No Result
View All Result

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗତ ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା ହିଞ୍ଜିଳିକାଟୁ ସ୍ଵୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ତରଫରୁ ୧୦ ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ। ସେଥିରୁ ୯ ଜଣ ପ୍ରାର୍ଥୀ ବିଜୟୀ ହୋଇ ବିଜୁ ଛାତ୍ର ଜନତା ଦଳର ଗୌରବ ଵୃଦ୍ଧି କରିଥିଲେ। ଗୁରୁବାର ହିଞ୍ଜିଳିକାଟୁ ସ୍ଵୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ଓ ବେଲେଶ୍ୱର ଉଚ୍ଚ ବିଦ୍ୟାଳୟର ବିଜୟୀ ଛାତ୍ର ନେତା ଓ ନେତ୍ରୀଙ୍କ ସମେତ ବିଜୟରେ ମୁଖ୍ୟ ନେତୃତ୍ବ ନେଇଥିବା ବରିଷ୍ଠ ଛାତ୍ରନେତା ମାନେ ଭୁବନେଶ୍ୱର ଗସ୍ତ କରି ନବୀନ ନିବାସରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ ।

ଏହି ଅବସରରେ ଉପସ୍ଥିତ ସମସ୍ତ ଜେନ- ଜି ଛାତ୍ର ଓ ଛାତ୍ର ନେତାଙ୍କୁ ନବୀନ ବାବୁ ବିଜୟୀ ଶୁଭେଚ୍ଛା ଜଣାଇ ସୁଵିଧା ଅସୁବିଧା ବିଷୟରେ ପଚାରିଥିଲେ । ନିର୍ବାଚିତ ପ୍ରତିନିଧି ମାନେ କହିଥିଲେ ଯେ, ନିର୍ଵାଚନ ସମୟରେ ଶାସକ ଦଳର ଛାତ୍ର ସଂଗଠନ ଏବିଭିପି ଲିଙ୍ଗଡୋ କମିଶନଙ୍କ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି କିଛି ଅଧ୍ୟାପକ ଶାସକ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ । ଶେଷରେ ଶାସକକୁ ସନ୍ତୁଷ୍ଟ କରିବା ପାଇଁ କଲେଜ କର୍ତ୍ତୃପକ୍ଷ ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀନୀଙ୍କୁ ବିଜୟୀ ଘୋଷଣା କରିଥିଲେ । ଏହି ଅନ୍ୟାୟ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜ୍ଜୁ କରିବାକୁ ନବୀନ ବାବୁ ପରାମର୍ଶ ଦେଇଥିଲେ । ପରେ ଛାତ୍ରନେତା ମାନେ ବିଜେଡି ନେତ୍ରୀ ସୁଜାତା ରାଉତଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତ ବେଳେ ବରିଷ୍ଠ ନେତ୍ରୀ ଶ୍ରୀମତୀ ରାଉତ ଛାତ୍ର ନେତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।

ସାକ୍ଷାତକାର ସମୟରେ ବିରୋଧୀ ଦଳ ନେତାଙ୍କ ଡିଆରଡିଏ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ଛାତ୍ରନେତା କେଶବ ମହାରଣା, ପ୍ରଭାତ କୁମାର ମହାରଣା, ସୁମିତ ପାଣିଗ୍ରାହି, ଉପ ସଭାପତି ଶୁଭମ୍ ସାହୁ, ସମ୍ପାଦକ ପପୁ ପ୍ରଧାନ, ପୂଜାଶ୍ରୀ ସାହୁ, ନାଟ୍ୟ ସମ୍ପାଦକ ବାଳକୃଷ୍ଣ ବେହେରା, କ୍ରୀଡ଼ା ସମ୍ପାଦକ ତାରା ପ୍ରସାଦ ନାହାକ, ବିଜ୍ଞାନ ସମ୍ପାଦକ ଲୋକନାଥ ସାହୁ, ଡେ ସ୍କୋଲାର ଅମିତ୍ କୁମାର ଦାଶ, ସହ ସମ୍ପାଦକ ବିକ୍ରମ ଦାଶ, ହିମାଂଶୁ ସାହୁ, ବାଳକ କମନ୍ ରୁମ୍ ସମ୍ପାଦକ ଶୁଭ ଶଙ୍କର ପ୍ରଧାନ, ବାଣିଜ୍ୟ ସମ୍ପାଦକ ସୁଧାଂଶୁ ସାହୁ, ବବୁଲୁ ଦାସ, ସୁନୀଲ ପଟ୍ଟନାୟକ, ରଜନୀ ପଣ୍ତା,ମୁକେଶ ରାଉଳ, ଇତିଶ୍ରୀ ଗୌଡ, ପ୍ରୀତି ଗୌଡ, ଯୁବ ନେତା ଚନ୍ଦନ ପାତ୍ର, ସୌମ୍ୟ ରଞ୍ଜନ ପଟ୍ଟନାୟକ, ନିଶିକାନ୍ତ ମହାପାତ୍ର, ଅଜୟ ଗୌଡ, କୃଷ୍ଣଚନ୍ଦ୍ର ଚୌଧୁରୀ, ଅନୀଲ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result