• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଲକ୍ଷ୍ମୀ ନାରାୟଣ କଳି

Proprietor Abhimanyu Maharana by Proprietor Abhimanyu Maharana
July 13, 2022
in ଓଡ଼ିଶା, ଦେଶ, ପୁରୀ, ହୋମ୍
0
ଲକ୍ଷ୍ମୀ ନାରାୟଣ କଳି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍/୧୨ ଜୁଲାଇ ମଙ୍ଗଳବାର/ଭୁବନେଶ୍ୱର :- ଘରକରି କୋଉ ଘରେ ଅବା ସ୍ୱାମୀସ୍ତ୍ରୀଙ୍କ ଝଗଡ଼ା ନାହିଁ l ଝଗଡ଼ା, ରାଗ, ଅଭିମାନ,ବିଷାଦ, ମିଳନ ଇଏତ ଦାମ୍ପତ୍ୟଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ l ସେଥିପାଇଁ ଗାଉଁଲି ଭାଷାରେ କୁହାଯାଏ,”ଘଇତା ମାଇପ କଳି, ସକାଳେ ସକାଳେ ମୁହଁ ଫଟା ଫଟି ସଞ୍ଜବେଳେ କୋଳାକୋଳି” l ଏହାହିଁ ପାରିବାରିକ ଜୀବନର ସ୍ବର୍ଗୀୟ ସୁଷମା l ଆମ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତ ଗଣ ଦେବତା, ସିଏ ବା ପୁଣି ଏଥିରୁ ବାଦ ଯିବେ କିପରି l ହେଲେ ମହାପ୍ରଭୁ ତ! ତାଙ୍କ ବଡ଼ ଘରର ଇଏ ବଡ଼ ଗୁମର କଥା l ମହାପ୍ରଭୁଙ୍କ ମାନବୀୟ ଲୀଳାର ଏହା ଏକ ରୋଚକ ଅଧ୍ୟାୟ l ସାଧାରଣ ମନୁଷ୍ୟ ଭଳି, ଏହା ଜଗତ ଠାକୁରଙ୍କ ବଡ଼ ଘରର କଳି l

ତେବେ ଏହାର ଗୁମର କଥା କଅଣ..?

ମହାପ୍ରଭୁଙ୍କ ରୁକ୍ମିଣୀଙ୍କ ବା ଲକ୍ଷ୍ମୀଙ୍କସହ ବିବାହର ତିନି ଦିନ ପରେ ପଡ଼େ ଜ୍ୟେଷ୍ଠ ପୂର୍ଣ୍ଣମୀ l ସେଦିନ ମହାପ୍ରଭୁଙ୍କ ଜନ୍ମ ଦିବସ l ଭାଇ ଭଉଣୀଙ୍କ ସହ ମହାପ୍ରଭୁ ଭକ୍ତଙ୍କ ଗହଣକୁ ଆସି ବଡ଼ ଆନନ୍ଦରେ ପାଣି ଢାଳି ହୋଇ ବହୁତ ଗାଧାନ୍ତି ଏବଂ ଭୀଷଣ ଜ୍ୱରରେ ପଡ଼ି ଭାଇ ଓ ଭଉଣୀଙ୍କ ସହ ଅଣସର ଘରେ ରୁହନ୍ତି l ପନ୍ଦର ଦିନ ପରେ ସୁସ୍ଥ ହୁଅନ୍ତି l ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସେ ଦାଣ୍ଡକୁ ଓଲ୍ହାଇ ଆସନ୍ତି ଓ ରଥଚଢ଼ି ଭାଇଭଉଣୀଙ୍କୁ ଧରି ଗୁ୍‌ଣ୍ଡିଚା ମନ୍ଦିରକୁ ଚାଲି ଯାଆନ୍ତି l ସ୍ନାନ ବେଦୀକୁ ଯିବା ପୂର୍ବରୁ ତାଙ୍କର ଚତୁର୍ଥୀ ହୋମ ଆଦି ହୋଇ ସାରିଥାଏ,କିନ୍ତୁ ସେ ଅଣସର ଘରେ ରହି ଥିବାରୁ ସପ୍ତ ମଙ୍ଗଳାର ବାହା ଗଇଣ୍ଠାଳ ଫିଟା କର୍ମ ଆଦି ହୋଇପାରି ନଥାଏ l ଗୋଟିଏ ଦିନ ବି ସେ ମାଆ ଲକ୍ଷ୍ମୀଙ୍କ ସହ ଏକାନ୍ତ ବାସରେ ବିତାଇ ନ ଥାନ୍ତି l ପୁଣି ଗୁଣ୍ଡିଚା ଯାତ୍ରାରେ ସେ ଲକ୍ଷ୍ମୀ ଠାକୁରାଣୀଙ୍କୁ ସାଙ୍ଗରେ ନନେଇ ଭାଇ ଭଉଣୀଙ୍କୁ ଧରି ବାହାରି ଯାଆନ୍ତି l

ଏହାକୁ କୋଉ ଘରଣୀ ସହିବ..?

ପାଞ୍ଚ ଦିନ କାଳ ମାଆ ଅନାଇଁ ବସିଲେ,ପ୍ରଭୁଙ୍କର କିଛି ଖୋଜ ଖବରନାହିଁ l ଆଉ ସମ୍ଭାଳି ପାରିଲେ ନାହିଁ ମାଆ l ମହାରୋଷ ହୋଇ ଦାସୀ, ସେବକ ମାନଙ୍କୁ ଡାକି କହିଲେ,ମୋ ପାଲିଙ୍କି ସଜକର ତ, ମୁଁ ଯାଇ ଟିକିଏ ଦେଖି ଆସେ କି ଲୀଳା ଚାଲିଛି l ଆଡ଼ପ ମଣ୍ଡପରେ ଦେଢ଼ଶୁର ବସିଛନ୍ତି, କେମିତି ଆଗକୁ ଯିବେ ! ଓଢଣୀଟା ଟାଣି ଆଣି ନାକଚଣା ଦ୍ୱାର ଦେଇ, ଚୁପ କରି ଦେଖିଲେ, ଭାଇ ଭଉଣୀ ତିନିହେଁଙ୍କ କି ଆନନ୍ଦ ଚାଲିଛି l ଫୁଲେଇ ଭଉଣୀ ସୁଭଦ୍ରା ତ ଭାରି ଗେହ୍ଲଇ ହେଉଛି l କଅଣ ଆଉ କରିବେ l ମୋହଚୁର୍ଣ୍ଣ ଟିକିଏ ପକାଇ ଦେଇ ଆସି ବାହାରେ ଦେଖନ୍ତି ତ ନନ୍ଦିଘୋଷ ଠିଆ ହୋଇଛି l ସବୁ ନାଟର ଗୋବର୍ଦ୍ଧନ ଏଇ ନନ୍ଦିଘୋଷ, ଏପରି କହି ମୁଗୁରରେ ପାହାରେ ପିଟି ଦେଲେ ଯେ,କାଠ ଖଣ୍ଡିଏ ଭାଙ୍ଗି ଗଳି ପଡ଼ିଲା l

ସେ କାଠ ଖଣ୍ଡଟାକୁ ଧରି ତମ ତମ ହୋଇ ବାହାରି ଆସିଲେ l କାଳେ କିଏ ଦେଖିନେବ ଭାବି ସିଧା ଶ୍ରୀମନ୍ଦିରକୁ ନଆସି ହେରାଗୋହିରି ସାହି ଦେଇ ଫେରି ଆସିଲେ l ନବଦିନାତ୍ମକ ଯାତ୍ରା ସାରି, ମହାପ୍ରଭୁ ବାହୁଡ଼ାରେ ଫେରି ଆସିଲେ ଶ୍ରୀମନ୍ଦିର ନିକଟକୁ l ସିଂହଦ୍ୱାର ସାମ୍ନାରେ ରଥ ଉପରେ ଥାଇ ମହାପ୍ରଭୁଏକାଦଶୀ ଦିନ ଐଶ୍ଵର୍ଯ୍ୟମୟ ସୁନାବେଶ ତଥା ଦ୍ୱାଦଶୀ ଦିନ ଅଧର ପଣା ନୀତି ସମାପ୍ତ କଲେ l ଘୋଷ ଯାତ୍ରା ପର୍ବର ସମାପ୍ତି ଏହିଠାରେ l ଏବେ ଭାଇ ଭଗ୍ନୀଙ୍କୁ ଧରି ମହାପ୍ରଭୁ ଫେରିଯିବେ ଶ୍ରୀମନ୍ଦିର ରତ୍ନବେଦୀ ଉପରକୁ l ତେଣେ ଶ୍ରୀମନ୍ଦିର ମାଲିକାଣି ଜଗି ବସିଛନ୍ତି ଠିକ ବେଳେ ପ୍ରଭୁଙ୍କୁ ପାନେ ଦେବେ ବୋଲି l

ମହାପ୍ରଭୁ ରଥରୁ ଓହ୍ଲାଇ ସିଂହଦ୍ୱାରକୁ ଯାଉଛନ୍ତି ମହାଲକ୍ଷ୍ମୀ ସିଆଡୁ ଦାସୀ,ସଖି ମାନଙ୍କ ସହ ଆସି ସିଂହଦ୍ୱାର କବାଟ କିଳି ଦେଇ କହିଲେ :-

ତୁମ୍ଭର ଏ ପୁରେ ବିଜେ କରିବାର ଉପୁଜିବ ବଡ଼ ଲାଜ l ଯାଅ ଯାଅ ଫେରି ନୀଳାଦ୍ରିବିହାରୀ
ଭଉଣୀକି ନେଇ ଆଜ l  ଆରମ୍ଭ ହୋଇଗଲା ମହାପ୍ରଭୁ ଏବଂ ମହାଲକ୍ଷ୍ମୀଙ୍କ ମଧ୍ୟରେ ଝଗଡ଼ା “ଲକ୍ଷ୍ମୀ ନାରାୟଣ କଳି ” l ମହାପ୍ରଭୁ ଚିଡ଼ି ଯାଇ କହିଲେ,”ଏ ନାରୀ ଜାତିଟା ସବୁ ଅନର୍ଥର ମଞ୍ଜି,ଭଲା ବିଧାତା ୟାଙ୍କୁ ଗଢ଼ିଲା, ତାଙ୍କରି ପାଲରେ ପଡ଼ି ପୁରୁଷମାନେ ସବୁବେଳେ ଦହଗଞ୍ଜ ହୋଇ ମଲେ l ଦୁନିଆଁଯାକ ରାଗ ରୁଷା ତାଙ୍କରି ଠାରେ l ଟିକିଏ କଟୁ କଥା ବି ସହ୍ୟ କରି ପାରିବେନି l ହଉ ଲୋ ପଦ୍ମମୁଖୀ,ତୋ ଶ୍ରୀମୁଖକୁ ଝୁରି ଝୁରି ମୋର ଦେହ କଣ୍ଟା ହେଲାଣି l ନଅଦିନ ମୋତେ ନଅ ଯୁଗ ପ୍ରାୟ ଲାଗୁଛି l

ଏବେ ଗୁମାନ ତେଜ୍ୟା କରି କବାଟ ଖୋଲ “l ମାଆ ପରା ସାଗରଦୁଲଣୀ l ପିତା ତାଙ୍କର ସ୍ୱୟଂ ରତ୍ନାକର l ସିଏ କି ସହଜେ ଛାଡ଼ନ୍ତି l ମହାଲକ୍ଷ୍ମୀ କହିଲେ,ହଉ ସେ ସିହାଣିଆ କଥା ସବୁ ଛାଡ଼, ଏ ଭଙ୍ଗା କୁଡ଼ିଆଟାରେ କାହିଁକି ପଶିବ, ଯାଅ ସେହି ଅଲାଜୁକି ଭଉଣୀଟାକୁ ଧରି ବୁଲୁ ଥାଅ l ମୁହଁରେ ତାର ତ ଲାଜ ସରମ କିଛି ନାହିଁ l ଇଏ ତା’ ଜାତି ସ୍ଵଭାଵ l ବାପ ନନ୍ଦ ଗୋଉଡ଼,ଝିଅ ଜେମା ଦେଇ, ମୁହଁରେ ହଳଦୀ ମେଞ୍ଚାଏ ମାଖି,ଛାତିକୁ ଫୁଲାଇ, ବାହା ଦୋହଲାଇ ଦାଣ୍ଡରେ ଘିରି ଘିରି ବୁଲିବା ତ ତାର ସ୍ଵଭାଵ, ଯେମନ୍ତ ଭାଇକୁ ତେମନ୍ତ ଭଉଣୀ, କେହି କାହାକୁ କମ୍ ନୁହେଁ l ଆଚ୍ଛା କହିବ କି ପ୍ରଭୁ ଆପଣଙ୍କ ଦର୍ଶନ ପାଇଁ ତ ଇନ୍ଦ୍ର,ଚନ୍ଦ୍ର,ବରୁଣ ସର୍ବ ଦେବାଦେବୀ ଆସୁଛନ୍ତି,କେଉଁ ଦେବତାଙ୍କ ଦର୍ଶନ ପାଇଁ ପୁଣି ଆପଣ ଗଲେ l

ସେ ଗୋପ ଗଉଡ଼ୁଣୀ ମାନଙ୍କ କଥା ମନେ ପଡ଼ିଲା କି..?

ମହାପ୍ରଭୁ କହିଲେ, ଦେବୀ ତୁମର ମନେ ନାହିଁକି ମାଆ ଗୁଣ୍ଡିଚାଙ୍କୁ ଆମ୍ଭେ କଥା ଦେଇଥିଲୁ ବୋଲି l ତମେ ତ ଜାଣ ମୁଁ ଭକ୍ତ ଭାବଗ୍ରାହୀ ବୋଲି l ଭକ୍ତ ବାଞ୍ଛା ତ ଆମେ ଯୁଗେ ଯୁଗେ ପୁରାଇ ଆସିଅଛୁ l ମାଆ କହିଲେ ହଉ ହେଲା l ମୋତେ ତାହେଲେ ଟିକିଏ ବୁଝାଇଦିଅ ମୋତେ ସାଙ୍ଗରେ ନେଲନାହିଁ କେଉଁଥି ପାଇଁ l ଚତୁର ଚିନ୍ତାମଣିଙ୍କୁ କଥାରେ କିଏ ପାରିବ l ପୁଣି ସେ କହିଲେ,ଆରେ ପ୍ରାଣସହୀ ଇଏ ତ ସାମାନ୍ୟ କଥା l ସାଙ୍ଗରେ ଦେଢ଼ଶୁର ଥିଲେ ପରା !!! ଏହା କଣ ଦାଣ୍ଡକୁ ଶୋଭାପାଇଥାନ୍ତା l ବୃଥାରେ ତୁମେ ଖାଲି ଅଭିମାନ କରୁଛ, ଦେଖ ତୁମପାଇଁ କେତେ ଗହଣା, ଶାଢ଼ୀ, ଚୁଡ଼ି ଆଣିଛି l ତାକୁ ସବୁ ଗଣିକରି ରଖ, ଆଉ ଏବେ କବାଟ ଫିଟାଅ l ଏତେ କହିଲାପରେ ମଧ୍ୟ ମହାଲକ୍ଷ୍ମୀ ନବୁଝି ପୁଣି କହିଲେ ଏସବୁ ଯାହା ଆଣିଛ, ମୁଁ ସେସବୁ ପାଇଁ ଭାର୍ଜନ ନୁହେଁ l ହେ ସଠ ନାଗର,ଆଉ ସେ ଭୁଲା ଭୁଲି କଥା ନ କହି ଚାଲି ଯାଅ l ଉଚ୍ଛୁର ହେଲେ ସିଆଡ଼େ ପୁଣି ଗଉଡ଼ୁଣୀମାନେ କୋପ କରିବେ l

ଉଠ ଉଠ ମଠ ନ କର ହେ ଶଠ ନାଗର ମୁକୁଟ ମଣି l ଉଛୁର ହୋଇଲେ କୋପ କରିବେଟି
ଗୋପପୁର ଗଉଡ଼ୁଣୀ l ସେ ଗଉଡ଼ୁଣୀଙ୍କ ଭାବ ମୋଠାରେ କାହୁଁ ମିଳିବ l କେତେ ଆଖି ଠରାଠରି କେତେ କଣ୍ଟ କାରକରି l ଲାଜ ବୋଲି ଯୋଡ଼ିଏ ଅକ୍ଷର ତ ତାଙ୍କ ପାଖରେ ନାହିଁ l କିଏ କହୁଛି ନିଆଁ ଗିଳା, କିଏ ଷଣ୍ଢ ମରା, ପୁଣି କିଏ କହୁଛି ଚଢ଼େଇଚିରା,ବସ୍ତ୍ର ଚୋର l ସେ ସବୁ କଟୁ ବଚନ ଶୁଣିବା ପାଇଁ ତ ଆପଣ ରସିକ ରତନ ମଣି l  ଗୋପୀଙ୍କ ନିନ୍ଦା ଶୁଣି, ଗୋପୀନାଥ ଆଉ ସମ୍ଭାଳି ପାରିଲେ ନାହିଁ l ମହାକ୍ରୋଧ ହୋଇ କହିଲେ,ରେ ମୁଢ଼ା,ତୁ ହିତାହିତ ଜ୍ଞାନ ହରାଇବସିଲୁ,ଗୋପୀଙ୍କ ନିନ୍ଦାକରି ଜାଣ,ମହା ଅପରାଧରେ ଭାଗୀହେଲୁ l

ଏଇଥିପାଇଁ ତ ତୋତେ ସମସ୍ତେ ଜଗତରେ ବାଇ ଠାକୁରାଣୀ ବୋଲି କହନ୍ତି,ତୋର ମରମ ବଳିଆ ଦାସ ଠିକ ଜାଣିଥିଲା l ତେଣୁ ତ ସେ କାଣି,କୁଜି, କାଲୁଣି ବୋଲି ତୋତେ କହୁଥିଲା l ତୋ ଦାଉ ମୁଁ ବୋଲି ସହିଛି,ଅନ୍ୟ କିଏ ହୋଇଥିଲେ ନାଁ କେଉଁ କାଳରୁ ତିଳକ, ଚିତା, କୋଉପୀନ ମାରି ଯୋଗୀ ହୋଇ ଯାଇ ସାରନ୍ତାଣି l ବଡ଼ ଭାଇ ବଳରାମ ଛିଡ଼ାହୋଇ ସବୁ ଶୁଣୁଥାନ୍ତି l ସେ ଦେଖିଲେ କେହି କାହାକୁ କମ୍ ନୁହଁନ୍ତି l ବଡ଼ ଠାକୁର,ଜଗନ୍ନାଥଙ୍କୁ ଗାରଡ଼େଇ ଅନାଇ କହିଲେ, ଆରେ କହ୍ନାଇ,ତୁତ ଜମା ଭଲଲୋକ ନୋହୁଁରେ, କେଡ଼େକେଡ଼େ କୁବଚନ ସବୁ ତୁ ବୋହୂକୁ କହୁଛୁ, ତୋର ଏ ଫୁଲାଫାଙ୍କିଆ ଆଚରଣ କାଳେ କାଳେ ଗଲା ନାହିଁରେ l

ଆରେ ଦାଣ୍ଡ,ହାଟ କଥା ସବୁ ମୁଁ ବୁଝୁଛି l କେଉଁଠୁ ଡାଲି ଆସିବ,ତଣ୍ଡୁଳ,ଜାଳ,ଘିଅ ଆଦି ଆସିବ, ସବୁ ମୁଁ ବୁଝୁଛି l ସୁରୁଖୁରୁରେ ଘର ଚଳାଇ ନେଉଛନ୍ତି ବହୁ l ତୁ ତ ସାହୁ ଭଳିଆ ବସି ପେଟେ ପକାଇ ଦେଉଛୁ l କଅଣ ଆଉ ଛୁଆଟିଏ ହୋଇ ରହିଛୁ ତୁ ! ଏସବୁ ଘର ଖଡ଼ବଡ଼ିଆ କଥା ଆଉ ଦିନେ ଯେବେ ମୁଁ କାନରେ ଶୁଣିବି ତୋତେ ନିଶ୍ଚୟ ଭିନ୍ନେ କରିଦେବି l ଦେଢ଼ଶୁର ତ,ବଡ଼ଠାକୁର ମାଆ ଲକ୍ଷ୍ମୀଙ୍କ ଆଡ଼କୁ ଟିକିଏ ବାଁରେଇ କହିଲେ, ହଉ ମାଆ, ସବୁ ଏହି କହ୍ନାଇର ଭୁଲ, ସବୁ ହାର ମୋ ଭାଇର ହେଲା l ମାଆ, ତୁମେ ମନରୁ ସବୁ ଅଭିମାନ ତେଜ କର l ବଡ଼ ଠାକୁରଙ୍କ ଶ୍ରୀମୁଖରୁ ଏଭଳି ସନ୍ତୋଷ ବାଣୀ ଶୁଣି ମାତାଙ୍କ ଅଭିମାନ ତୁଟିଗଲା l ଦାସୀମାନଙ୍କୁ ଡାକି ଆଜ୍ଞା ଦେଲେ କବାଟ ଖୋଲି ଦେବା ପାଇଁ l

ଓଢଣୀଟି ଟାଣିଦେଇ ବଡ଼ ସାମନ୍ତଙ୍କୁ ହାତଯୋଡ଼ି କହିଲେ, ଆହା କେତେବେଳୁ ଆପଣ ଛିଡ଼ାହୋଇ ରହିଲେଣି, କେତେ କଷ୍ଟ ହୋଇ ଥିବ ଆପଣଙ୍କୁ l ଏ ଅପରାଧୀନୀକୁ କ୍ଷମା କରିବେ ପ୍ରଭୁ l
କଳିର ଅନ୍ତଃ ହୋଇଗଲା l ମହାପ୍ରଭୁ ଜଗନ୍ନାଥେ ମାଆ କମଳିନୀଙ୍କୁ ଚାହିଁ ମୃଦୁ ମୃଦୁ ହସି କହିଲେ, ହେ ସୁମୁଖୀ ! ହେ ଚନ୍ଦ୍ରଵଦନୀ ! ନିଅ ତୁମ୍ଭ ପାଇଁ କେତେ ସବୁ ଉପହାର ଆଣିଛି,ଆଉ ତା’ ସହିତ ଏହି ସୁମିଷ୍ଟ ରସଗୋଲା l ମହାପ୍ରଭୁଙ୍କର ମାନବୀୟ ଲୀଳା ସମାପ୍ତ ହେଲା l ଭକ୍ତଙ୍କ ଘଣ୍ଟ ଘଣ୍ଟା ହରି ବୋଲ ହୁଳହୁଳି ଧ୍ୱନୀରେ ଠାକୁର ମାନେ ହଲି ଝୁଲି ଧାଡ଼ି ପହଣ୍ଡିରେ ଯାଇ ବିଜେହେଲେ ନୀଳାଦ୍ରୀ ମଣ୍ଡପରେ l ଜନୈକ କବି ଗୌର ଚରଣ ଦାସ ରଥଯାତ୍ରାର ଏହି ଅନ୍ତିମପର୍ବ ନୀଳାଦ୍ରୀ ବିଜେ ବର୍ଣ୍ଣନା ଶେଷରେ ଗାଇଲେ :-

ଲକ୍ଷ୍ମୀ ନାରାୟଣ ମିଳନ ହୋଇଲେ ସର୍ବଜନେ ବୋଲ ହରି ନାରାୟଣ ନାମ ସୁମରିଲେ ତୁମ୍ଭେ  ଭବସିନ୍ଧୁଁ ଯିବ ତରି ll ଲକ୍ଷ୍ମୀନାରାୟଣ ଭଜରେ ମାନସ କ୍ଷେତ୍ରରେ ମିଳିବ ବାସ । ଲକ୍ଷ୍ମୀ ନାରାୟଣ ଚରଣେ ଶରଣ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦଳିତ ପରିବାର ବ୍ୟକ୍ତିଙ୍କୁ ମାଡ ପୋଲିସ୍ ନିରବ

ଦଳିତ ପରିବାର ବ୍ୟକ୍ତିଙ୍କୁ ମାଡ ପୋଲିସ୍ ନିରବ

March 13, 2026
ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

March 13, 2026
Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

March 12, 2026
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦଳିତ ପରିବାର ବ୍ୟକ୍ତିଙ୍କୁ ମାଡ ପୋଲିସ୍ ନିରବ

ଦଳିତ ପରିବାର ବ୍ୟକ୍ତିଙ୍କୁ ମାଡ ପୋଲିସ୍ ନିରବ

March 13, 2026
ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

March 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version