No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୨ ଜୁଲାଇ ମଙ୍ଗଳବାର/ବରଗଡ଼ :- ବରଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ କମିଟିର ବୈଠକ ଜିଲ୍ଲା କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ଙ୍କ ସଭାପତିତ୍ବ ଅନୁଷ୍ଠିତ ବୈଠକରେ ବରଗଡ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇ କର୍ମୀ ମାନେ ତୃଣମୂଳ ସ୍ତରରୁ ପୁନଃ କାର୍ଯ୍ୟ ଆରମ୍ଭ କରି ଦଳ ଓ ସଂଗଠନ କୁ ମଜଭୂତ କରିବାକୁ ଆହ୍ବାନ କରିଥିଲେ । ସେହିପରି ଜିଲ୍ଲା ରେ ବର୍ତ୍ତମାନ ବିଶେଷ କରି ପଦ୍ମପୁର ଉପଖଣ୍ଡର ଚାଷୀଭାଇ ମାନଙ୍କ ଫସଳ ବୀମା ମିଳୁ ନାହିଁ । ବୀମା କମ୍ପାନୀ ଏଚଡିଏଫସି ଏଗ୍ରୋ ବୀମା ଭୁକ୍ତ ଚାଷୀ ମାନଙ୍କୁ ତାଙ୍କ ବୀମା ରାଶି ପ୍ରଦାନ କରୁ ନାହିଁ ।
ଫଳରେ ଚାଷୀମାନେ ତାଙ୍କ ହକ୍ ରୁ ବଞ୍ଚିତ ହେଉଛନ୍ତି । କମ୍ପାନୀ ବିରୁଦ୍ଧରେ ଆନ୍ଦୋଳନ ତିବ୍ର କରିବାକୁ କହିଥିଲେ । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କୃଷକ ମୋର୍ଚ୍ଚା ର ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିଷ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ମହମ୍ମଦ ରଫିକ, ସୁରେଶ୍ଵର ଶତପଥୀ,କୁଶ କଲେତ,ସନତ ଗଡତିଆ, ଅଶୋକ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରମୁଖ ମଞ୍ଚାସୀନ ଥିଲେ ।
No Result
View All Result