odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ଯାଜପୁର ଜିଲ୍ଲା ,ରିପୋର୍ଟ/ଇଂ.ସେବକ ଶ୍ରୀକାନ୍ତ (ଓଡିଶା ତାଜା ନ୍ୟୁଜ୍ )୨୧ ମଇ,ଗୁରୁବାର : – ବିଭିନ୍ନ ସେବାର ଦେବଦୂତ ସାଜି ଅନ୍ନନ୍ୟ ଅନୁଷ୍ଠାନ “ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ”,ଓଡ଼ିଶା ପକ୍ଷରୁ ଯାଜପୁର ଜିଲ୍ଲାପାଳ ବିଶିଷ୍ଟ ସାହିତ୍ୟିକ ରଂଜନ ଦାସ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶାଶ୍ୱତ ଜେନାଙ୍କ ଅନୁମତି କ୍ରମେ ବରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର,ବରୀ ପୋଲିସ ଷ୍ଟେସନ,ତହସିଲ କାର୍ଯ୍ୟାଳୟ, ତାରତ୍ନଗିରି ନିଉ ସିଏଚସି,କଲମାଟିଆ ସିଏଚସି,କାଦମ୍ବିନୀପାଳ ମହିଳା ମହାବିଦ୍ୟାଳୟ,ସ୍ଵାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର-ଅଟିରା, ଅଭିମନ୍ୟୁ ସମନ୍ତସିଂହାର ମହାବିଦ୍ୟାଳୟ-ବାଲିଆ,
କାଶୀନାଥ ମହାବିଦ୍ୟାଳୟ-କାଇପଡାସ୍ତିତ ଅସ୍ଥାୟୀ ସଂଗରୋଧ କେନ୍ଦ୍ର ଆଦି ବିଭିନ୍ନ ଅଞ୍ଚଳ ବୁଲି କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବିଶୋଧନ କରାଯାଇଛି ! ଦେଶରେ କରୋନା ଯୋଦ୍ଧା ଭାବରେ ଲଢ଼ୁଥିବା ସମସ୍ତ ସେବାୟତ,କର୍ମଚାରୀ,ସ୍ୱେଚ୍ଛାସେବୀଙ୍କ ପରି କରୋନା ଯୋଦ୍ଧା ଭାବରେ ଟ୍ରଷ୍ଟ ତରଫରୁ ଟ୍ରଷ୍ଟି ଇଂ. ବିମଳ ଦାସ,ଦୀପକ ମଲ୍ଲିକ,ଦେବାଶିଷ ଧଳ, ସାଥୀ ପ୍ରକାଶ ଧଳ, ସଂଗ୍ରାମ ସାହୁ,ଵିଜୟ ସାହୁ,ତୁଷାର ଶାନ୍ତି,ବିରେନ ରାଉତ,ସତ୍ୟବ୍ରତ ସମାଲ,
ତପନ ଜେନା ତଥା ବହୁ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ବିଶୋଧନ କରିଛନ୍ତି ! ଏହି ମହତ କାର୍ଯ୍ୟ ପାଇଁ ଟ୍ରଷ୍ଟକୁ ବରୀ ବ୍ଲକର ମାନ୍ୟବର ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଏବଂ ବୁଦ୍ଧିଜୀବୀ ମହଲ, ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି !ଏହି ଭଳିସେଵା କାର୍ଯ୍ୟ ବରୀ ବ୍ଲକର ସମସ୍ତ ଅଂଚଳରେ ଏବଂ ରାଜ୍ୟର ବିଭିନ୍ନ ସ୍ଥାନ ମାନଙ୍କରେ ଚାଲୁ ରହିବ ବୋଲି ମ୍ୟାନେଜିଙ୍ଗ ଟ୍ରଷ୍ଟି ସମାଜସେବୀ ଇଂ. ବିମଳ ଦାସ,ସାଂକୃତିକ ସମ୍ପାଦକ ଶିବ ପ୍ରସାଦ ଦାସ,ସହ ସମ୍ପାଦକ ସୁରଜ ବେହେରା, ଉପସଭାପତି ଇଂ.କମଲେଶ ମିଶ୍ର ଶର୍ମା ତଥା ଟ୍ରଷ୍ଟର ଉପଦେଷ୍ଟା ମଣ୍ଡଳୀ ଵର୍ଗ, ଆଜୀବନ ସଦସ୍ୟ-ସଦସ୍ୟା ବର୍ଗ ଜଣାଇଛନ୍ତି !