ଓଡ଼ିଶା ତାଜା ନ୍ୟୁଜ୍/୧୫ ଜୁଲାଇ ଶୁକ୍ରବାର/ନୟାଗଡ଼ :- ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ କିଛି ଦିନ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କର ସୁସ୍ଥତା କାମନା କରି ଆଜି ନୟାଗଡ଼ ପୈାର ପରିଷଦ ଅନ୍ତର୍ଗତ ୧୫ ନମ୍ବର ୱାର୍ଡ଼ ମନ୍ଦିରରେ ଦୀପଦାନ କରାଯାଇଛି । ଶ୍ରୀକାନ୍ତ ପଟ୍ଟନାୟକ, ବାଲାଜୀ ସାହୁ, କୁରେଶ ପାତ୍ର, ସ୍ୱରୁପ ପଟ୍ଟନାୟକ,
ଗୋଲଖ ବିହାରୀ ସାହୁ ଏବଂ ଗଜଲକ୍ଷ୍ମୀ ପୂଜା କମିଟିର ସମସ୍ତ ସଦସ୍ୟ ଦୀପଦାନ କରିଛନ୍ତି । ବିଧାୟକଙ୍କୁ ଶୀଘ୍ର ସୁସ୍ଥ ହେବା ପାଇଁ ଦୀପଦାନ କରାଯାଇଥିବା ଜଣାଯାଇଛି ।ଭଗବାନ ଙ୍କ ନିକଟରେ ଆମ ଓଡିଶା ତାଜା ନ୍ୟୁଜ୍ ପକ୍ଷରୁ ବିଧାୟକ ଙ୍କ ଆରୋଗ୍ୟ କାମନା କରୁଛୁ ।














