ଏହି ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଜାତୀୟ ରାଜପଥ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ ଗୃହ ନିର୍ମାଣ, କ୍ଷୁଦ୍ର ଜଳସେଚନ, ଜଳସେଚନ, ଜନସ୍ୱାସ୍ଥ୍ୟ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, କୃଷି, ପ୍ରାଣୀ ସଂପଦ, ମତ୍ସ୍ୟ, ଉଦ୍ୟାନ ବିଭାଗ, ମୃର୍ତ୍ତିକା ସଂରକ୍ଷଣ, ଶ୍ରମ ବିଭାଗ, ନଗର ଉନ୍ନୟନ ଇତ୍ୟାଦି ବିଭାଗର ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ଚାଲୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।
ଧାନ ଚାଷ ସହିତ ମାଛ ଚାଷ, ଉଦ୍ୟାନ କୃଷି, କୁକୁଡ଼ା ଚାଷ, ଛେଳି ଓ ଘୁସୁରି ପାଳନ ପରି ଲାଭଜନକ ଚାଷ କଲେ ସୀମିତ ସମୟ ମଧ୍ୟରେ ଚାଷୀ ଅଧିକ ଉପକୃତ ହୋଇପାରିବ । ଏଥିପାଇଁ ସଂପୃକ୍ତ ବିଭାଗମାନେ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ଯୋଜନବଦ୍ଧ ଭାବେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ସମନ୍ବିତ ଚାଷ ପାଇଁ ଚାଷୀମାନଙ୍କୁ ପରାମର୍ଶ, ତାଲିମ, ଆର୍ଥିକ ସହାୟତା, ଉତ୍ପାଦର ବିକ୍ରି ପାଇଁ ବିସ୍ତୃତ ରୋଡ୍ ମ୍ୟାପ ପ୍ରସ୍ତୁତ କରି କାର୍ଯ୍ୟ କଲେ ଏ ଅଂଚଳର ଚାଷୀର ଆର୍ଥିକ ମାନଦଣ୍ଡରେ ଉନ୍ନତି ଆସିବ, ତତ୍ସହିତ ଜିଲ୍ଲାର ମଧ୍ୟ ଆର୍ଥିକ ବିକାଶ ଘଟିବ।
ସନ୍ଧ୍ୟାରେ କେନ୍ଦ୍ରାଚଳ ରାଜସ୍ବ ଆୟୁକ୍ତ ନିର୍ମାଣଧିନ ବାଲାଙ୍ଗି ପାର୍କ ପରିଦର୍ଶନ କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ଡା. ପୋମା ଟୁଡୁ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
© 2023 Odisha Taza News.