ଓଡ଼ିଶା ତାଜା ନ୍ୟୁଜ୍/୧୪,ଜୁଲାଇ,ଗୁରୁବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ମୋହନା ବ୍ଲକର ଚନ୍ଦ୍ରଗିରି ଠାରେ ଆଦିମ ଜନଜାତି ମାନଙ୍କର ଏକ ସଂଗ୍ରହାଳୟ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଦ୍ଵାରା ଉଦ୍ଘାଟନ ହୋଇଯାଇଛି । ଚନ୍ଦ୍ରଗିରି ଦେଶ ବିଦେଶରେ ପର୍ଯ୍ୟଟନ ଲାଗି ବେସ ପରିଚିତ ଥିବାବେଳେ ଆଜି ସେଥିରେ ଆଉଗୋଟେ ପର୍ଯ୍ୟଟନ ସ୍ଥଳ ଯୋଡି ହେଇଛି ଯାହାକି ଆଦିବାସୀ ମାନଙ୍କ ଦୈନନ୍ଦିନ ବ୍ୟବହୃତ ସାମଗ୍ରୀର ସଂଗ୍ରହାଳୟ ।
ଆଦିବାସୀ ମାନଙ୍କ ନିତ୍ୟ ବ୍ୟବହୃତ ସାମଗ୍ରୀକୁ ସଉରା ଉନ୍ନୟନ ସଂସ୍ଥା ସଂଗ୍ରହ କରି ସଂଗ୍ରହାଳୟରେ ସ୍ଥାନଦେଇ ଏହାକୁ ଏକ ପର୍ଯ୍ୟଟନ କ୍ଷେତ୍ରର ପରିଚୟ ଦେଇଛନ୍ତି । ଏହି କାର୍ଜ୍ୟାଳୟରେ ଆଦିବାସୀ ମାନଙ୍କ ଘର ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହୃତ ଜିନିଷ ସହ ପ୍ରୋଜେକ୍ଟର ମାଧ୍ୟମରେ ସେମାନଙ୍କ ଜୀବନ ଶୈଳୀ ଦେଖିବାକୁ ପାଇବେ । ଘର କାନ୍ଥରେ ସେମାନଙ୍କ ଜୀବନ ଶୈଳୀର ଝୋଟି ସେମାନଙ୍କ ପୋଷାକ ,ଗହଣା ,ବାଦ୍ୟ ,ଅସ୍ତ୍ର ଶସ୍ତ୍ର ,ଚାଷ ପାଇଁ ବ୍ୟବହୃତ ଲଙ୍ଗଳ ତଥା ଅନ୍ୟାନ୍ୟ ସାରଞ୍ଜାମ ଇତ୍ୟାଦି ଦେଖିବାକୁ ପାଇବେ ।
ଆଦିବାସୀ ମାନେ ନିଜ ପାରମ୍ପରିକ ବାଦ୍ୟ ର ତାଳେ ତାଳେ ନୃତ୍ୟ କରି ଉଦ୍ଘାଟନ କାର୍ଜ୍ୟକ୍ରମ ପାଳନ କରିଥିଲେ । ଏଥିରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଫାଲଗୁଣୀ ମାଝୀ ,ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ଉପସ୍ଥିତ ଥିବାବେଳେ ଏହା ସମସ୍ତ ମାଇକ୍ରୋ ପ୍ରୋଜେକ୍ଟ ରେ ପ୍ରଥମ ହୋଇଥିବାରୁ ଅଞ୍ଚଳର ଆଦିବାସୀ ମାନଙ୍କ ପାଇଁ ଗର୍ବର ବିଷୟ ବୋଲି ସ୍ଵତନ୍ତ୍ର ପଦଧିକାରୀ ବନମାଳୀ ଭୂୟାଁ କହିଛନ୍ତି । ଏଥିରେ ସ୍ଵତନ୍ତ୍ର ପଦଧିକାରୀ ବନମାଳୀ ଭୂୟାଁ ଓ କନିଷ୍ଟ ଯନ୍ତ୍ରୀ ଝସକେତନ କିଷାନଙ୍କ ଗୁରୁତ୍ଵ ପୂର୍ଣ ଭୂମିକାଥିବାରୁ ଅଞ୍ଚଳ ବାସୀ ଧନ୍ୟବାଦ ଜଣାଇଛନ୍ତି













