼ିଓ ପ୍ରମୋଦ କୁମାର ନାୟକ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢ଼ାଇ ଥିବା ବେଳେ ସରପଞ୍ଚ ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ତେବେ ଗାତେରୀ ପଞ୍ଚାୟତ ର ବିଭିନ୍ନ କାର୍ଯ୍ୟକ୍ରମ ସରପଞ୍ଚ ଙ୍କ ପ୍ରଚେଷ୍ଟା ଯୋଗୁଁ ସଫଳ ହେଉଥିବା ବେଳେ ଆଗାମୀ ଦିନରେ ଗାତେରୀ ପଞ୍ଚାୟତ କୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢି ତୋଳିବା ଲକ୍ଷ୍ୟ ରଖିଥିବା କହିଛନ୍ତି ସରପଞ୍ଚ ସସ୍ମିତା ସାହାଣୀ ।

No Result
View All Result