ଓଡିଶା ଦକ୍ଷତା ବିକାଶ ପ୍ରାଧିକରର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀ ଛାତ୍ରଛାତ୍ରୀଙ୍କୁ ବିଶ୍ୱ ଯୁବ ଦକ୍ଷତା ଦିବସର ଅଭିନନ୍ଦନ ଜାଇ ଜଣାଇବା ସହ ଚଳିତ ବର୍ଷ ୱାର୍ଲï ସ୍କିଲ୍ସ ପ୍ରତିଯୋଗିତାରେ ଓଡିଶାରୁ ଭାଗ ନେଉଥିବା ୧୨ ଜଣ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ଅବଗତ କରାଇଥିଲେ ।
ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ଶ୍ରୀ ରେଘୁ ଜି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସ୍କିଲ୍ ମୁ୍ୟଜିୟମ୍ରେ ବୈଷୟିକ ଛାତ୍ରଛାତ୍ରୀ, ବିଦ୍ୟାର୍ଥୀ ଓ ଜନସାଧାରଙ୍କୁ ଶିଳ୍ପ ତାଲିମ ସଂପର୍କିତ ତଥ୍ୟ ପ୍ରଦାନ କରାଯିବ ଏବଂ ଏହା ଦକ୍ଷତା ଶିକ୍ଷା ଓ ବୃତ୍ତି ପ୍ରତି ଆକର୍ଷିତ ହେବା ପାଇଁ ପ୍ରେରା ଯୋଗାଇବ । ଏହି ମ୍ୟìଜିୟମ୍ରେ ପ୍ରଶିକ୍ଷାର୍ଥୀମାନଙ୍କ ଦ୍ୱାରା ବର୍ଜ୍ୟବସ୍ତୁରୁ ପୁନଃପ୍ରସ୍ତୁତ ଆକର୍ଷୀୟ ସାମଗ୍ରୀ ସ୍ଥାନ ପାଇଛି । ବିଭିନ୍ନ ବୈଦୁତିକ ଉପକରର ପୁରାତନ ଇତିହାସକୁ ମଧ୍ୟ ଏହି ମ୍ୟìଜିୟମ୍ରେ ସ୍ଥାନିତ କରାଯାଇଛି । ସୂଚନାଯୋଗ୍ୟ ଯେ ରାଜ୍ୟର ପ୍ରଥମ ସ୍କିଲ ମ୍ୟìଜିୟମ ସରକାରୀ ଆଇଟିଆଇ କଟକଠାରେ ଅବସ୍ଥାପିତ ।© 2023 Odisha Taza News.