No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୩,ଜୁଲାଇ ,ବୁଧ ବାର/ବରଗଡ଼ :- ମହାଯୋଗୀ ଶ୍ରୀ ଅରବିନ୍ଦ ଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ସ°ଘତି ମଣ୍ଡଳ ଅନ୍ତର୍ଗତ ବରଗଡ଼ ଜିଲ୍ଲା ପରିକ୍ରମା କ୍ରମେ ଆଜି ଝାରବନ୍ଧ ବ୍ଲକ ରେ ଅତି ମାନସ ଜାଗରଣ ଯାତ୍ରା ର ଚେତନା ରଥ କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା । ରଥଟି ପାଇକମାଳ ରୁ ଝାରବନ୍ଧ ଆସିବା ରାସ୍ତାରେ ଟୁହୁଙ୍ଗିଦାଦର ଓ କୋତନା ଠାରେ ଗ୍ରାମ ବାସି ଓ ମହିଳା ମାନେ ସ୍ୱାଗତ କରି ଦର୍ଶନ କରିଥିଲେ । ପରେ ରଥଟି ଝାରବନ୍ଧ ପହଞ୍ଚିବା କ୍ଷଣି ବନ୍ଦେମାତରମ ଧ୍ୱନି ରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା । ଝାରବନ୍ଧ ର ମୁଖ୍ୟ ଚାନ୍ଦିନୀ ଚୌକ ଠାରେ ରଥକୁ ସ୍ୱାଗତ କରାଯାଇଥିଲା ।
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ର ଟ୍ରଷ୍ଟି ଅଇଁଠୁ ପ୍ରଧାନ, ଶିବ ପ୍ରସାଦ ପଟେଲ,ଅଜିତ ସାହୁ, ଆନନ୍ଦ ସାହୁ, ଏବଂ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ଅଧ୍ୟକ୍ଷ କୈଳାଶ ରଣା,ଚନ୍ଦ୍ରହାସ ମହାପାତ୍ର, ବିଶିକେଶନ ଧରୁଆ,ସମେତ ଅଭିଭାବକ,ଅଭିଭାବିକା ଜନସାଧାରଣ ଛାତ୍ର ଛାତ୍ରୀମାନେ ସ୍ୱାଗତ ସମ୍ବର୍ଦ୍ଧନା କରି ଦର୍ଶନ କରିଥିଲେ ।
ପରେ ପଞ୍ଚାୟତ ହାଇସ୍କୁଲ ଝାରବନ୍ଧ ଏବଂ ନୋଡାଲ ସ୍କୁଲ ଠାରେ ଛାତ୍ର ଛାତ୍ରୀ ମାନେ ମଧ୍ୟ ଶ୍ରୀ ଅରବିନ୍ଦ ଙ୍କ ଅତିମାନସ ଜାଗରଣ ଯାତ୍ରା ର ରଥକୁ ସ୍ୱାଗତ କରି ଦର୍ଶନ କରିଥିଲେ । ସେହିପରି ରାସ୍ତାରେ ପଞ୍ଚାୟତ ହାଇସ୍କୁଲ ଅମଠି ଠାରେ ପ୍ରଧାନ ଶିକ୍ଷକ ନନ୍ଦଲାଲ ନାୟକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି ରଥକୁ ସ୍ୱାଗତ କରିଥିଲେ।
No Result
View All Result